ସମ୍ମାନିତ ହେଲେ ପିଜିଡିଏସ୍‌-୨୦୨୨ର ବିଜେତା

ଭୁବନେଶ୍ୱର,୩୦।୬: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ(ବିଆଇପିଏଫ୍‌) ପକ୍ଷରୁ ଉଚ୍ଚଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି (ପିଜିଡିଏସ୍‌)-୨୦୨୨ର ବିଜେତା ଛାତ୍ରୀଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି। ବିଶେଷକରି ଇଞ୍ଜିନିୟରିଂ, ମେଡିସିନ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତ୍ୟେକ ବର୍ଷ ୬ ମେଧାବୀ ଛାତ୍ରୀଛାତ୍ରଙ୍କୁ ବିଆଇପିଏଫ୍‌ ପକ୍ଷରୁ ଉପରୋକ୍ତ ବୃତ୍ତି ପ୍ରଦାନ କରାଯାଇଥାଏ। ଉକ୍ତ ବୃତ୍ତି ଅନ୍ତର୍ଗତ ଏକାଡେମିକ୍‌ ଫି’ର ୯୦% ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ବିଆଇପିଏଫ୍‌ ପକ୍ଷରୁ ପ୍ରଦାନ କରାଯାଇଥାଏ। ଏ ସମ୍ପର୍କରେ ବିଆଇପିଏଫ୍‌ର ଟ୍ରଷ୍ଟି ତଥା ପ୍ରତିଷ୍ଠାତା ସିଇଓ ଶୈଫାଳିକା ପଣ୍ଡା କହିଥଲେ, ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ମେଧାବୀ ଛାତ୍ରୀଛାତ୍ରମାନଙ୍କ ପାଇଁ ବେଶ୍‌ ପ୍ରେରଣାଦାୟୀ ହୋଇପାରିଛି। ବିଶେଷକରି ପ୍ରତିଭାବାନ୍‌ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ସହାୟତା ରାଶି ଯୋଗାଇ ଦେଇପାରୁଥିବାରୁ ଆମେ ଗୌରବାନ୍ବିତ ଅନୁଭବ କରୁଛୁ। ଚଳିତବର୍ଷଠାରୁ ସେମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ମାର୍ଗଦର୍ଶନ ବ୍ୟବସ୍ଥା ଏହି ଯୁବପ୍ରତିଭାଙ୍କୁ ଏକ ସଫଳ ଯାତ୍ରାରେ ଅଗ୍ରସର କରାଇବା ସହିତ ନିଜ ପେସାଦାର କ୍ଷେତ୍ରରେ ସେମାନଙ୍କ ନେତୃତ୍ୱ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ,୨୦୨୨-୨୩ ଶିକ୍ଷା ବର୍ଷରେ ୩ ବୃତ୍ତିଧାରୀ ଯଥା ଅଙ୍କିତ ଝା (ଆଇଆଇଟି, ମୁମ୍ବାଇ), ଆଦିତ୍ୟ ନାରାୟଣ ରାଉତ (ଆଇଆଇଟି, ଦିଲ୍ଲୀ) ଏବଂ ଅନୀଶା ସାମନ୍ତରାୟ (ଆଇଆଇଟି ,ଋର୍‌କି) ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ହାସଲ କରୁଥିବାବେଳେ ଅନ୍ୟ ୩ ବୃତ୍ତିଧାରୀ ଯଥା ରୋହନ ରୂପମ୍‌ (ଏନ୍‌ଆଇଟି, ରାଉରକେଲା), ପ୍ରକାଶ କୁମାର ସାହୁ (ଭିସୁଟ୍‌, ବୁର୍ଲା) ଇଞ୍ଜିନିୟରିଂ କରୁଥିବା ବେଳେ ବାଦଲ କୁମାର ସାହୁ (ଏମ୍‌କେସିଜି ମେଡିକାଲ କଲେଜ) ମେଡିକାଲ ଡିଗ୍ରୀ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଛନ୍ତି। ସୂଚନାଯୋଗ୍ୟ, ୨୦୦୫ରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧାବୃତ୍ତି ସ୍ବର୍ଗତ ପ୍ରଫେସର ଘନଶ୍ୟାମ ଦାଶ(ସ୍ବର୍ଗତ ଇଲା ପଣ୍ଡାଙ୍କ ପିତା)ଙ୍କ ନାମରେ ନାମିତ କରାଯାଇଛି। ଏପରିକି ୨୦୧୬ରୁ ବିଆଇପିଏଫ୍‌ ପକ୍ଷରୁ ଏହି ମେଧାବୃତ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିବାବେଳେ ବର୍ତ୍ତମାନ ‘ମେଣ୍ଟରଶିପ୍‌’ କାର୍ଯ୍ୟକ୍ରମ (ଉତ୍ସାହ) ପାଇଁ ଏଥିରେ ଆଉ ଏକ ଅର୍ଥପୂର୍ଣ୍ଣ ଦିଗନ୍ତକୁ ସଂଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri