ନୂଆ GSTରେ ଓଡ଼ିଶାକୁ କ’ଣ ମିଳିବ ଲାଭ? ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୫।୯: ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

ତେବେ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇ କହିଛନ୍ତି, GST ସଂସ୍କାରରେ ଓଡ଼ିଶା ଲାଭାନ୍ବିତ ହେବ। ବିଶେଷ କରି ମଧ୍ୟବିତ୍ତ ଲୋକେ ଅଧିକ ଉପକୃତ ହେବେ। GST କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର। କେବଳ ୨ଟି ସ୍ଲାବ କାର୍ଯ୍ୟକାରୀ ଦ୍ବାରା ସମସ୍ତେ ଲାଭବାନ ହେବେ। ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ବାରା ରାଜ୍ୟର ୨୨ ଜିଲାର ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଲାଭ ମିଳିବା ସହ ବିକ୍ରି ବଢିବ । କେବଳ କେନ୍ଦୁପତ୍ର ତୋଳାଳୀ ନୁହନ୍ତି ବରଂ ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନର ବଡ ଲାଭ ପାଇବେ ଚାଷୀ । ବିଭିନ୍ନ କୃଷି ଉପକରଣ, ଔଷଧ ସିଞ୍ଚନକାରୀ ଯନ୍ତ୍ର, ଟ୍ରାକ୍ଟର, ସାରରେ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ଦ୍ବାରା ଚାଷୀଙ୍କ ଉପରୁ ଆର୍ଥିକ ବୋଝ ହଟିବ ଓ ଆୟ ବୃଦ୍ଧିରେ ସହାୟକ ହେବ ।

ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫% ଏବଂ ୧୮% ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୂଚନା ଦେଇଛନ୍ତି। ଏଥିରୁ ଦେଶର ସାଧାରଣ ନାଗରିକ ଲାଭବାନ ହେବେ। କୃଷକଙ୍କଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ଧ୍ୟାନରେ ରଖି ସ୍ଲାବ୍ରେ ଏପରି ହ୍ରାସ କରାଯାଇଥିବା ସୀତାରାମନ କହିଛନ୍ତି। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସହମତି ପ୍ରକାଶ କରିଥିବା ପ୍ରାୟ ୧୧ ଘଣ୍ଟାର ମାରାଥନ ବୈଠକରୁ ଜଣାପଡ଼ିଛି। ତେବେ ଏଥିଯୋଗୁ ପ୍ରାୟ ୯୩,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହୋଇପାରେ। ରାଜ୍ୟଗୁଡ଼ିକ ସହିବାକୁ ଥିବା ରାଜସ୍ବ କ୍ଷତିର ଭରଣା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri