କିମ୍‌ଙ୍କ ମହତ୍ତ୍ୱାକାଂକ୍ଷାରେ ଡେଣା

ମସ୍କୋ/ସିଓଲ,୧୪ା୯: ୧୯୫୦-୫୩ର କୋରୀୟ ଯୁଦ୍ଧ ବେଳେ ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆ ଆକ୍ରମଣ କରିଥିଲା। ସେହି ସମୟରେ ସୋଭିଏଟ୍‌ ସଂଘ ଉତ୍ତର କୋରିଆକୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବିମାନ ଯୋଗାଇଦେଇଥିଲା। ସେବେଠୁ ଅନେକ ଦଶନ୍ଧି ଧରି ସୋଭିଏଟ୍‌ର ଅର୍ଥନୀତି ଉପରେ ଉତ୍ତର କୋରିଆ ନିର୍ଭରଶୀଳ ଥିଲା। ତେଣୁ ବର୍ତ୍ତମାନ ଉତ୍ତର କୋରିଆ ରୁଷିଆର ଘରୋଇ ସେନା ଓ୍ବାଗନର ଗ୍ରୁପ୍‌ ସମେତ ସରକାରୀ ସାମରିକ ବଳକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଋଣ ଶୁଝୁଛି ବୋଲି ଆମେରିକା କହିଛି। ଦୁଇଦେଶ ମଧ୍ୟରେ ଆଗକୁ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର କାରବାର ହେବା ଅନୁଚିତ ବୋଲି ଓ୍ବାଶିଂଟନ୍‌ ଚେତାବନୀ ଦେଇଥିବାବେଳେ ଉତ୍ତର କୋରିଆର ୩୯ ବର୍ଷୀୟ ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ବୁଧବାର ୭୦ ବର୍ଷୀୟ ରୁଷୀୟ ଷ୍ଟଙ୍ଗ୍‌ମ୍ୟାନ୍‌ ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଗତ ୪ ବର୍ଷ ମଧ୍ୟରେ ଏହା ହେଉଛି ଉଭୟଙ୍କ ପ୍ରଥମ ସାକ୍ଷାତ।

ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ରୁଷିଆର ନୂଆ ସ୍ପେସ୍‌ ଲଞ୍ଚ୍‌ ଷ୍ଟେଶନ୍‌ରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟି ୟୁକ୍ରେନ୍‌ ବିରୋଧରେ ୧୮ ମାସ ଧରି ଚାଲିଥିବା ଯୁଦ୍ଧକୁ ସମର୍ଥନ କରିଛନ୍ତି। ବିଶ୍ଳେଷକଙ୍କ ମତରେ ଉତ୍ତର କୋରିଆ ନିକଟରେ ଅନେକ ଲକ୍ଷ ପୁରୁଣା ଅସ୍ତ୍ରଶସ୍ତ୍ର ଓ ରକେଟ୍‌ ଥାଇପାରେ। ରୁଷିଆ ସେହି ଯୁଦ୍ଧାସ୍ତ୍ରଗୁଡ଼ିକୁ ନେଇ ୟୁକ୍ରେନ୍‌ ବିରୋଧରେ ପ୍ରୟୋଗ କରିପାରେ। ଏହା ବଦଳରେ ରୁଷିଆ ଉତ୍ତର କୋରିଆକୁ ସ୍ପାଏ ସାଟେଲାଇଟ୍‌ ନିର୍ମାଣରେ ସହଯୋଗ କରିପାରେ। ତେଣୁ ଭୂରାଜନୈତିକ ଉଠାପକା ମଧ୍ୟରେ ଦୁଇ ଏକଚ୍ଛତ୍ରବାଦୀ ଶାସକଙ୍କ ସାକ୍ଷାତ୍‌କୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ ଚୁକ୍ତି ନ କରିବାକୁ ଆମେରିକା ପକ୍ଷରୁ ଦିଆଯାଇଥିବା ଚେତବାନୀକୁ ଭ୍ରୂକ୍ଷେପ ନ କରି କିମ୍‌ ପ୍ୟୋଙ୍ଗ୍‌ୟାଙ୍ଗ୍‌ରୁ ରବିବାର ଏକ ଘରୋଇ ଟ୍ରେନ୍‌ରେ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। କିମ୍‌ ଟ୍ରେନ୍‌ରେ ରୁଷିଆର ବନାଞ୍ଚଳ ଅତିକ୍ରମ କରୁଥିବାବେଳେ ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ ନିକଟରୁ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଉଦ୍‌କ୍ଷେପଣ କରିଥିଲା। ଏହା ହେଉଛି କିମ୍‌ଙ୍କ ଅନୁପସ୍ଥିତିରେ ଉତ୍ତର କୋରିଆର ପ୍ରଥମ ମିଶାଇଲ୍‌ ଲଞ୍ଚ୍‌। ଦେଶର ଆଣବିକ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ ବ୍ୟବସ୍ଥା କେତେ ବିକଶିତ ହୋଇଛି ତାହା ଏଥିରୁ ସ୍ପଷ୍ଟ ହେଉଥିବା କୁହାଯାଉଛି। ରୁଷିଆର ଦୂର ପ୍ରାଚ୍ୟରେ ଥିବା ଭୋଷ୍ଟୋଚ୍‌ନି କସ୍‌ମୋଡ୍ରୋମ୍‌ର ସ୍ପେସ୍‌ ବେସ୍‌ରେ ପୁଟିନ୍‌ ଓ କିମ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହି ଅବସରରେ କିମ୍‌ ‘ସାମ୍ରାଜ୍ୟବାଦ ବିରୋଧୀ’ ଅଭିଯାନକୁ ମସ୍କୋ ସମ୍ପୂର୍ଣ୍ଣ ଓ ନିଃସର୍ତ୍ତ ସମର୍ଥନ ଘୋଷଣା କରିଥିଲେ। ଉକ୍ତ ସମିଟ୍‌ରେ ଦୁଇ ନେତାଙ୍କ ମଧ୍ୟରେ ୪-୫ ଘଣ୍ଟା ଆଲୋଚନା ହୋଇଥିଲା। ରୁଷିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲଞ୍ଚ ସେଣ୍ଟର କସ୍‌ମୋଡ୍ରୋମ୍‌ରେ ପୁଟିନ୍‌ଙ୍କୁ କିମ୍‌ ଭେଟିବା ପଛର ଉଦ୍ଦେଶ୍ୟ ହେଉଛି, ପ୍ୟୋଙ୍ଗ୍‌ୟାଙ୍ଗ୍‌ ସାମରିକ କାର୍ଯ୍ୟକଳାପ ପାଇଁ ବିକଶିତ କରିବାକୁ ଚାହୁଁଥିବା ସାଟେଲାଇଟ୍‌ ସକାଶେ ରୁଷୀୟ ସହାୟତା ହାସଲ କରିବା। ଏହାଦ୍ୱାରା ଉତ୍ତର କୋରିଆ ଅଧିକ ଆଣବିକ କ୍ଷମତାସମ୍ପନ୍ନ ଏବଂ ଗୁପ୍ତଚର ମିଶାଇଲ୍‌ ତିଆରି କରିପାରିବ। ପୁଟିନ୍‌ ମଧ୍ୟ ଏଥିପାଇଁ ସହାୟତା ଦେବା ନେଇ ସ୍ପଷ୍ଟ କରିଛନ୍ତି।

ଏହି ଅବସରରେ ପୁଟିନ୍‌ ଓ କିମ୍‌ ପରସ୍ପରକୁ ‘କମ୍ବ୍ରେଡ୍‌’ ବୋଲି ସମ୍ବୋଧନ କରିଥିଲେ। ଆଲୋଚନା ବେଳେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଉପସ୍ଥିତ ଥିଲେ। କିମ୍‌ ଆସନ୍ତା ଅକ୍ଟୋବରରେ ସ୍ପାଏ ସାଟେଲାଇଟ୍‌ ଲଞ୍ଚ୍‌ ପାଇଁ ତୃତୀୟ ଉଦ୍ୟମ କରିବେ ବୋଲି ଏହା ପୂର୍ବରୁ ଘୋଷଣା କରିସାରିଛନ୍ତି। ସେ କ୍ଷମତାସୀନ ହେବା ପରଠୁ ୧୨ ବର୍ଷ ମଧ୍ୟରେ ମାତ୍ର ୭ ଥର ବିଦେଶ ଯାଇଛନ୍ତି, ଯହିଁରୁ ୪ ଥର ହେଉଛି ଚାଇନା ଗସ୍ତ। ପ୍ରକାଶ ଯେ, ଉତ୍ତର କୋରିଆ ବିପକ୍ଷରେ ଆମେରିକା ସମେତ ପାଶ୍ଚାତ୍ୟର କଟକଣାକୁ ଚାଇନା ଓ ରୁଷିଆ ବିରେଧ କରିଆସୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri