ବଦଳିବ ବିକ୍ରମଦେବ ବର୍ମାଙ୍କ ପ୍ରତିମୂର୍ତ୍ତି: ବିଧାୟକ

ଜୟପୁର,୨୬ା୯(ନି.ପ୍ର.): ବିକ୍ରମଦେବ ମହାବିଦ୍ୟାଳୟ ସମ୍ମୁଖରେ ସ୍ଥାପନ କରାଯାଇଥିବା ପ୍ରତିମୂର୍ତ୍ତି ବଦଳାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି। ଗତ ୧୭ ତାରିଖରେ ସ୍ଥାପନ ହୋଇଥିବା ପ୍ରତିମୂର୍ତ୍ତି ଏହା ବିକ୍ରମଦେବ ବର୍ମାଙ୍କ ନୁହେଁ ବୋଲି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରି ପ୍ରତିବାଦ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଧାୟକ ବାହିନୀପତି ସୋମବାର ପ୍ରତିମୂର୍ତ୍ତି ବଦଳାଯିବ ଏବଂ ବିକ୍ରମ ଦେବ ବର୍ମାଙ୍କ ବଡ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତିକୁ କଲେଜ ପକ୍ଷରୁ ଘୋଡାଇ ରଖାଯାଇଥିବା ଜଣାପଡିଛି ା