Categories: ଖେଳ

ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ…

ଲାହୋର,୫।୯ : କରିଥିଲା। ଏସିଆ କପର ଶେଷ ଗ୍ରୁପ ମ୍ୟାଚ ତଥା ଷଷ୍ଠ ତମ ଏକଦିବସୀୟ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ପାକିସ୍ତାନର ଲାହୋର ସ୍ଥିତ ଗଦାଫି ଷ୍ଟାଡିୟମରେ ଖେଳାଯାଉଛି। ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନର ଅଧିନାୟକ ହାଶମୁତୁଲ୍ଲା ଶାହିଦିଙ୍କ ନେତୃତ୍ୱରେ ଦଳ ବୋଲିଂ ଆରମ୍ଭ କରିଥିଲା। ଶ୍ରୀଲଙ୍କା ଦଳ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୯୧ ରନ କରିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୨୯୨ ରନ ରହିଛି।

ଶ୍ରୀଲଙ୍କା ପାଇଁ କୁସଲ ମେଣ୍ଡିସ ସର୍ବାଧିକ ୯୨ ରନ ସଂଗ୍ରହ କରିଥିଲେ। ନିଶଙ୍କା ୪୧ ରନ, କରୁଣାତ୍ନେ ୩୨, ଆସାଲଙ୍କା ୩୬, ଟିକସାନା ୨୮ ଏବଂ ଭେଲାଲେଜ ୩୩ ରନ ଯୋଗଦାନ କରିଥିଲେ। ଆଫଗାନିସ୍ତାନ ପାଇଁ ଗୁଲବାଦ୍ଦିନ ନାଏବ ଚାରିଟି, ରସିଦ ଖାନ ଦୁଇଟି ଏବଂ ମୁଜିବ ଉର ରେହମାନ ଗୋଟିଏ ୱିକେଟ ନେଇଥିଲେ।

Share