ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା ଓ ପ୍ରତିକାର

ଆମ ଦେଶ ଭାରତବର୍ଷରେ ପ୍ରତିବର୍ଷ ସାଧରଣତଃ ତିନିପ୍ରକାର ଜଳବାୟୁ ଆମେ ଅନୁଭବ କରିଥାଉ। ଖରାଦିନେ ଗ୍ରୀଷ୍ମର ପ୍ରକୋପ ହେତୁ ଅଂଶୁଘାତ, ବର୍ଷାଦିନେ ବର୍ଷାର ପ୍ରକୋପ ହେତୁ ଝାଡ଼ାବାନ୍ତି, ମ୍ୟାଲେରିଆ ଆଦିର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶୀତ ଦିନେ ଥଣ୍ଡାର ପ୍ରକୋପ ଅଧିକ ହେତୁ ମନୁଷ୍ୟ ଶରୀରରେ ଥଣ୍ଡାଜନିତ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ। ଆମ ଦେଶରେ କାର୍ତ୍ତିକ ମାସରୁ ଶୀତର ପ୍ରକୋପ ଆରମ୍ଭ ହୋଇ, ସେପ୍ଟେମ୍ବର ୨୩ ତାରିଖ ପରେ ପରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ଧୀରେ ଧୀରେ ଦୂରତା ବୃଦ୍ଧି ପାଏ। ଫଳରେ ଉତ୍ତର ଗୋଲାର୍ଦ୍ଧରେ ଉତ୍ତାପ ହ୍ରାସ ପାଇ ଶୀତର ପ୍ରକୋପ ବୃଦ୍ଧି ପାଇଥାଏ। ଏହାଦ୍ୱାରା ମନୁଷ୍ୟ ଶରୀରରେ କାଶ, ଛିଙ୍କ, ଶ୍ୱାସ, ରକ୍ତହୀନତା ଏବଂ କାଛୁ, କୁଣ୍ଡିଆ, ଯାଦୁ ଆଦି ବିଭିନ୍ନ ଚର୍ମ ରୋଗ ଦେଖାଯାଇଥାଏ।
ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ବିଭିନ୍ନ ଋତୁ ଅନୁଯାୟୀ ଆହାର ବିହାର ପାଳନ କରିବା ନିମନ୍ତେ ବର୍ଣ୍ଣନା କରାଯାଇଛି । ଯାହାକୁ ଋତୁଚର୍ଯ୍ୟା କୁହାଯାଏ । ଶୀତ ଋତୁରେ ନୂଆ ଚାଉଳ ଓ ଗହମରୁ ପ୍ରସ୍ତୁତ ଖାଦ୍ୟ ସହ ପ୍ରାତଃ ତୈଳ ମର୍ଦନ, ଉଷ୍ମ ଜଳରେ ସ୍ନାନ,ଗରମ ଖାଦ୍ୟ ଭୋଜନ ସହ ଉଷ୍ମ ଜଳ ପାନ ସ୍ବାସ୍ଥ୍ୟ ହିତକାରକ ଅଟେ ।
ଚର୍ମ ରୋଗ : ଜଳବାୟୁରେ ଭାସମାନ ଅବସ୍ଥାରେ ରହିଥିବା କେତେକ ଦୂଷିତ ପଦାର୍ଥ ଚର୍ମର ସ୍ପର୍ଶରେ ଆସି ବିଭିନ୍ନ ଚର୍ମରୋଗ ଦେଖାଦେଇଥାଏ । ଶୀତ ଦିନେ ସାଧାରଣତଃ ଦେହରୁ ସ୍ବେଦ (ଝାଳ) ନିର୍ଗତ ହେଉ ନ ଥିବାରୁ ଦୂଷିତ ପଦାର୍ଥ ଲୋମକୂପ ସଂସ୍ପର୍ଶରେ ଆସି ଚର୍ମରୋଗ ସୃଷ୍ଟି ହେବାର ଅଧିକା ଆଶଙ୍କା ରହିଥାଏ। ଏହି ଋତୁରେ ସାଧାରଣତଃ ଥଣ୍ଡାର ଅଧିକ ପ୍ରକୋପ ହେତୁ କିଛି ବ୍ୟକ୍ତିବିଶେଷ କମ୍‌ ଗାଧୋଇବା ସହ ପରିଷ୍କାରପରିଚ୍ଛନ୍ନତାକୁ ଗୁରୁତ୍ୱ ଦେଇ ନ ଥାନ୍ତି, ଯଦ୍ଦ୍ବାରା ଯାଦୁ, କାଛୁ,କୁଣ୍ଡିଆ, ଶୁଷ୍କ ଚର୍ମ, ପାଦ ଫାଟିବା, ଜିଭ ଧରିବା, ଓଠ ଫାଟିବା, ମୁଁହରେ ଦାଗ ଦେଖାଦେବା ଆଦି ବିଭିନ୍ନ ଚର୍ମ ରୋଗର ସମ୍ମୁଖୀନ ହୋଇଥାଆନ୍ତି। ଏହାର ମୁଖ୍ୟ କାରଣ ହେଲା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା। ଉକ୍ତ ଚର୍ମ ରୋଗର ପ୍ରତିରୋଧ ନିମନ୍ତେ ଶରୀରରେ ପ୍ରାକୃତିକ ଉପାୟରେ ଭିଟାମିନ-‘ସି’ର ବୃଦ୍ଧି ପାଇଁ ଅଁଳା କୋଳି ଖାଇବା ସହ ଭିଟାମିନ ‘ଡି’ ବୃଦ୍ଧି ପାଇଁ ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟକିରଣରେ କିଛି ସମୟ ଠିଆ ହୁଅନ୍ତୁ। ଭଲ ଭାବେ ତେଲ ଏବଂ ସାବୁନ୍‌ ଲଗାଇ ଗାଧୋଇବା ଦରକାର। ଶୀତ ଦିନେ ବହୁତ ବ୍ୟକ୍ତିଙ୍କ ପାଦ, ଗୋଇଠି, ଆଙ୍ଗୁଠି, ଫାଟିଥାଏ। ଏଥିପାଇଁ ମୋଜା ପିନ୍ଧନ୍ତୁ। ଫଳରେ ପାଦରୁ ସ୍ବେଦ ନିର୍ଗତ ହୋଇ, ପାଦରେ ଆର୍ଦ୍ରତା ସୃଷ୍ଟିହୋଇ ପାଦ ଫାଟିବା ଆଶଙ୍କା କମିଯିବ। ଏହା ସହ ରାତିରେ ଶୋଇବା ପୂର୍ବରୁ ଉଷୁମ ଜଳରେ କିଛି ଲୁଣ ପକାଇ ସେଥିରେ ପାଦକୁ କିଛି ସମୟ ବୁଡାଇ ରଖିବା ପରେ ଶୁଖିଲା କପଡ଼ାରେ ପାଦକୁ ଭଲଭାବେ ପୋଛି ଦିଅନ୍ତୁ। ନଡ଼ିଆ ତେଲକୁ ପତଳା ଆକାରରେ ଲଗାଇବା ଦ୍ୱାରା ପାଦ ଫଟାରୁ ଉପଶମ ମିଳିଥାଏ। ଓଠ ଫାଟିବାରୁ ଉପଶମ ନିମନ୍ତେ କିଛି ପରିମାଣ ମହୁ, ଚିନି ଓ ଆଲମଣ୍ଡ ତେଲକୁ ମିଶ୍ରଣ କରି ଓଠରେ ଲଗାଇଲେ ଓଠ ନରମ ହୋଇଥାଏ। ବିଟ୍‌ ରସକୁ ଓଠରେ ଲଗାଇଲେ ଓଠ ନରମ ଓ ସତେଜ ହୋଇଥାଏ। ଘିକୁଅଁାରୀ ରସ ଓ ମହୁ ମିଶାଇ ଓଠରେ ଲଗାଇବା ଦ୍ୱାରା ଓଠ ଫାଟିବା କମିଥାଏ। ଏହାବ୍ୟତୀତ ଶୀତଦିନେ ଅଧିକ ପାଣି ପିଇବା ଉଚିତ, ଯଦ୍ଦ୍ବାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଥାଏ।
ଚର୍ମ ରୋଗ ପ୍ରତିରୋଧ ନିମନ୍ତେ ଆୟୁର୍ବେଦ ଔଷଧ: ଶରୀରରେ ରକ୍ତ ପରିଷ୍କାର ନିମନ୍ତେ ସକାଳ ଓ ସନ୍ଧ୍ୟାରେ କ୍ଷୀର ସହ ତୋପଚିନି ରସାୟନ ୧୦ ଗ୍ରାମ ଲେଖାଏଁ ସେବନ କରିବା ଉଚିତ I ସାରିବାଦ୍ୟା ସବ, ସାରିବାଦ୍ୟା ରିଷ୍ଟ, ଖଦିରା ରିଷ୍ଟ ଆଦି ଯେକୌଣସି ଗୋଟିଏ ୧୦ ମିଲି ଲେଖାଏଁ ଖାଲି ପେଟରେ ସମପରିମାଣର ଜଳ ମିଶାଇ ସେବନ କରିବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ। ଶାଫି ସିରପ ୧୦ ମିଲି ଲେଖାଏଁ ଦିନକୁ ଦୁଇଥର ସେବନ କରିବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ।
ଆଣ୍ଠୁଗଣ୍ଠି ସମସ୍ୟା : ଶୀତଦିନେ ସାଧରଣତଃ ଗୋଡ଼ ହାତର ଖଞ୍ଜା, ଗଣ୍ଠି ବିନ୍ଧା ହୋଇଥାଏ। ଏହାର ପ୍ରତିକାର ଲାଗି ରାତିରେ ଶୋଇବା ବେଳେ ଶୀତ ହେତୁ ଜାକିଜୁକି ହୋଇ ଶୋଇବା ଉଚିତ ନୁହେଁ। ନିୟମିତ ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ସହ ଶାରୀରିକ ବ୍ୟୟାମ, ସନ୍ତରଣ,ସାଇକେଲ ଚଳାଇବା ସହ ଯୋଗାସନ, ପ୍ରାଣାୟାମ ଆଦି କରିବା ଉଚିତ ।
ଥଣ୍ଡା ବୃଦ୍ଧି ପାଇବା ସହ ବହୁ ବ୍ୟକ୍ତି ଜ୍ୱର,କାଶ,ଛିଙ୍କ, ନାକରୁ ପାଣି ନିର୍ଗତ ହେବା, ଗୋଡ ହାତ ଓ ମୁଣ୍ଡ ବ୍ୟଥା ଆଦି ସମସ୍ୟା ଦେଖାଦେଇଥାଏ। ଏହି ସଂକ୍ରମଣରୁ ଆମେ ଉପଶମ ପାଇବା ଲାଗି ଅଦା,ତୁଳସୀପତ୍ର, ଅଁଳା, ଘିକୁଁଆରୀ, ତେଜପତ୍ର, ଡାଲଚିନି, ଗୋଲମରିଚ, ପିପ୍ପଳି ଆଦିକୁ ଆବଶ୍ୟକ ପରିମାଣରେ ସିଝାଇ ସେବନ କରନ୍ତୁ। ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଏହି ଋତୁରେ ସଂକ୍ରମଣ ରୋଗଠାରୁ ଦୂରେଇ ରହିବା ପାଇଁ ଦୈନଦିନ ବିଭିନ୍ନ ପ୍ରକାର ସବୁଜ ତଥା ତଟକା ପନିପରିବା ଅଧିକ ପରିମାଣରେ ଖାଆନ୍ତୁ। ଖାଇବା ଗ୍ରୀନମଟର ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅତି ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସହ ଭିଟାମିନ୍‌-ଏ, ବି, ସି, ଇ ଏବଂ କେ ବ୍ୟତୀତ ତନ୍ତୁଜାତୀୟ ପଦାର୍ଥ ପର୍ଯ୍ୟାପ୍ତ ମାତ୍ରାରେ ରହିଛି । ଏହା ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସହାୟକ ହେଇଥାଏ। ଶୀତଦିନେ ସାଧାରଣତଃ ଭୂତାଣୁଜନିତ ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଅଧିକ ସତର୍କତା ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା ବ୍ୟତୀତ ଉଷୁମ ପାଣି ପିଅନ୍ତୁ। ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ ମହୁ, ଗୁଡ଼,ଗାଈଘିଅ,ତୁଳସୀ, ହଳଦୀକୁ ଦୈନଦିନ ଖାଦ୍ୟରେ ସାମିଲ କରିବା ଉଚିତ। ଏହାଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ମାତ୍ରା ବୃଦ୍ଧି ପାଇବା ସହ ଆମେ ନୀରୋଗ ଜୀବନଯାପନ କରିପାରିବା ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri