ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍‌; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ

ଲସ ଏଞ୍ଜଲସ୍‌: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌। ଏବେ ସେ ନିଜର କାର୍ଯ୍ୟକୁ ନେଇ ପଶ୍ଚାତାପ କରି ଏକାଡେମୀ ଅଫ୍‌ ମୋସନ ପିକ୍ଚର ଆଟ୍ସ ଆଣ୍ଡ ସାଇନ୍ସ(ଓସ୍କାର ଆୟୋଜନ କରୁଥିବା ଏକାଡେମୀ)ର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ତେବେ ସ୍ମିଥ୍‌ଙ୍କ ବ୍ୟବହାରକୁ ନେଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା। ହେଲେ ତା’ ପୂର୍ବରୁ ସେ ଏକାଡେମୀ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜର କାର୍ଯ୍ୟ ପାଇଁ ଯେକୌଣସି ପରିଣାମ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ସେ ଜଣାଇଛନ୍ତି।

ସ୍ମିଥ୍‌ କହିଛନ୍ତି, ମୋ କାର୍ଯ୍ୟ ଦ୍ୱାରା ଯେଉଁମାନେ ଆଘାତ ପାଇଛନ୍ତି ସେମାନଙ୍କ ସୂଚୀ ବହୁତ ଲମ୍ବା। ଏଥିରେ ରକ୍‌, ତାଙ୍କ ପରିବାର, ମୋର ବହୁ ପ୍ରିୟଜନ ଓ ଦର୍ଶକ ବି ସାମିଲ ଅଛନ୍ତି। ମୋର ଏହି କାର୍ଯ୍ୟ ଦ୍ୱାରା ବହୁ ଲୋକଙ୍କ ହୃଦୟ ଭାଙ୍ଗି ଯାଇଛି ଓ ବିଶ୍ୱାସ ଟଳମଳ ହୋଇଛି। ମୁଁ ଏକାଡେମୀ ସହ ବିଶ୍ୱାସଘାତକତା କରିଛି। ଏହି ଉତ୍ସବରେ ପୁରସ୍କାର ହାସଲ କରିଥିବା ତଥା ଏଥିନିମନ୍ତେ ମନୋନୀତ ହୋଇଥିବା ବହୁ କଳାକାର ମୋ କାର୍ଯ୍ୟକଳାପ ଯୋଗୁ ଉତ୍ସବ ମନାଇବାରୁ ବଞ୍ଚିତ ହୋଇଥିଲେ। ଏହା ମୋତେ ଗଭୀର ଆଘାତ ଦେଇଛି। ଏଥିଯୋଗୁ ମୁଁ ଏକାଡେମୀ ଅଫ ମୋଶନ ପିକଚର ଆର୍ଟସରୁ ଇସ୍ତଫା ଦେଉଛି । କେବଳ ଏତିକି ନୁହେଁ, ଆଗକୁ ବୋର୍ଡ ତରଫରୁ ଆସିବାକୁ ଥିବା ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିବି।

କହିରଖୁଛୁ, ଓସ୍କାର ପୁରସ୍କାର ସମାରୋହରେ କ୍ରିସ୍‌ ରକ୍‌ ସ୍ମିଥଙ୍କ ପତ୍ନୀଙ୍କ ଲଣ୍ଡାମୁଣ୍ଡକୁ ନେଇ ପରିହାସ କରିଥିଲେ। ହେଲେ ସ୍ମିଥଙ୍କ ପତ୍ନୀ ଆଲୋପେସିଆ ନାମକ ରୋଗରେ ପୀଡ଼ିତ। ଏହି କାରଣରୁ ସେ ଲଣ୍ଡା ହୋଇଛନ୍ତି। ସ୍ମିଥ୍‌ ପରିହାସ ଶୁଣିବା ପରେ ରାଗିଯାଇ ରକ୍‌ଙ୍କୁ ସମସ୍ତଙ୍କ ସମ୍ମୁଖରେ ଜୋରଦାର ଚାପୁଡ଼ା ମାରିଥିଲେ। ଏଥିସହ ତାଙ୍କ ପତ୍ନୀଙ୍କ ନାମ ଆଉଥରେ ପାଟିରୁ ବାହାର କରିବ ନାହିଁ ବୋଲି ରକ୍‌ଙ୍କୁ ଶୁଣାଇ ଦେଇଥିଲେ। ଏହି ଚାପୁଡ଼ା ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ…

ଗାଁ ଗାଁ ବୁଲି ଡବଲ୍‌ ଇଞ୍ଜିନ ସରକାରର ସଫଳତା ବାଣ୍ଟୁଛନ୍ତି ଭାଜପା କର୍ମୀ: ବୁଦ୍ଧିଜୀବୀଙ୍କୁ ସାକ୍ଷାତ କଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ):ରାଜ୍ୟ ସରକାରଙ୍କ ୨ ବର୍ଷ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭାଜପା ଉଭୟ ସରକାରଙ୍କ ସଫଳତା ଓ କାର୍ଯ୍ୟଧାରା…

ଖେମେନେଇଙ୍କ ଶେଷକୃତ୍ୟରେ ସାମିଲ ହେବ ଭାରତ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ….

ତେହରାନ,୨୯।୬: ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଆତା ହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଭାରତ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ…

୧୦ବର୍ଷ ପରେ ଭରିଏ ସୁନା ନେବ କେତେ ଟଙ୍କା? ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୬: ଆଜି ସୁନା ଦରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି। ଗ୍ଲୋବାଲ୍ COMEX ମାର୍କେଟରେ ସୁନା ମୂଲ୍ୟ ୦.୩୬% କମିଯାଇଛି। ସ୍ୱଳ୍ପ ଅବଧିର ଏହି ହ୍ରାସ ସତ୍ତ୍ୱେ…

ଥ୍ରୀ-ଲାଙ୍ଗୁଏଜ୍ ପଲିସି ଉପରେ CBSEର ବଡ଼ ନିଷ୍ପତ୍ତି! ତୃତୀୟ ଭାଷାରେ ଦେବାକୁ ପଡ଼ିବନି…

ନୂଆଦିଲ୍ଲୀ,୨୯।୬: CBSEର ଥ୍ରୀ-ଲାଙ୍ଗୁଏଜ ପଲିସି ସମ୍ପର୍କରେ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନଙ୍କର ଅନେକ ପ୍ରଶ୍ନ ଥିଲା, ଯାହାକୁ ବୋର୍ଡ ଏବେ ସମାଧାନ କରିଛି। ବୋର୍ଡ କହିଛି ଯେ…

ରାଜ୍ୟ ସଭାରେ ପହଞ୍ଚିବା ପରେ, ତରୁଣ ଚୁଗ ସଂସଦର ପାହାଚରେ ମୁଣ୍ଡିଆ ମାରିଲେ

ନୂଆଦିଲ୍ଲୀ,୨୯।୬: ରାଜ୍ୟ ସଭା ଏମପି ଭାବରେ ଶପଥ ନେବା ପୂର୍ବରୁ, ତରୁଣ ଚୁଗ ସଂସଦ ଭବନର ଫାଟକରେ ମୁଣ୍ଡ ନଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାଜପା ତାଙ୍କୁ…

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri