ବନ୍ଦ ହେବ ଓ୍ବିଣ୍ଡୋଜ୍‌ ୧୦

ଜୁନ୍‌ ୨୪ରେ ଅପରେଟିଂ ସିଷ୍ଟମ୍‌ ଓ୍ବିଣ୍ଡୋଜ୍‌ର ନୂଆ ଭର୍ସନ ଆସିଯିବ। ପରେ ୨୦୨୫ ଅକ୍ଟୋବରରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍‌ ୧୦ ସପୋର୍ଟକୁ ବନ୍ଦ କରିଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସପୋର୍ଟ ପେଜ୍‌ରେ କମ୍ପାନୀ ଏ ବାବଦରେ ଅପଡେଟ୍‌ ଦେଇଛି। ୨୦୧୫ ଜୁଲାଇ ୨୯ରେ ମାଇକ୍ରୋସଫ୍ଟ ପକ୍ଷରୁ ଓ୍ବିଣ୍ଡୋଜ୍‌ ୧୦ ହୋମ୍‌ ଏବଂ ପ୍ରୋ ଅପରେଟିଂ ସିଷ୍ଟମ ସପୋର୍ଟ ଆରମ୍ଭ କରିଥିଲା। ଓଏସ୍‌ ପରି ୧୦ ବର୍ଷର ଟାଇମ୍‌ ଲାଇନ ପରେ ଓ୍ବିଣ୍ଡୋଜ୍‌ ୧୦କୁ ମଧ୍ୟ ବନ୍ଦ କରିଦିଆଯିବ। ଡେଭେଲପର ଏବଂ କ୍ରିଏଟରଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଖୁବଶୀଘ୍ର ଅତ୍ୟାଧୁନିକ ଓ୍ବିଣ୍ଡୋଜ୍‌ ଅପଡେଟ୍‌ ଆସିବ ବୋଲି ମାଇକ୍ରୋ ସଫ୍ଟ ସିଇଓ ସତ୍ୟ ନାଦେଲା କହିଛନ୍ତି।

Share