Posted inଜାତୀୟ

ପ୍ରିୟଙ୍କାଙ୍କ ଚାଲିଯିବ ଏମପି ପଦ! ବଡ଼ ଅଡୁଆରେ ଫସିଲେ…

ନୂଆଦିଲ୍ଲୀ,୨୦।୧୨: ଅଡୁଆରେ କଂଗ୍ରେସ ଏମପି ପ୍ରିୟଙ୍କା ଭଦ୍ରା। ନବ ନିର୍ବାଚିତା ପ୍ରିୟଙ୍କାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭାରତୀୟ ଜନତା ପାର୍ଟି ନେତା ନବ୍ୟା ହରିଦାସ ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ହରିଦାସ ଦାବି କରିଛନ୍ତି ଯେ ନାମାଙ୍କନ ପତ୍ରରେ ପ୍ରିୟଙ୍କା ତାଙ୍କର ଏବଂ ତାଙ୍କ ପରିବାରର ସମ୍ପତ୍ତିକୁ ସଠିକ ଭାବେ ପ୍ରକାଶ କରିନାହାଁନ୍ତି ଏବଂ ଭୁଲ ତଥ୍ୟ ଦେଇଛନ୍ତି। ଭାଜପା ନେତା ଆହୁରି କହିଛନ୍ତି ଯେ, ଏହା ଆଦର୍ଶ ଆଚରଣ ବିଧି ବିରୁଦ୍ଧ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ସହ ସମାନ। ଏବେ ପ୍ରଶ୍ନ ହେଉଛି ଭାଜପା ନେତାଙ୍କ ଏହି ପଦକ୍ଷେପ ପରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଏମପି ପଦ ହରାଇବେ କି?

କେରଳର ୱାୟନାଡ ଲୋକ ସଭା ଆସନରେ ଅନୁଷ୍ଠିତ ଉପ-ର୍ନିବାଚନରେ ହରିଦାସଙ୍କୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ନବ୍ୟାଙ୍କ ଆବେଦନକୁ କୋର୍ଟ ନିଶ୍ଚିତ କରିଥିବାବେଳେ ଡିସେମ୍ବର ୨୦ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ଥିବାରୁ ୨୦୨୫ ଜାନୁଆରୀ ରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ତାଙ୍କର ୪.୨୪ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଏବଂ ୧୩.୮୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେ ୧୫ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କ ପାଖରେ ୫୯.୮୩ କିଲୋଗ୍ରାମ ମୂଲ୍ୟର ରୂପା ରହିଛି। ଯାହାର ମୋଟ ମୂଲ୍ୟ ୨୯.୫୫ଲକ୍ଷ ଟଙ୍କା। ତାଙ୍କ ପାଖରେ ୪.୪୧ କିଲୋଗ୍ରାମ ମୂଲ୍ୟର ଅଳଙ୍କାର ଅଛି, ସେଥିମଧ୍ୟରୁ ୨.୫ କିଲୋଗ୍ରାମ ସୁନା ଅଟେ। ଯାହାର ମୂଲ୍ୟ ହେଉଛି ୧କୋଟି ୧୫ଲକ୍ଷ ୭୯ହଜାର ଟଙ୍କା। ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଏକ ହୋଣ୍ଡା CRV କାର ମଧ୍ୟ ଅଛି। ଏଥିସହ ତାଙ୍କ ପାଖରେ ୨ କୋଟି ୧୦ ଲକ୍ଷରୁ ଅଧିକ ମୂଲ୍ୟର ଚାଷ ଜମି ରହିଛି ଏବଂ ତାଙ୍କ ଘର ଶିମଲାରେ ଅବସ୍ଥିତ ୪୮,୯୯୭ ବର୍ଗଫୁଟ ଅଞ୍ଚଳରେ ର୍ନିମିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri