ଟ୍ରମ୍ପଙ୍କ ଭାରତକୁ ଧମକ: ରୁଷିଆରୁ ତେଲ କିଣିବା ପାଇଁ କରିବେ ଟାରିଫ୍‌ ବୃଦ୍ଧି

ନୂଆଦିଲ୍ଲୀ,୪।୮: ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ରୁଷିଆରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍‌ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି।

ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଲେଖିଛନ୍ତି, “ଭାରତ କେବଳ ରୁଷିଆରୁ ପ୍ରଚୁର ପରିମାଣରେ ତେଲ କିଣୁନାହିଁ, ସେମାନେ ଏହି ଟେଲର ଅଧିକାଂଶ ଖୋଲା ବଜାରରେ ବିକ୍ରି କରି ବଡ଼ ଲାଭ କରୁଛନ୍ତି। ୟୁକ୍ରେନରେ ରୁଷୀୟ ଯୁଦ୍ଧ ଯନ୍ତ୍ର ଦ୍ୱାରା କେତେ ଲୋକ ମରୁଛନ୍ତି, ତାହା ସେମାନେ ଚିନ୍ତା କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଁ ଭାରତ ଯୁକ୍ତରାଷ୍ଟ୍ରକୁ ଦେଉଥିବା ଟାରିଫ୍‌କୁ ନିଶ୍ଚିତ ଭାବେ ବୃଦ୍ଧି କରିବି।”

ଏହା ପୂର୍ବରୁ ଶୁକ୍ରବାର (୧ ଅଗଷ୍ଟ) ଟ୍ରମ୍ପ ଭାରତୀୟ ରିଫାଇନାରୀଗୁଡ଼ିକ ରୁଷିଆରୁ ତେଲ କିଣା ବନ୍ଦ କରିଥିବା ଗଣମାଧ୍ୟମ ରିପୋର୍ଟକୁ ସ୍ୱାଗତ କରିଥିଲେ। କିନ୍ତୁ କିଛି ଘଣ୍ଟା ପରେ ଭାରତ ସରକାରୀ ସୂତ୍ର ଏହି ରିପୋର୍ଟକୁ ଖଣ୍ଡନ କରି କହିଥିଲେ ଯେ, ଭାରତର ଶକ୍ତି ଆମଦାନୀ ବଜାର ଶକ୍ତି ଓ ଜାତୀୟ ସ୍ୱାର୍ଥ ଦ୍ୱାରା ପରିଚାଳିତ ହୁଏ। ସୂତ୍ର ଅନୁଯାୟୀ, “ଭାରତୀୟ ତେଲ କମ୍ପାନୀଗୁଡ଼ିକ ରୁଷିଆରୁ ତେଲ ଆମଦାନୀ ବନ୍ଦ କରିଥିବା କୌଣସି ରିପୋର୍ଟ ସରକାରଙ୍କ ପାଖରେ ନାହିଁ।”

ଟ୍ରମ୍ପ ପ୍ରଶାସନ ଭାରତର ରୁଷିଆରୁ ତେଲ ଆମଦାନୀ ଓ ଦୀର୍ଘଦିନର ବାଣିଜ୍ୟ ପ୍ରତିବନ୍ଧକକୁ କାରଣ ଦର୍ଶାଇ ଅଗଷ୍ଟ ୧ରୁ ଭାରତ ବିରୋଧରେ ୨୫ ପ୍ରତିଶତ ଟାରିଫ୍‌ ସହ ଅତିରିକ୍ତ ଜୋରିମାନା ଲାଗୁ କରିଛି। ଏହି ନୂଆ ଟାରିଫ୍‌ ବୃଦ୍ଧି ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?