ମହଙ୍ଗା ହେବ ମଦ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅବକାରୀ ନୀତି ଜାରି କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ଅବକାରୀ ନୀତି ୨୦୨୩ ଏପ୍ରିଲ ପହିଲାରୁ ୨୦୨୪ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟ ସରକାର ଆଇଏମ୍‌ଏଫ୍‌ଏଲ୍‌ ଉପରେ ଅବକାରୀ ଶୁଳ୍କ (ଏକ୍ସାଇଜ୍‌ ଡ୍ୟୁଟି)ରେ ସାମାନ୍ୟ ବୃଦ୍ଧି କରିଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ୍‌) ଦର ବୃଦ୍ଧି ପାଇବ। ଏଥିସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍‌ ଶପ୍‌ ମଦ ଦୋକାନ ଖୋଲିବା ପାଇଁ ନୂଆ ନୀତିରେ ଅନୁମତି ମିଳିବ ନାହିଁ। ସମସ୍ତ ପ୍ରକାରର ଅଫ୍‌-ଶପ୍‌ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି। ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି। ନୂଆ ଅବକାରୀ ନୀତିରେ ରାଜ୍ୟ ସରକାର ଲାଇସେନ୍ସ ଫି’, ଏମ୍‌ଜିକ୍ୟୁ (ସର୍ବନିମ୍ନ ନିଶ୍ଚିତ ପରିମାଣ), ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରାଯାଇଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଅନ୍‌ ଶପ୍‌ ଲାଇସେନ୍ସ ପ୍ରଦାନ ନିମନ୍ତେ ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ। କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍‌ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍‌ ଶପ୍‌ ଲାଇସେନ୍ସ ପ୍ରଦାନ କରିପାରିବେ। ଅନ୍‌ ଶପ୍‌ ମଦ ଦୋକାନକୁ ଅଫ୍‌ ଶପ୍‌ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି। ସମସ୍ତ ଅଫ୍‌ ଶପ୍‌, ଅନ୍‌ ଶପ୍‌ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ। ତେବେ କେବଳ ଏଫ୍‌ଏଲ୍‌ ଅନ୍‌ ଶପ୍‌ ଲାଇସେନ୍ସଧାରୀଙ୍କୁ ଓଡ଼ିଶା ମଦ ନିଗମରୁ କେଜ୍‌ ବିୟର ଉଠାଇବାକୁ ଅନୁମତି ରହିଛି।
ବିୟର ପାର୍ଲରଗୁଡ଼ିକ ବିୟର ବିକ୍ରି ସହ ୱାଇନ୍‌ ମଧ୍ୟ ବିକ୍ରି କରିପାରିବେ। ଏହାସହିତ ଦେଶରେ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ୍‌) ଉପରେ ଅବକାରୀ ଟିକସ ସାମାନ୍ୟ ବୃଦ୍ଧି କରାଯାଇଛି। ତେବେ ବିଦେଶରେ ପ୍ରସ୍ତୁତ ବିଦେଶୀ ମଦ (ଏଫ୍‌ଏମ୍‌ଏଫ୍‌ଏଲ୍‌), ୱାଇନ୍‌ ଓ ବିୟର ଦର ଅପରିବର୍ତ୍ତିତ ରହିବ। ରାଜ୍ୟ ସରକାର ଇଜି ଅଫ୍‌ ଡୁଇଙ୍ଗ୍‌ ବିଜିନେସକୁ ପ୍ରୋତ୍ସାହିତ କରିବା ନିମନ୍ତେ ପରମିଟ୍‌, ଲାଇସେନ୍ସ, ପେମେଣ୍ଟ ଆଦି ଫାଇଭ-ଟିକୁ କାର୍ଯ୍ୟକାରୀ କରିଛନ୍ତି। ଗୁଇନ୍ଦା ତଥ୍ୟ ଆଧାରରେ ଜ୍ଞାନକୌଶଳର ଉପଯୋଗ କରାଯାଇ ମଦ ଚୋରାଚାଲାଣ ଓ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରାଯିବ। ଅନ୍‌ ଲାଇସେନ୍ସ ଓଟିଡିସି/ଆଇଟିଡିସି ହୋଟେଲଗୁଡିକୁ ଦିଆଯିବ। ତେବେ ଅସ୍ଥାୟୀ ଭାବେ ମଦ ବିକ୍ରି ପାଇଁ ଓଟିଡିସିକୁ ଲାଇସେନ୍ସ ପ୍ରଦାନ କରାଯିବ। ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଏହି ଲାଇସେନ୍ସ ଦିଆଯିବ ବୋଲି ସୂଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri