Categories: ଜାତୀୟ

ଶେଷ ହେବାକୁ ଯାଉଛି ୟେଦୁରପ୍ପାଙ୍କ ଯୁଗ

ବେଙ୍ଗାଲୁରୁ, ୨୨।୭: ବି.ଏସ୍‌. ୟେଦୁରପ୍ପାଙ୍କ ସରକାର ଜୁଲାଇ ୨୬ରେ ୨ ବର୍ଷ ପୂରିବ। ଏହା ପରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ରହି ନ ପାରନ୍ତି । ଏନେଇ ୟେଦୁରପ୍ପା ଗୁରୁବାର ଏହି ସୂଚନା ଦେଇଛନ୍ତି। ୨୬ ତାରିଖ ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯାହା ନିଷ୍ପତ୍ତି ନେବେ, ତାହା ସେ ପାଳନ କରିବେ। ତାଙ୍କ ବିରୋଧରେ କର୍ନାଟକ ଭାଜପା ବିଦ୍ରୋହ ଚଳାଇଥିବାରୁ ୨ ମାସ ପୂର୍ବରୁ ସେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେବେ ସେ କ୍ଷମତାରେ ରହନ୍ତୁ କି ନ ରହନ୍ତୁ, ଭାଜପାକୁ କ୍ଷମତାକୁ ଫେରାଇ ଆଣିବା ତାଙ୍କର କର୍ତ୍ତବ୍ୟ ବୋଲି ୟେଦୁରପ୍ପା କହିଛନ୍ତି।

ସୂଚନାଯୋଗ୍ୟ, କର୍ନାଟକ ସରକାରରେ ନେତୃତ୍ୱ ପରିବର୍ତ୍ତନ ହେବା ନେଇ କିଛିଦିନ ହେଲା କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍‌ ଶାହା ଏବଂ ନଡ୍ଡାଙ୍କର ତାଙ୍କ ପ୍ରତି ସ୍ବତନ୍ତ୍ର ଭଲପାଇବା ଓ ବିଶ୍ୱାସ ରହିଛି ବୋଲି ୟେଦୁରପ୍ପା କହିଛନ୍ତି।

Share