୫୦୦ଟଙ୍କିଆ ନୋଟ୍‌ରେ ରହିବ ଶ୍ରୀରାମଙ୍କ ଫଟୋ! ୨୨ରେ ଜାରି କରିବ ଆରବିଆଇ

ନୂଆଦିଲ୍ଲୀ,୨୦।୧: ସବୁ ଅଶା ଆକାଂକ୍ଷାର ଅବସାନ ଘଟାଇ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର। ଏହାରି ଭିତରେ ଶ୍ରୀରାମଙ୍କ କମନୀୟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆରବିଆଇ ପକ୍ଷରୁ ରାମଙ୍କ ପ୍ରତିମୂର୍ତ୍ତି ଥିବା ୫୦୦ଟଙ୍କିଆ ନୋଟ୍‌ ବଜାରକୁ ଆସିବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି।

ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଖୁବ୍‌ ଲାଗି ରହିଛି। ମହାତ୍ମା ଗାନ୍ଧୀଙ୍କ ଫଟୋ ବଦଳରେ ଶ୍ରୀରାମଙ୍କ ଛବି ରଖାଯାଇଛି। ଏହି ସ୍ପତନ୍ତ୍ର ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅନୁମୋଦନ କରିଛି ବୋଲି ଦାବି କରାଯାଉଛି। ଯାହାକୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଲଞ୍ଚ କରାଯିବ।
କହି ରଖୁଛି କି, ଆରବିଆଇ ଏହି ସୂଚନାକୁ ଖଣ୍ଡନ କରିଛି। ଏହା ଗୁଜବ ଓ ଏହାର କୌଣସି ସତ୍ୟତା ନାହିଁ ବୋଲି ଆରବିଆଇ କହିଛି।

୨୦୨୪ ଜାନୁଆରୀ ୧୪ରେ ରଘୁନ୍‌ ମୁର୍ତ୍ତୀ ନାମକ ଜଣେ ସୋସିଆଲ ମିଡିଆ ଏକ୍ସ ୟୁଜର ଏହି ୫୦୦ଟଙ୍କିଆ ନୋଟର ଫଟୋକୁ ଶେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଥିଲା। ପରେ ୟୁଜର୍ସ ଜଣକ ପୋଷ୍ଟ କରି ଭୁଲ ତଥ୍ୟ ଭାଇରାଲ କରନ୍ତୁ ନାହିଁ ବୋଲି ଲୋକଙ୍କୁ ନିବେଦନ କରିଥିଲେ। ଏଥିପାଇଁ ତାଙ୍କ କ୍ରିଏଟିଭିଟିକୁ ବ୍ୟବହାର କରନ୍ତୁ ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

LPG ସଙ୍କଟ ଭିତରେ ଆସିଲା ଖୁସିଖବର: ଆଜି ଭାରତରେ ପହଞ୍ଚିବ ଏତିକି ମେଟ୍ରିକ ଟନ୍‌ ଗ୍ୟାସ

ନୂଆଦିଲ୍ଲୀ,୧୭।୩: ଦେଶରେ ବଢ଼ି ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଆଶ୍ୱସ୍ତିର ଖବର ଆସିଛି। ଇରାନ ସରକାରଙ୍କ ସ୍ବତନ୍ତ୍ର ଅନୁମତି ପରେ, ଭାରତୀୟ ଜାହାଜ ପାଇଁ ପଥ ପରିଷ୍କାର…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri