Categories: ଖେଳ

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍‌ …

ସାରଜା, ୩।୯ : ଟି-୨୦ ବିଶ୍ୱକପ୍‌ର ସୁପର ୪ ମ୍ୟାଚ୍‌ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍‌ ରହିଛି।
ସାରଜାର କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ଦଳ ସହିତ ବୋଲିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ।

ଅପରପକ୍ଷରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରି ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୫ ରନ୍‌ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଓ୍ବିକେଟ କିପର ରହମାନୁଲ୍ଲା ଗୁରବାଜ ୪୫ ବଲ ଖେଳି ସର୍ବାଧିକ ୮୪ ରନ୍‌ କରିଥିଲେ।

Share