ପୁଣି ଦୁଇ ଭାଗ ହେବ ପାକିସ୍ତାନ? ଭାରତ ସହ ଯୁଦ୍ଧ ମଧ୍ୟରେ UN ପହଞ୍ଚି ଏଭଳି ଅପିଲ କଲା…

ଇସଲାମାବାଦ,୯।୫: ପୁଣି ଦୁଇ ଭାଗ ହେବ ପାକିସ୍ତାନ। ୧୯୭୧ରେ ଭାରତ ସହ ଯୁଦ୍ଧ ସମୟରେ ବାଲାଂଦେଶ ସୃଷ୍ଟି ହୋଇଥିଲା। ଏବେ ବେଲୁଚିସ୍ତାନ ନୂଆ ଦେଶ ଭାବେ ପାକିସ୍ତାନଠାରୁ ଅଲଗା ହେବାର ସମ୍ଭାବନା ବଢ଼ିବାରେ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଗୋଟିଏ ପଟେ ପାକିସ୍ତାନ ଭାରତର ନାଗରିକ ଏବଂ ସାମରିକ ସ୍ଥାନ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ବ୍ୟସ୍ତ ଥିବା ବେଳେ ବାଲୁଚ୍‌ ବିଦ୍ରୋହୀମାନେ ନିଜ ଦେଶର ସେନା ବିରୋଧରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଅତି କମ୍‌ରେ ୩ ବାଲୁଚ୍‌ ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନର ପଶ୍ଚିମ ଭାଗର କିଛି ଅଂଶକୁ ଦଖଲ କରିଛନ୍ତି। ଏପରିକି ବେଲୁଚିସ୍ତାନର ସ୍ବାଧୀନତା ପାଇଁ ଆହ୍ବାନ ଜୋରଦାର ହୋଇଛି। ପାକିସ୍ତାନର ପତାକା ଚିରିବା ପରେ ବାଲୁଚ୍‌ ବିଦ୍ରୋହୀମାନେ ସେମାନଙ୍କ ପତାକା ଉତ୍ତୋଳନ କରୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗତ ସପ୍ତାହରେ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର କ୍ୱେଟାର ଫୈଜାବାଦ ଅଞ୍ଚଳରେ ବେଲୁଚ୍‌ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ଏକ ପୃଥକ୍‌ ଆକ୍ରମଣରେ ସିବ୍ବିର ଏକ ସାମରିକ ଶିବିରରେ ହ୍ୟାଣ୍ଡ ଗ୍ରେନେଡ୍‌ ଆକ୍ରମଣରେ ଇସଲାମାବାଦର ସୁରକ୍ଷା ବାହିନୀକୁ ଟାର୍ଗେଟ କରାଯାଇଥିବା ଏକ ରିପୋର୍ଟ ଆସିଛି।

କେବଳ ଏତିକି ନୁହେଁ ଗୁରୁବାର କ୍ୱେଟାର ପ୍ରାଦେଶିକ ରାଜଧାନୀରେ ‘ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ’ଙ୍କ ଦ୍ୱାରା ପାକିସ୍ତାନ ସୁରକ୍ଷା ବାହିନୀ ଉପରେ ଚାରିଥର ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ବେଲୁଚିସ୍ତାନ ଲେଖକ ମୀର ୟାର ବାଲୁଚ୍‌ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ବିଶ୍ୱରୁ ପାକିସ୍ତାନଠାରୁ ସେମାନଙ୍କ କୁଟନୈତିକ ମିଶନକୁ ଫେରାଇ ନେବା ଏବଂ ସେଗୁଡ଼ିକୁ ନୂତନ ଉଦୀୟମାନ ଦେଶ ବେଲୁଚିସ୍ତାନକୁ ସ୍ଥାନାନ୍ତର କରିବାର ସମୟ ଆସିଛି। ପାକିସ୍ତାନକୁ ବିଦାୟ, ବେଲୁଚିସ୍ତାନକୁ ସ୍ବାଗତ’ ବୋଲି ସେ ଲେଖିଛନ୍ତି।

କହିବାକୁ ଗଲେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଫାଇଦା ଉଠାଇବାକୁ ବେଲୁଚିସ୍ତାନ ଚେଷ୍ଟା କରୁଥିବା କୁହାଯାଉଛି। ସଠିକ ସୁଯୋଗର ଦେଖି ବେଲୁଚ୍‌ ଗୋଷ୍ଠୀ ୟୁଏନ୍‌ର ଦ୍ୱାରସ୍ଥ ହୋଇ ଭିନ୍ନ ଦେଶର ଦାବି ଉଠାଇଛନ୍ତି। ଏଥିସହ ପାକିସ୍ତାନଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ନେଇ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri