ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୨୧୭ …

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆର୍‌ସିବିର ଅଧିନାୟକ ରବିନ୍ଦ୍ର ଜାଡ଼େଜା ଟସ ଜିଣିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ହେଇଥିଲେ। ସିଏସ୍‌କେ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ନେତୃତ୍ୱରେ ଟିମ୍‌ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୬ ରନ୍‌ କରିଛି। ଏହା ସହିତ ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୨୧୭ ରନ୍‌ ରହିଛି।

ସିଏସ୍‌କେ ପକ୍ଷରୁ ରବିନ୍‌ ଉଥପ୍ପା ଏବଂ ଶିବମ୍‌ ଦୁବେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରବିନ୍‌ ୫୦ ବଲ୍‌ରେ ୮୮ ରନ୍‌ ସଂଗ୍ରହ କରିଥିବାବେଳେ ଶିବମ୍‌ ୪୬ ବଲ୍‌ରେ ୯୫ ରନ୍‌ କରି ଅପରାଜିତ ରହିଛନ୍ତି।

Share