Posted inଖେଳ

ଚାମ୍ପିଅନ୍ସ ଟ୍ରଫି ପରେ ସନ୍ନ୍ୟାସ ନେବେ ରୋହିତ ଶର୍ମା? ବଡ଼ ଦାବି କଲେ…

ଦୁବାଇ,୨୩।୨: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଜାରି ମହାମୁକାବିଲା ଉପରେ ରହିଛି। ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ପୁଣି ଥରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅବସରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଯଦି ମଞ୍ଜରେକରଙ୍କ କଥାକୁ ବିଶ୍ୱାସ କରାଯାଏ, ତେବେ ଏହା ରୋହିତଙ୍କ ଶେଷ ଆଇସିସି ଟର୍ନାମେଣ୍ଟ ହୋଇପାରେ।

ESPNରେ ଆଲୋଚନା ସମୟରେ ରୋହିତ ଶର୍ମାଙ୍କ ବିଷୟରେ ସଞ୍ଜୟ ମାଞ୍ଜରେକର ଏକ ବଡ଼ ବୟାନ ଦେଇ କହିଛନ୍ତି, ମୁଁ ଭାବୁଛି ଯଦି ରୋହିତ ନିଷ୍ପତ୍ତି ନେଇସାରିଛନ୍ତି, ତେବେ କ’ଣ ସେ ୨୦୨୭ ODI ବିଶ୍ୱକପରେ ନଜର ଆସିବେ? ଏହା ସମ୍ଭବ ମନେ ହେଉନାହିଁ। ମୋତେ ସେଭଳି ଲାଗୁନାହିଁ। ଏହା ମଧ୍ୟ ସମ୍ଭବ ଯେ ଏହା ତାଙ୍କର ଶେଷ ଟୁର୍ନାମେଣ୍ଟ ହୋଇପାରେ।

ଏହି ଅବସରରେ ମାଞ୍ଜରେକର ରୋହିତ ଶର୍ମାଙ୍କ ନିର୍ଭିକ ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ୨୦୨୩ ODI ବିଶ୍ୱକପ୍‌ ଯୋଗୁ ରୋହିତ ଶର୍ମାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ତାଙ୍କ ବିଷୟରେ ମୋତେ ଯାହା ଭଲ ଲାଗିଲା ତାହା ହେଉଛି ସେ ନିଃସ୍ବାର୍ଥପର ଭାବେ କ୍ରିକେଟ ଖେଳିଥିଲେ । ତାଙ୍କ ଶତକକୁ ଖାତିର ନକରି, ସେ ଦଳକୁ ଏକ ଭଲ ଏବଂ ଦ୍ରୁତ ଆରମ୍ଭ ଦେବା ଉପରେ ଧ୍ୟାନ ଦେଇଥିଲେ, ଯାହା ଆଗାମୀ ଖେଳାଳିମାନଙ୍କ ପାଇଁ ଖେଳିବା ସହଜ କରିଥିଲା।

କହିବାକୁ ଚାହିଁବୁ, ରୋହିତ ଶର୍ମାଙ୍କୁ ବର୍ତ୍ତମାନ ୩୭ ବର୍ଷ ଏବଂ ଏପ୍ରିଲରେ ସେ ୩୮ ବର୍ଷରେ ପଦାର୍ପଣ କରିବେ। ୨୦୨୭ ODI ବିଶ୍ୱକପ ବେଳକୁ ରୋହିତଙ୍କ ବୟସ ୪୦ ବର୍ଷ ଅତିକ୍ରମ କରିବ। ରୋହିତ ଏବେ ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି ଏବଂ ଏବେ ତାଙ୍କ ପାଇଁ ପରବର୍ତ୍ତୀ ଆଇସିସି ଟୁର୍ନାମେଣ୍ଟ ୨୦୨୭ ଦିନିକିଆ ବିଶ୍ୱକପ୍‌ ହେବାକୁ ଯାଉଛି। କେବଳ ରୋହିତ ଜାଣନ୍ତି ତାଙ୍କ ନିଷ୍ପତ୍ତି କ’ଣ। ଯଦି ବୟସର ପ୍ରଶ୍ନ ଉଠେ ତେବେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ କାରଣ ରୋହିତଙ୍କ ଫିଟ୍‌ନେସ ଅନ୍ୟପାଇଁ ଉଦାହରଣ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri