Posted inଜାତୀୟ

ଉଠିବ କି ଆଉ ଏକ ଝଡ଼

ନୂଆଦିଲ୍ଲୀ,୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜୈନ କମିଶନ ୧୯୯୭ ଅଗଷ୍ଟ ୨୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କ ସରକାରଙ୍କ ନିକଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ। କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ମିଲାପ ଜୈନ ଏଥିରେ ରାଜୀବଙ୍କ ହତ୍ୟାର ଷଡ଼ଯନ୍ତ୍ର ଦିଗକୁ ଉଜାଗର କରିଥିଲେ। ଶ୍ରୀଲଙ୍କାର ଉଗ୍ରପନ୍ଥୀ ସଙ୍ଗଠନ ଲିବରେଶନ୍‌ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ)କୁ ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ) ସହାୟତା ଦେଇଥିଲା। ଫଳରେ ରାଜୀବଙ୍କୁ ହତ୍ୟା କରିବା ପାଇଁ ଏଲ୍‌ଟିଟିଇକୁ ସହଜ ହୋଇଥିଲା ବୋଲି ଉକ୍ତ ରିପୋର୍ଟରେ କମିଶନ ସମାଲୋଚନା କରିଥିଲେ।

କେବଳ ଏତିକି ନୁହେଁ, ପୂର୍ବର ନରସିଂହ ରାଓ ସରକାର ମଧ୍ୟ ତାମିଲ ଉଗ୍ରପନ୍ଥୀମାନଙ୍କୁ ପରୋକ୍ଷରେ ସହଯୋଗ କରିଥିବା କମିଶନ ନିଜ ରିପୋର୍ଟରେ ଦର୍ଶାଇଥିଲେ। ନଭେମ୍ବର ୧୬ରେ ଜୈନ କମିଶନଙ୍କ ରିପୋର୍ଟ ପ୍ରଘଟ ହେବା ପରେ ଭାରତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ସେତେବେଳେ କଂଗ୍ରେସର ବାହ୍ୟ ସମର୍ଥନରେ ଜନତା ଦଳ ନେତୃତ୍ୱାଧୀନ ମେଣ୍ଟ ସରକାର ଚାଲିଥିଲା।

ଶାସକ ମେଣ୍ଟରେ ଡିଏମ୍‌କେ ଅଂଶିଦାର ଥିଲା। ତେଣୁ କଂଗ୍ରେସ ପ୍ରଥମେ ଉକ୍ତ ରିପୋର୍ଟକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଉ ବୋଲି ଦାବି କରିଥିଲା। କିନ୍ତୁ ଡିଏମ୍‌କେ ଏବଂ ତାମିଲ ମାନିଲା କଂଗ୍ରେସ ମଧ୍ୟରେ ବିବାଦ ସୃଷ୍ଟି ହେଲେ ସରକାରରୁ ଡିଏମ୍‌କେ ସମର୍ଥନ ପ୍ରତ୍ୟାହାର କରିବା ଆଶଙ୍କାରେ ପ୍ରଧାନମନ୍ତ୍ରୀ ଗୁଜରାଲ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ପରବର୍ତ୍ତୀ ସମୟରେ ରିପୋର୍ଟ ଅନୁଧ୍ୟାନ ପାଇଁ ଗୁଜରାଲ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀଙ୍କ ସମ୍ମତିକ୍ରମେ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିଥିଲେ। ସେତେବେଳର କଂଗ୍ରେସ ସଂସଦୀୟ ଦଳ ନେତା ଶରଦ ପାଓ୍ବାର କହିଥିଲେ, ରିପୋର୍ଟରେ ଯାହାଙ୍କ ନାମ ଉଲ୍ଲେଖ କରାଯାଇଥିବ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ।

ଗୁଜରାଲ ବୈଠକ ଡାକି ଡିଏମ୍‌କେ ପ୍ରତି ନିଜ ସମର୍ଥନ ବିଷୟ ଅବଗତ କରାଇଥିଲେ। ଡିଏମ୍‌କେର ଶିଳ୍ପମନ୍ତ୍ରୀ ମୁରସୋଲି ମାରାନ୍‌ କହିଥିଲେ, ୟୁନାଇଟେଡ୍‌ ଫ୍ରଣ୍ଟ (ମିଳିତ ସାମ୍ମୁଖ୍ୟ) ସରକାରର ଆମେ ସହଯୋଗୀ ଦଳ। ତେଣୁ ଗୁଜରାଲ ସରକାର ସହ ଆମର ସମର୍ଥନ ରହିଛି। ଜୈନ କମିଶନଙ୍କ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଏକ ଘଣ୍ଟାଚକଟା ଖବର। ତେଣୁ ଏହାକୁ କେହି ବିଶ୍ୱାସ କରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଅନ୍ୟପକ୍ଷେ ସେହି ସମୟରେ ଚତୁର୍ଥ ଥର ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ଏମ୍‌. କରୁଣାନିଧିଙ୍କ ମେଣ୍ଟ ସରକାର ତାମିଲ ମାନିଲା କଂଗ୍ରେସର ସମର୍ଥନରେ ଚାଲିଥିଲା। ତେଣୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମସ୍ତ ସୂଚନା ଶେୟାର କରିବା ପାଇଁ ତାମିଲ ମାନିଲା କଂଗ୍ରେସ ଡିଏମ୍‌କେକୁ କହିଥିଲା।

୧୯୯୭ ନଭେମ୍ବର ୨୦ରେ ଜୈନ କମିଶନଙ୍କ ରିପୋର୍ଟ ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିଲା। ସେଦିନ କ୍ୟାବିନେଟରୁ ଡିଏମ୍‌କେକୁ ହଟାଇବାକୁ ଦାବି କରି କଂଗ୍ରେସ ପକ୍ଷରୁ ଗୃହରେ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ଡିଏମ୍‌କେକୁ ବିଦା ନ କରିବା ପର୍ଯ୍ୟନ୍ତ କୌଣସି ସଂସଦୀୟ ବିତର୍କରେ ଭାଗନେବ ନାହିଁ ବୋଲି ସର୍ବପୁରାତନ ଦଳ ଅଡ଼ିବସିବାରୁ ଲୋକ ସଭା ବାଚସ୍ପତି ପି.ଏ. ସାଙ୍ଗ୍‌ମା ଗୃହକୁ ମୁଲତବୀ କରିଥିଲେ। ଗୁଜରାଲ ଡିଏମ୍‌କେ ନେତାମାନଙ୍କୁ କ୍ୟାବିନେଟରୁ ହଟାଇବେ ନାହିଁ ବୋଲି କେଶରୀଙ୍କୁ ଚିଠି ଲେଖିବା ପରେ ଶେଷରେ ନଭେମ୍ବର ୨୮ରେ ଗୁଜରାଲ ସରକାରରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିଥିଲା।

ମିଳିତ ସାମ୍ମୁଖ୍ୟ ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ଆଇ.କେ. ଗୁଜରାଲ ତତ୍କାଳୀନ ରାଷ୍ଟ୍ରପତି କେ.ଆର୍‌. ନାରାୟଣନ୍‌ଙ୍କୁ ପତ୍ର ଲେଖିଥିଲେ। ମୋ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଉଛି ବୋଲି ସେ ଉଲ୍ଲେଖ କରିଥିଲେ। ରାଷ୍ଟ୍ରପତି ଡିସେମ୍ବର ୪ରେ ପାର୍ଲାମେଣ୍ଟ ଭଙ୍ଗ କରିବା ପରେ ୧୯୯୮ ଫେବୃୟାରୀରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ଖଣ୍ଡିତ ଜନାଦେଶ ଫଳରେ ଭାଜପା ନେତା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ମାତ୍ର ୧୩ ମାସ ଚାଲିପାରିଥିଲା।

ଉପରୋକ୍ତ ରାଜନୈତିକ ଘଟଣାକ୍ରମର ୨୪ ବର୍ଷ ପରେ ଏବେ ସମୟ ବଦଳିଛି। ଏଥିସହ ଜାତୀୟ ରାଜନୀତିର ଚିତ୍ର ମଧ୍ୟ ବଦଳିଛି। ୨୦୧୪ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସ ପ୍ରାୟ କୌଣସି ବଡ଼ ନିର୍ବାଚନ ଜିତିପାରୁ ନାହିଁ। ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ.ଜି. ପେରାରିଭଲନ୍‌ ବୁଧବାର ମୁକ୍ତ ହୋଇଛନ୍ତି। କରୁଣାନିଧିଙ୍କ ପୁଅ ତଥା ବର୍ତ୍ତମାନର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କେ. ଷ୍ଟାଲିନ୍‌ଙ୍କ ଯୋଗୁ ସେ ମୁକୁଳିଥିବାରୁ ତାମିଳନାଡୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।

ଷ୍ଟାଲିନ୍‌ ମଧ୍ୟ ଅବଶିଷ୍ଟ ୬ ଦୋଷୀଙ୍କ ମୁକ୍ତି ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ କଂଗ୍ରେସ ରାଜୀବ ହତ୍ୟାକାରୀଙ୍କ ମୁକ୍ତି ଦେଶ ପାଇଁ ଅଦୌ ଶୁଭଙ୍କର ନୁହେଁ ବୋଲି କହିଛି। ବର୍ତ୍ତମାନର ଏନ୍‌ଡିଏ ସରକାର ପେରାରିଭଲନ୍‌ଙ୍କ ପିଟିଶନ ବିରୋଧରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସମାଲୋଚନା କରିଛି। ତାମିଲନାଡୁ ସରକାରରୁ କଂଗ୍ରେସ ସମର୍ଥନ ପ୍ରତ୍ୟାହାର କଲେ ବି ସଂଖ୍ୟା ଦୃଷ୍ଟିରୁ ଷ୍ଟାଲିନ୍‌ଙ୍କୁ କିଛି ଫରକ୍‌ ପଡ଼ିବ ନାହିଁ। ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଷ୍ଟାଲିନ୍‌ଙ୍କ ହାତ ଛାଡ଼ି ରହିପାରିବେ କି ଏବଂ ଆଉ ଏକ ଝଡ଼ ଉଠିବାକୁ ଦେବେ କି ବୋଲି ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri