ଦୁବାଇ,୨୩।୨: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ମହାମୁକାବିଲା ଉପରେ ରହିଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅବସରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯଦି ମଞ୍ଜରେକରଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଏହା ରୋହିତଙ୍କ ଶେଷ ଆଇସିସି ଟର୍ନାମେଣ୍ଟ ହୋଇପାରେ।
ESPNରେ ଆଲୋଚନା ସମୟରେ ରୋହିତ ଶର୍ମାଙ୍କ ବିଷୟରେ ସଞ୍ଜୟ ମାଞ୍ଜରେକର ଏକ ବଡ଼ ବୟାନ ଦେଇ କହିଛନ୍ତି, ମୁଁ ଭାବୁଛି ଯଦି ରୋହିତ ନିଷ୍ପତ୍ତି ନେଇସାରିଛନ୍ତି, ତେବେ କ’ଣ ସେ ୨୦୨୭ ODI ବିଶ୍ୱକପରେ ନଜର ଆସିବେ? ଏହା ସମ୍ଭବ ମନେ ହେଉନାହିଁ। ମୋତେ ସେଭଳି ଲାଗୁନାହିଁ। ଏହା ମଧ୍ୟ ସମ୍ଭବ ଯେ ଏହା ତାଙ୍କର ଶେଷ ଟୁର୍ନାମେଣ୍ଟ ହୋଇପାରେ।
ଏହି ଅବସରରେ ମାଞ୍ଜରେକର ରୋହିତ ଶର୍ମାଙ୍କ ନିର୍ଭିକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ୨୦୨୩ ODI ବିଶ୍ୱକପ୍ ଯୋଗୁ ରୋହିତ ଶର୍ମାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କ ବିଷୟରେ ମୋତେ ଯାହା ଭଲ ଲାଗିଲା ତାହା ହେଉଛି ସେ ନିଃସ୍ବାର୍ଥପର ଭାବେ କ୍ରିକେଟ ଖେଳିଥିଲେ । ତାଙ୍କ ଶତକକୁ ଖାତିର ନକରି, ସେ ଦଳକୁ ଏକ ଭଲ ଏବଂ ଦ୍ରୁତ ଆରମ୍ଭ ଦେବା ଉପରେ ଧ୍ୟାନ ଦେଇଥିଲେ, ଯାହା ଆଗାମୀ ଖେଳାଳିମାନଙ୍କ ପାଇଁ ଖେଳିବା ସହଜ କରିଥିଲା।
କହିବାକୁ ଚାହିଁବୁ, ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୭ ବର୍ଷ ଏବଂ ଏପ୍ରିଲରେ ସେ ୩୮ ବର୍ଷରେ ପଦାର୍ପଣ କରିବେ। ୨୦୨୭ ODI ବିଶ୍ୱକପ ବେଳକୁ ରୋହିତଙ୍କ ବୟସ ୪୦ ବର୍ଷ ଅତିକ୍ରମ କରିବ। ରୋହିତ ଏବେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି ଏବଂ ଏବେ ତାଙ୍କ ପାଇଁ ପରବର୍ତ୍ତୀ ଆଇସିସି ଟୁର୍ନାମେଣ୍ଟ ୨୦୨୭ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। କେବଳ ରୋହିତ ଜାଣନ୍ତି ତାଙ୍କ ନିଷ୍ପତ୍ତି କ’ଣ। ଯଦି ବୟସର ପ୍ରଶ୍ନ ଉଠେ ତେବେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ କାରଣ ରୋହିତଙ୍କ ଫିଟ୍ନେସ ଅନ୍ୟପାଇଁ ଉଦାହରଣ।


