କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଥିବା ଭିକିଙ୍କ କେବଳ ଗୋଟିଏ କି ଦୁଇଟି ନୁହେଁ ୪ଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଦମଦାର ଭୂମିକାରେ ଅଭିନୟ କରିଛନ୍ତି ଭିକି।

ଭିକିଙ୍କ ଫିଲ୍ମ ସବୁବେଳେ ହିଟ୍‌ ହେବା ପରି ତାଙ୍କର ଏବଂ କ୍ୟାଟ୍‌ଙ୍କ ଯୋଡି ଫ୍ୟାନ୍ସଙ୍କ ମଧ୍ୟରେ ହିଟ୍‌ ଯୋଡି ଅଟେ। ଦୁଇ ଜଣଙ୍କର ବିବାହ ବଲିଉଡରେ ଖୁବ୍‌ ଚର୍ଚ୍ଚିତ ବିବାହ ଥିଲା। ତେବେ ଭିକିଙ୍କ ନୂଆ ଫିଲ୍ମ ‘ଜରା ହଟ୍‌କେ ଜରା ବଚକେ’ ଟ୍ରେଲର୍‌ ଲଞ୍ଚରେ ସେ ଗଣମାଧ୍ୟମ ସହ ସାକ୍ଷାତକାର କରିଥିଲେ। ଇଭେଣ୍ଟରେ ତାଙ୍କୁ କ୍ୟାଟ୍‌ଙ୍କୁ ଛାଡପତ୍ର ଦେବା ନେଇ ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତରକୁ ସେ ହଟ୍‌କେ ଅନ୍ଦାଜରେ ଦେଇଥିଲେ। ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଇଭେଣ୍ଟରେ ତାଙ୍କୁ ପଚରାଯାଇଥିଲା ଯେ, ଆମ ଦେଶରେ ବିବାହ ସାତ ଜନ୍ମର ବନ୍ଧନ ଅଟେ। ତେବେ ଏଇଟା ଆପଣଙ୍କୁ ଠିକ୍‌ ଲାଗୁଛି କି ନା ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିବା ଉଚିତ୍‌। ଯଦି କ୍ୟାଟ୍ରିନାଙ୍କ ଠାରୁ ଭଲ ହିରୋଇନ୍‌ ଆପଣଙ୍କୁ ମିଳନ୍ତି ତେବେ ଆପଣ କଣ କରିବେ?

ଏହି ପ୍ରଶ୍ନ ଶୁଣି ଭିକି ଜୋରେ ହସିଥିଲେ ଏବଂ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ କହିଲେ ଯେ, ସାର୍‌ ମୋର ଘରକୁ ବି ଯିବାର ଅଛି। ଆପଣ ଏମିତି ତେଢା ମେଢା ପ୍ରଶ୍ନ ପଚାରୁଛନ୍ତି। ଏବେ ଛୋଟ ଅଛି ବଡ ହେବାକୁ ତ ଦିଅନ୍ତୁ। ଏପରି ଭୟଙ୍କର ପ୍ରଶ୍ନର ଉତ୍ତର କେମିତି ଦେବି। ପରେ ଏହି ପ୍ରଶ୍ନର ଉତ୍ତରରେ ଭିକି କହିଥିଲେ ଯେ, କ୍ୟାଟ୍‌ଙ୍କୁ କେବଳ ସାତ ଜନ୍ମ ନୁହେଁ ଜନ୍ମ ଜନ୍ମ ପର୍ଯ୍ୟନ୍ତ ରଖିବାକୁ ଚାହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri