Categories: ଖେଳ

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୫୧…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପର ୨୮ ତମ ମ୍ୟାଚ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ରବିବାର ବ୍ରିସବେନ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓ୍ବେ ଅଧିନାୟକ କ୍ରାଇଗ୍‌ ଇରଭାଇନଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା।
ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ବାଂଲାଦେଶ ୧୫୦ ରନ୍‌ ସ୍କୋର କରିଥିଲା। ଫଳରେ ଜିମ୍ବାୱେ ଜିତିବା ପାଇଁ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ଦଳ ପାଇଁ ନଜମୁଲ ହୁସେନ ଶାଣ୍ଟୋ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଆଫିଫ ହୋସେନ ୧୯ ଟି ବଲରୁ ୨୯ ରନ୍‌ ଏବଂ ଅଧିନାୟକ ଶାକିବ ଅଲ ହାସନ ୨୦ ଟି ବଲରୁ ୨୩ ରନ ସ୍କୋର କରିଥିଲେ। ଲିଟନ ଦାସ ୧୪ ରନ୍‌ର ଯୋଗଦାନ କରିଥିଲେ। ମୋସାଦେକ ହୋସେନଙ୍କୁ ୭ ଏବଂ ନୁରୁଲ ହାସନ ଏକ ରନ୍‌ ସ୍କୋର କରି ଆଉଟ ହୋଇଥିଲେ। ସୋମ୍ୟା ସରକାର ଖାତା ଖୋଲିପାରି ନଥିଲେ। ୟାସିର ଅଲି ଏକ ରନ୍‌ କରି ଅପରାଜିତ ରହିଥିଲେ। ବ୍ଲୋସିଙ୍ଗ ମୁଜାରବାନୀ ଏବଂ ରିଚାର୍ଡ ନାଗାର୍ବା ଜିମ୍ବାୱେ ପାଇଁ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ସିକନ୍ଦର ରଜା ଏବଂ ସିନ ୱିଲିୟମ୍ସ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।

Share