Posted inଖେଳ

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଖଳନାୟକ ସାଜିବ କି ବର୍ଷା ?…

ମେଲବୋର୍ନ,୩୦।୧୦ : ରବିବାର ଟି -୨୦ ବିଶ୍ୱକପର ୩୦ ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପର୍ଥରେ ଅନୁଷ୍ଠିତ ହେବ । ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଶକ୍ତିଶାଳୀ ଆଫ୍ରିକୀୟ ଦଳକୁ ହରାଇ ହାଟ୍ରିକ୍‌ କରିବାକୁ ପଡ଼ିଆକୁ ଓହ୍ଲାଇବ। ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ପୂର୍ବ ମ୍ୟାଜରେ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଜିମ୍ବାୱେ ବିପକ୍ଷରେ ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା।

ପଏଣ୍ଟ ଟେବୁଲରେ ଉଭୟ ଦଳର ସ୍ଥିତିକୁ ଦେଖିଲେ ଭାରତ ଦୁଇଟି ମ୍ୟାଚରୁ ଚାରି ପଏଣ୍ଟ ସହ ଗ୍ରୁପ -୨ ଶୀର୍ଷରେ ରହିଛି। ଟିମ୍‌ ଇଣ୍ଡିଆର ନିଟ ରନ ରେଟ +୧.୪୨୫ ରହିଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରୁ ତିନୋଟି ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ନିଟ ରନ ରେଟ +୫.୨୦୦ ରହିଛି। ଜିମ୍ବାୱେର ଦକ୍ଷିଣ ଆଫ୍ରିକା ସହିତ ତିନୋଟି ପଏଣ୍ଟ ସମାନ। କିନ୍ତୁ ନେଟ ରନ ରେଟରେ ଏହା +୦.୦୫୦ ପଛରେ ଅଛି ।

ଅଷ୍ଟ୍ରେଲିଆର ପାଣିପାଗ ବିଭାଗ ଆଂଶିକ ମେଘୁଆ ଆକାଶ ଏବଂ ହାଲକା ବର୍ଷା ପୂର୍ବାନୁମାନ କରିଛି। ଅପରାହ୍ନ ଓ ସନ୍ଧାରେ ବର୍ଷା ହେବାର ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ଭାରତର ମ୍ୟାଚ୍‌ ହେବ ନାହିଁ। ତେବେ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ହେବାକୁଥିବା ମ୍ୟାଚରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ।

ପର୍ଥରେ ସନ୍ଧ୍ୟା ଟାରୁ ମ୍ୟାଚ ଆରମ୍ଭ ହେବ। ସେତେବେଳେ ଭାରତରେ ଅପରାହ୍ନ ୪ଟା ୩୦ ହୋଇଥିବ। ପାଣିପାଗ ଡଟ କମ ଅନୁଯାୟୀ ରବିବାର ଦିନ ସନ୍ଧ୍ୟା ୭ ଟାରୁ ପର୍ଥରେ ବର୍ଷା ହେବାର ସମ୍ଭାବନା ନାହିଁ। ରାତି ୯ ଟା ପରେ ଦୁଇ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି। ମ୍ୟାଚ ସମୟରେ ପର୍ଥର ତାପମାତ୍ରା ପ୍ରାୟ ୧୩ ଡିଗ୍ରୀ ସେଲସିୟସ ରହିବ। ଶୀତରେ ଉଭୟ ଦଳ ମ୍ୟାଚ ଖେଳିବେ।

ଯଦି ବର୍ଷା ହୁଏ ତେବେ କଣ ହେବ?

ଯଦି ମ୍ୟାଚ ସମୟରେ ବର୍ଷା ହୁଏ, ତେବେ ପ୍ରଥମେ ଓଭର ହ୍ରାସ କରାଯିବ। ଅମ୍ପାୟାର ଯଥାସମ୍ଭବ ଅଧିକ ଓଭର ବୋଲିଂ କରାରଇବାକୁ ଚାହିଁବେ। ସର୍ବନିମ୍ନ ପାଞ୍ଚ ଓଭରର ୍‌ମ୍ୟାଚ ହୋଇପାରେ । ଯଦି ପାଞ୍ଚ ଓଭର ମ୍ୟାଚ ହେବାର କୌଣସି ସମ୍ଭାବନା ରହିବ ନାହିଁ। ତେବେ ମ୍ୟାଚ ବାତିଲ ଘୋଷଣା କରାଯିବ।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ କୌଣସି ରିଜର୍ଭ ଦିନ ଅଛି କି?

ରବିବାର ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପାଇଁ କୌଣସି ରିଜର୍ଭ ଦିନ ନାହିଁ। ଯଦି ପାଞ୍ଚ ଓଭର ମଧ୍ୟ ଖେଳାଯାଇପାରିବ ନାହିଁ, ତେବେ ମ୍ୟାଚ ବନ୍ଦ ହୋଇଯିବ। କେବଳ ସେମିଫାଇନାଲ ମ୍ୟାଚ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଦିନ ଅଛି।

ମ୍ୟାଚ ବାତିଲ ହେଲେ ପଏଣ୍ଟଗୁଡିକ କିପରି ବଣ୍ଟନ କରାଯିବ?

ମ୍ୟାଚ ବାତିଲ ହେଲେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରତ୍ୟେକ ଗୋଟିଏ ପଏଣ୍ଟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri