ପୁଣି ଦୁଇ ଭାଗ ହେବ ପାକିସ୍ତାନ? ଭାରତ ସହ ଯୁଦ୍ଧ ମଧ୍ୟରେ UN ପହଞ୍ଚି ଏଭଳି ଅପିଲ କଲା…

ଇସଲାମାବାଦ,୯।୫: ପୁଣି ଦୁଇ ଭାଗ ହେବ ପାକିସ୍ତାନ। ୧୯୭୧ରେ ଭାରତ ସହ ଯୁଦ୍ଧ ସମୟରେ ବାଲାଂଦେଶ ସୃଷ୍ଟି ହୋଇଥିଲା। ଏବେ ବେଲୁଚିସ୍ତାନ ନୂଆ ଦେଶ ଭାବେ ପାକିସ୍ତାନଠାରୁ ଅଲଗା ହେବାର ସମ୍ଭାବନା ବଢ଼ିବାରେ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଗୋଟିଏ ପଟେ ପାକିସ୍ତାନ ଭାରତର ନାଗରିକ ଏବଂ ସାମରିକ ସ୍ଥାନ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ବ୍ୟସ୍ତ ଥିବା ବେଳେ ବାଲୁଚ୍‌ ବିଦ୍ରୋହୀମାନେ ନିଜ ଦେଶର ସେନା ବିରୋଧରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଅତି କମ୍‌ରେ ୩ ବାଲୁଚ୍‌ ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନର ପଶ୍ଚିମ ଭାଗର କିଛି ଅଂଶକୁ ଦଖଲ କରିଛନ୍ତି। ଏପରିକି ବେଲୁଚିସ୍ତାନର ସ୍ବାଧୀନତା ପାଇଁ ଆହ୍ବାନ ଜୋରଦାର ହୋଇଛି। ପାକିସ୍ତାନର ପତାକା ଚିରିବା ପରେ ବାଲୁଚ୍‌ ବିଦ୍ରୋହୀମାନେ ସେମାନଙ୍କ ପତାକା ଉତ୍ତୋଳନ କରୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗତ ସପ୍ତାହରେ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର କ୍ୱେଟାର ଫୈଜାବାଦ ଅଞ୍ଚଳରେ ବେଲୁଚ୍‌ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ଏକ ପୃଥକ୍‌ ଆକ୍ରମଣରେ ସିବ୍ବିର ଏକ ସାମରିକ ଶିବିରରେ ହ୍ୟାଣ୍ଡ ଗ୍ରେନେଡ୍‌ ଆକ୍ରମଣରେ ଇସଲାମାବାଦର ସୁରକ୍ଷା ବାହିନୀକୁ ଟାର୍ଗେଟ କରାଯାଇଥିବା ଏକ ରିପୋର୍ଟ ଆସିଛି।

କେବଳ ଏତିକି ନୁହେଁ ଗୁରୁବାର କ୍ୱେଟାର ପ୍ରାଦେଶିକ ରାଜଧାନୀରେ ‘ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ’ଙ୍କ ଦ୍ୱାରା ପାକିସ୍ତାନ ସୁରକ୍ଷା ବାହିନୀ ଉପରେ ଚାରିଥର ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ବେଲୁଚିସ୍ତାନ ଲେଖକ ମୀର ୟାର ବାଲୁଚ୍‌ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ବିଶ୍ୱରୁ ପାକିସ୍ତାନଠାରୁ ସେମାନଙ୍କ କୁଟନୈତିକ ମିଶନକୁ ଫେରାଇ ନେବା ଏବଂ ସେଗୁଡ଼ିକୁ ନୂତନ ଉଦୀୟମାନ ଦେଶ ବେଲୁଚିସ୍ତାନକୁ ସ୍ଥାନାନ୍ତର କରିବାର ସମୟ ଆସିଛି। ପାକିସ୍ତାନକୁ ବିଦାୟ, ବେଲୁଚିସ୍ତାନକୁ ସ୍ବାଗତ’ ବୋଲି ସେ ଲେଖିଛନ୍ତି।

କହିବାକୁ ଗଲେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଫାଇଦା ଉଠାଇବାକୁ ବେଲୁଚିସ୍ତାନ ଚେଷ୍ଟା କରୁଥିବା କୁହାଯାଉଛି। ସଠିକ ସୁଯୋଗର ଦେଖି ବେଲୁଚ୍‌ ଗୋଷ୍ଠୀ ୟୁଏନ୍‌ର ଦ୍ୱାରସ୍ଥ ହୋଇ ଭିନ୍ନ ଦେଶର ଦାବି ଉଠାଇଛନ୍ତି। ଏଥିସହ ପାକିସ୍ତାନଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ନେଇ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri