ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ!

ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ ତାଙ୍କୁ ଅଧ୍ୟକ୍ଷ ପଦରୁ ନୁହେଁ ଉପ ରାଷ୍ଟ୍ରପତି ପଦରୁ ମଧ୍ୟ ହଟାଇବାକୁ ବଡ଼ ପ୍ଲାନ କରୁଛନ୍ତି।

ତେବେ ଏହି ନୋଟିସ୍‌ରେ ରାଜ୍ୟ ସଭାର ସବୁ ବିରୋଧୀ ଦଳ ପ୍ରାୟ ୭୦ଜଣ ଏମପିଙ୍କ ଦସ୍ତଖତ ରହିଛି। ଯେଉଁଥିରେ କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ଛୋଟ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଏକଜୁଟ ହୋଇଛି। କିନ୍ତୁ ବିରୋଧୀଙ୍କ ଏହି ରଣନୀତି ଫେଲ୍‌ ମାରିପାରେ ବୋଲି କୁହାଯାଉଛି। କାରଣ ରାଜ୍ୟ ସଭାରେ କେବଳ ଏନଡିଏର ୧୧୫ରୁ ଅଧିକ ଏମପି ଅଛନ୍ତି। ଏଭଳି ପରିସ୍ଥିତିରେ ବିରୋଧୀ କେତେ ସଫଳ ହେବେ ତାକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ବିଭିନ୍ନ ଆକଳନ କରୁଛନ୍ତି।

ଯଦି ସମ୍ବିଧାନର ଧାରା ୬୭(ବି) କୁ ଆଲୋଚନା କରାଯାଏ ତେବେ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ୧୪ ଦିନର ନୋଟିସ୍‌ ଦେବାକୁ ପଡିଥାଏ। ଏଥିସହ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀଙ୍କ ପାଖରେ ସଂଖ୍ୟାଗରିଷ୍ଠତା ଥିବା ନିହାତି ଆବଶ୍ୟକ। କିନ୍ତୁ ସଂଖ୍ୟା ଗଣିତକୁ ଦେଖିଲେ ବିରୋଧୀଙ୍କ ପକ୍ଷରେ ଏହା ଅସମ୍ଭବ ବୋଲି ମନେ ହେଉଛି। ତଥାପି କଂଗ୍ରେସ ଏବଂ ଅନ୍ୟ ସହଯୋଗୀ ଦଳ ବିଶ୍ୱାସ କରୁଛନ୍ତି ଯେ, ଏପରି କରିବା ଦ୍ୱାରା ଇଣ୍ଡିଆ ମେଣ୍ଟ ମଜବୁତ ହେବ କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦୁଇଟି ଗୃହରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ୍ଷେତ୍ରରେ କିଛି ବଡ଼ ଗେମ୍‌ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ବିଜେଡି ପାଖରେ ଏବେ ରାଜ୍ୟ ସଭାରେ ୭ଜଣ ସଦସ୍ୟ ଅଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏହି ପଦରୁ ହଟାଇବା ପାଇଁ ଅତି କମ୍‌ରେ ୫୦ଜଣ ସଦସ୍ୟଙ୍କ ଦସ୍ତଖତ ହେବା ଆବଶ୍ୟକ। କିନ୍ତୁ ଏହି ପ୍ରସ୍ତାବରେ ବର୍ତ୍ତମାନ ୭୦ଜଣ ଦସ୍ତଖତ କରିଛନ୍ତି। ଏହି ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସଭାରେ ଉପସ୍ଥାପନ ହୋଇଛି। ଏଠାରେ ପାରିତ ହେବା ପରେ ଏହା ଲୋକ ସଭାରେ ଉପସ୍ଥାପନ ହେବ। ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଧନକରଙ୍କୁ ପଦରୁ ହଟାଇବା ଏହି ନିଷ୍ପତ୍ତି ନେଇଥିଲେ।

ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଇଣ୍ଡିଆ ମେଣ୍ଟର ସମ୍ଭାବ୍ୟ ପଦକ୍ଷେପ ଉପରେ ତାଙ୍କ ଦଳ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ତେବେ ନବୀନ ଏଯାଏଁ ସ୍ପଷ୍ଟ କରିନାହାଁନ୍ତି ଯେ ଯଦି ସେ ଏହାକୁ ସମର୍ଥନ କରିବେ କି ନାହିଁ। ରାଜ୍ୟ ସଭାରେ ବିଜେଡିର ୭ଜଣ ସଦସ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। କାରଣ ରାଜ୍ୟ ସଭାରେ ବିରୋଧୀ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?