Categories: ଜାତୀୟ

ଦ୍ୱିତୀୟ ଡୋଜ ପରେ କୋଭିଡ୍‌ ବୁଷ୍ଟର ନେବା ଦରକାର କି ?

ନୂଆଦିଲ୍ଲୀ,୨୧।୮ : କୋଭିଡ୍‌ରୁ ସୁରକ୍ଷିତ ରହିବା ଲାଗି ତୃତୀୟ ଭାକ୍ସିନ ଶଟ୍‌ (ବୁଷ୍ଟର)ର ଆବଶ୍ୟକତା ଅଛି ନା ନାହିଁ, ସେ ସମ୍ପର୍କରେ ଭାରତରେ ବର୍ତ୍ତମାନ କୌଣସି ପ୍ରକାର ତଥ୍ୟ ଉପଲବ୍ଧ ନାହିଁ। ଆସନ୍ତା ବର୍ଷ ପ୍ରାରମ୍ଭରେ ତୃତୀୟ ଭାକ୍ସିନ ଶଟ୍‌ ସମ୍ପର୍କିତ ଅଧିକ ତଥ୍ୟ ଉପଲବ୍ଧ ହେବ। ଏହା କହିଛନ୍ତି ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ।

ଭାକ୍ସିନର ତୃତୀୟ ଡୋଜ ସର୍ବାଧିକ ସୁରକ୍ଷା ଦେବ ବୋଲି କିଛି ଅଧ୍ୟୟନରୁ ଜଣାପଡ଼ିଛି। ଏବେ କରୋନା ବିରୋଧରେ ଆମେରିକା, ୟୁକେ ଓ ଇସ୍ରାଏଲ ଭଳି କିଛି ଦେଶ ସେମାନଙ୍କ ନାଗରିକଙ୍କୁ ବୁଷ୍ଟର ଶଟ୍‌ ଦେବା ଲାଗି ଯୋଜନା କରୁଛନ୍ତି।

ବୁଷ୍ଟର ଶଟ୍‌ର ଆବଶ୍ୟକତା ଜାଣିବା ପାଇଁ ମୋ ମତରେ ଆମ ପାଖରେ ଯଥେଷ୍ଟ ତଥ୍ୟ ନାହିଁ। ଏଣୁ ଭାକ୍ସିନ ଶଟ୍‌ କେତେ ସୁରକ୍ଷା ପ୍ରଦାନ କରୁଛି, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ। ଏବେ ରିସର୍ଚ୍ଚ ଚାଲିଛି। ଆଉ କିଛି ମାସ ଲାଗିବ। ତଥ୍ୟ ମିଳିବା ପରେ ଆମକୁ କେଉଁ ସ୍ତରୀୟ ବୁଷ୍ଟର ଶଟ୍‌ ଦରକାର, ତାହା ଜଣାପଡ଼ିବ ବୋଲି ଡ. ଗୁଲେରିଆ କହିଛନ୍ତି।

Share