Categories: ଖେଳ

ଆଇପିଏଲ୍‌ ଖେଳିପାରିବେନି ଶ୍ରେୟସ ଆୟାର! ଏହି କାରଣରୁ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ,୨୪।୩: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଛି ଭାରତ। ଦଳ ବିଦେଶୀ ଟିମ୍‌କୁ ୬୬ରନ୍‌ରେ ପରାସ୍ତ କରିଥିଲେ ହେଁ ମ୍ୟାଚ୍‌ ବେଳେ ଦୁଇଜଣ ଖେଳାଳି ଆହତ ହୋଇଛନ୍ତି। ସେଥିରୁ ଜଣେ ହେଲେ ଶ୍ରେୟାସ ଆୟାର। ଫିଲ୍ଡିଂ କରୁଥିବା ବେଳେ ଏହି ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ଇଲଂଣ୍ଡ ଇନିଂସର ଅଷ୍ଟମ ଓଭରରେ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ଜନି ବେୟାରଷ୍ଟୋ ଶଟ୍‌ ଖେଳିବା ପlରେ ଆୟାର ଡ୍ରାଇଭ୍‌ ମାରି ବଲ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିଲେ। ହେଲେ ତାଙ୍କ କାନ୍ଧରେ ଆଘାତ ଲାଗିବା ଯୋଗୁ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ ସେ ପଡ଼ିଆକୁ ଆସି ନ ଥିଲେ। ଏବେ ତାଙ୍କର ଏପ୍ରିଲ ୯ରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଆୟାର ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅଛନ୍ତି। ୨୮ ମାର୍ଚ୍ଚରେ ଦିନିକିଆ ସିରିଜ ଶେଷ ହେବ। ଏହାପରେ ଏପ୍ରିଲ ୯ରୁ ଆଇପିଏଲ୍‌ ଆରମ୍ଭ ହେବ। ଏଣୁ ଏହି କ୍ରିକେଟର ଆଇପିଏଲ୍‌ ଖେଳି ନ ପାରନ୍ତି ବୋଲି କୁହାଯାଉଛି। କାରଣ କାନ୍ଧରେ ଗମ୍ଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଫିଟ୍‌ ହେବାକୁ ସମୟ ଲାଗିବ। ଫିଟ୍‌ନେସ୍‌ ହାସଲ କରିବା ପାଇଁ ନ୍ୟୁନତମ ୬ ସପ୍ତାହ ସମୟ ଲାଗିପାରେ। ଏପରିକି ସର୍ଜରି ହେଲେ ଏହାଠାରୁ ଅଧିକ ସମୟ ଲାଗିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଖୁବ୍‌ କମ୍‌ ଦିନରେ ଆୟାର ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇଯିବ।

 

Share