Categories: ଖେଳ

ବିନା ଟ୍ରଫିରେ ଶେଷ ହୋଇଯିବ କି ବିରାଟଙ୍କ ଆଇପିଏଲ୍‌ କ୍ୟାରିୟର୍‌

ୟୁଏଇ,୨୧।୯: ବିରାଟ କୋହଲିଙ୍କ ପାଇଁ ଗତ କିଛି ଦିନ ହେବ ଭଲ ଚାଲୁ ନାହିଁ। କିଛି ଦିନ ହେବ ନିଜ ଫର୍ମକୁ ନେଇ ଚିନ୍ତିତ ଥିବାବେଳେ ଏବେ ତାଙ୍କ ଅଧିନାୟିକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏହାପରେ ପ୍ରଥମେ ସେ ଯେ ଟି -୨୦ ବିଶ୍ୱକପ ପରେ ସେ ଟିମ ଇଣ୍ଡିଆର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବେ ବୋଲି ଘେଶଷଣା କରିଥିଲେ। ଏବେ ସେ ଆଇପିଏଲ ୨୦୨୧ ପରେ ସେ ଆରସିବି ଅଧିନାୟକ ଦାୟିତ୍ୱ ମଧ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ କେକେଆର୍‌ ୯ ଉଇକେଟ ନେଇ ଆରସିବିକୁ ପରାସ୍ତ କରିଛି। ଆରସିବି ପାଇଁ ଏହା କୋହଲିଙ୍କ ୨୦୦ ତମ ମ୍ୟାଚ ଥିଲା। ଏହା ମଧ୍ୟ କେକେଆରର ୨୦୦ ତମ ଆଇପିଏଲ ମ୍ୟାଚ ଥିଲା।
ଜଣେ ଖେଳାଳି ଭାବରେ ବିରାଟ କୋହଲି ଏପର୍ଯ୍ୟନ୍ତ ଆଇପିଏଲ ଟାଇଟଲ ଜିତି ନାହାଁନ୍ତି। ଏହା ହେଉଛି ଆଇପିଏଲ୍‌ ଲିଗର ୧୪ତମ ସିଜନ। କୋହଲି ୧୮ ଏପ୍ରିଲ ୨୦୦୮ରେ କେକେଆର୍‌ ବିପକ୍ଷରେ ଖେଳାଳି ଭାବରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ ଏବଂ ଦଳ ୧୪୦ ରନ୍‌ରେ ପରାସ୍ତ ହୋଇଥିଲା। ରନ ଦୃଷ୍ଟିରୁ ଏହା ଏପର୍ଯ୍ୟନ୍ତ କେକେଆରର ସବୁଠାରୁ ବଡ ବିଜୟ। ଏହା ପରେ କୋହଲି ଆଇପିଏଲ ଟାଇଟଲ ଜିତିପାରି ନାହାନ୍ତି।

ବିରାଟ କୋହଲି ଅଧିନାୟକ ଭାବରେ ଆଇପିଏଲରେ ୧୩୩ଟି ମ୍ୟାଚରୁ ମାତ୍ର ୬୦ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛନ୍ତି। ଅର୍ଥାତ୍‌ କେବଳ ୪୮ ପ୍ରତିଶତ। ଲିଗର ବଡ ଅଧିନାୟକଙ୍କ ତୁଳନାରେ ଏହା ବହୁତ ଖରାପ। ସିଏସକେ ଅଧିନାୟକ ଏମଏସ ଧୋନୀ ୧୯୬ରୁ ୧୧୬ଟି ମ୍ୟାଚ ଜିତିଛନ୍ତି। ଏହା ପ୍ରାୟ ୫୯ ପ୍ରତିଶତ ଅଟେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ୧୨୩ ଟି ମ୍ୟାଚରୁ ୭୨ଟି ମ୍ୟାଚ ଜିତିଛନ୍ତି। ପ୍ରାୟ ୬୦ ପ୍ରତିଶତ। ଉଭୟ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ବାଗ ୫୦ରୁ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୫୦ ପ୍ରତିଶତରୁ ଅଧିକ ହୋଇଛି।

Share