Categories: ଖେଳ

ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ…

ଲକ୍ଷ୍ନୌ,୧।୪ : ଶନିବାର ଆଇପିଏଲ ୨୦୨୩ର ତୃତୀୟ ମ୍ୟାଚ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ଏବଂ ଦିଲ୍ଲୀ କ୍ୟାପତଟାଲ୍ସ(ଡିସି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପ୍ରେୟୀ ଏକାନ୍ନା କ୍ରିକେଟ ଷ୍ଟ୍‌ାଡିୟମରେରେ ଖେଳାଯାଉଛି। ଡିସି ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ଟସ ଜିତି ପ୍ରଥମେ ବୋଲିଂ କରିଥିବାବେଳେ ଏଲଏସଜି ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା।

ଏଲଏସଜି ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୯୩ ରନ କରିଛି। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୪ ରନ ରହିଛି। ଏଲଏସଜି ପକ୍ଷରୁ କାୟଲ ମାୟର୍ସ ୭୩ ରନ କରିଥିବୀବେଳେ ଦୀପକ ହୁଦା ୧୭, ମାର୍କସ ଷ୍ଟିଓନିସ ୧୨, କେଏଲ ରାହୁଲ ୮, କୁନାଲ ପାଣ୍ଡ୍ୟା ୧୫, ନିକୋଲୋସ ପୁରାନ ୩୬, ଆୟୁଷ ବାଦୋନି ୧୮,କ୍ରିଷ୍ଣପା ଗୌଥମ ୬ ରନ କରିଥିଲେ।

Share