ଇଚ୍ଛାଶକ୍ତି ବଢ଼ିବାକୁ ପ୍ରେରଣା ଦେଇଛି

ଖଇରା, ୩।୧୨(ଉତ୍କଳବନ୍ଧୁ ପଣ୍ଡା)ଜନ୍ମରୁ ସେ ଥିଲେ ଦିବ୍ୟାଙ୍ଗ। କେବଳ ବୌଦ୍ଧିକ ଅନଗ୍ରସର ନ ଥିଲେ, ଗୋଡ ୨ଟି ମଧ୍ୟ ଠିକ୍‌ ଭାବେ ପଡୁ ନ ଥିଲା କି ହାତ ଆଙ୍ଗୁଳି ଠିକ୍‌ ନ ଥିବାରୁ ଖଡି କି କଲମ ଧରିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା। ଏକମାତ୍ର ସନ୍ତାନର ଏଭଳି ଅବସ୍ଥାରେ ମା’ ଓ ବାପା ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ। ହେଲେ ତାଙ୍କର ଏହି ସନ୍ତାନ ପଙ୍ଗୁ ଗିରି ଲଙ୍ଘିଲା ଭଳି ପୂର୍ଣ୍ଣମୀ ଚନ୍ଦ୍ର ଭଳି ନିଜ ଅଞ୍ଚଳର ଗାରିମା ବଢାଇବେ ସେ ଜାଣି ନ ଥିଲେ। ପ୍ରବଳ ଇଛାଶକ୍ତି ଯୋଗୁ ଆଗକୁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଥିବା ଛାତ୍ର ଜଣକ ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରୁଢିଙ୍ଗିଆ ଗ୍ରାମର ସୌରରଞ୍ଜନ ଦଳାଇ।
ମା’ ନିର୍ମଳା ଓ ବାପା କେଶବ ଦଳାଇଙ୍କ ଏକମାତ୍ର ସନ୍ତାନ ଭାବେ ସେ ଦୁର୍ବଳ ଗୋଡରେ ଚାଲି ଚାଲି ଯାଇ ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସାରି ପଳାସପୁର ହାଇସ୍କୁଲରେ ନାମ ଲେଖାଇଥିଲେ। ପିଲାବେଳୁ ମାଟିରେ ବିଭିନ୍ନ ଖେଳନା ତିଆରି କରି ରଙ୍ଗଦେବା ତାଙ୍କର ସଉକ ପାଲଟିଯାଇଥିଲା। ବିଦ୍ୟାଳୟ ସ୍ତରରେ ବକ୍ତୃତା, ବୁଦ୍ଧି ପରୀକ୍ଷା ଆଦି ପ୍ରତିଯୋଗିତାରେ ଅନ୍ୟମାନଙ୍କୁ ପଛରେ ପକାଇ ଦେଇଥିଲେ। ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ସବୁଜ ବିପ୍ଳବ ବିଷୟରେ ପ୍ରକଳ୍ପ ନିର୍ମାଣ କରି ଦ୍ୱିତୀୟ ସ୍ଥାନ ଲାଭ କରିଥିଲେ। ସବୁ ପରେ ଆଙ୍ଗୁଳିରେ ସମସ୍ୟା ଯୋଗୁ କଲମ ଧରି ଠିକ୍‌ ଭାବେ ଲେଖି ପାରୁ ନ ଥିବା ସୌର ସମସ୍ତଙ୍କୁ ପଛରେ ପକାଇ ଚଳିତବର୍ଷ ବୋର୍ଡ ପରୀକ୍ଷାରେ ଏ-୧ ଅର୍ଥାତ ୫୪୧ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜ ଗାଁର ସୁନା ପୁଅ ପାଲଟିଥିଲେ। ଏବେ ସେ ସୋର ୟୁଏନ କଲେଜରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଛନ୍ତି। ଜଣେ ବୈଜ୍ଞାନିକ କିମ୍ବା ଡାକ୍ତର ହୋଇ ଦେଶସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ସୌରରଞ୍ଜନ କହିଛନ୍ତି। ଦିନେ ଭାଗ୍ୟକୁ ନିନ୍ଦୁଥିବା ମା’ ବାପା ଆଜି ନିଜକୁ ଭାଗ୍ୟବାନ ମନେ କରୁଥିବା ଉଭୟ ମା’ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri