କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଥିବା ଭିକିଙ୍କ କେବଳ ଗୋଟିଏ କି ଦୁଇଟି ନୁହେଁ ୪ଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଦମଦାର ଭୂମିକାରେ ଅଭିନୟ କରିଛନ୍ତି ଭିକି।

ଭିକିଙ୍କ ଫିଲ୍ମ ସବୁବେଳେ ହିଟ୍‌ ହେବା ପରି ତାଙ୍କର ଏବଂ କ୍ୟାଟ୍‌ଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ହିଟ୍‌ ଯୋଡି ଅଟେ। ଦୁଇ ଜଣଙ୍କର ବିବାହ ବଲିଉଡରେ ଖୁବ୍‌ ଚର୍ଚ୍ଚିତ ବିବାହ ଥିଲା। ତେବେ ଭିକିଙ୍କ ନୂଆ ଫିଲ୍ମ ‘ଜରା ହଟ୍‌କେ ଜରା ବଚକେ’ ଟ୍ରେଲର୍‌ ଲଞ୍ଚରେ ସେ ଗଣମାଧ୍ୟମ ସହ ସାକ୍ଷାତକାର କରିଥିଲେ। ଇଭେଣ୍ଟରେ ତାଙ୍କୁ କ୍ୟାଟ୍‌ଙ୍କୁ ଛାଡପତ୍ର ଦେବା ନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରକୁ ସେ ହଟ୍‌କେ ଅନ୍ଦାଜରେ ଦେଇଥିଲେ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଇଭେଣ୍ଟରେ ତାଙ୍କୁ ପଚରାଯାଇଥିଲା ଯେ, ଆମ ଦେଶରେ ବିବାହ ସାତ ଜନ୍ମର ବନ୍ଧନ ଅଟେ। ତେବେ ଏଇଟା ଆପଣଙ୍କୁ ଠିକ୍‌ ଲାଗୁଛି କି ନା ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିବା ଉଚିତ୍‌। ଯଦି କ୍ୟାଟ୍ରିନାଙ୍କ ଠାରୁ ଭଲ ହିରୋଇନ୍‌ ଆପଣଙ୍କୁ ମିଳନ୍ତି ତେବେ ଆପଣ କଣ କରିବେ?

ଏହି ପ୍ରଶ୍ନ ଶୁଣି ଭିକି ଜୋରେ ହସିଥିଲେ ଏବଂ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ କହିଲେ ଯେ, ସାର୍‌ ମୋର ଘରକୁ ବି ଯିବାର ଅଛି। ଆପଣ ଏମିତି ତେଢା ମେଢା ପ୍ରଶ୍ନ ପଚାରୁଛନ୍ତି। ଏବେ ଛୋଟ ଅଛି ବଡ ହେବାକୁ ତ ଦିଅନ୍ତୁ। ଏପରି ଭୟଙ୍କର ପ୍ରଶ୍ନର ଉତ୍ତର କେମିତି ଦେବି। ପରେ ଏହି ପ୍ରଶ୍ନର ଉତ୍ତରରେ ଭିକି କହିଥିଲେ ଯେ, କ୍ୟାଟ୍‌ଙ୍କୁ କେବଳ ସାତ ଜନ୍ମ ନୁହେଁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ରଖିବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri