ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଲୋକେ ମୌଳିକ ସମସ୍ୟାରୁ ମୁକୁଳି ପାରୁନାହାନ୍ତି ା ଆବାସ ଯୋଜନା ସାତ ସପନ ପାଲଟିଥିବା ବେଳେ ଗଁାକୁ ପକ୍କା ରାସ୍ତା ନାହିଁ ା ପାନୀୟ ଜଳର ଉକତ୍ଟ ସମସ୍ୟା ଜନଜୀବକୁ ଅସ୍ତବ୍ୟସ୍ତ କରୁଛି ା ୧୦ବର୍ଷ ଧରି ସରପଞ୍ଚଙ୍କଠାରୁ ଆରମ୍ଭ କରି ନେତା, ବ୍ଲକ ପ୍ରଶାସନ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ା ମାତ୍ର ପାହାଡ଼ତଳିଆ ପଞ୍ଚାୟତବାସୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି ା ଆଉ ସହି ହେବନି ଏବେ ଭୋଟ ବର୍ଜନ ଚରମ ନିଷ୍ପତ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି ା
ବାରିପଦା ନିର୍ବାଚନ ମଣ୍ଡଳୀ ବଡ଼ସାହି ବ୍ଲକ ଯଦୁନାଥପୁର ପଞ୍ଚାୟତର ୧୪ଟି ୱାର୍ଡରେ ୫୦୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ସେଥି ମଧ୍ୟରୁ ଖଡ଼ିଆ ଓ ଲୋଧା ସମ୍ପ୍ରଦାୟ ଜନଜାତିର ପ୍ରାୟ ଅଧିକାଂଶ ଲୋକ ଦିନ ମଜୁରିଆ। ଜୀବନଜୀବିକା କହିଲେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। ଅଭାବ ଅନଟନ ମଧ୍ୟରେ ପରିବାର ଭରଣ ପୋଷଣ କରୁଛନ୍ତି। ୩ ୱାର୍ଡକୁ ଛାଡ଼ିି ଅବଶିଷ୍ଟ ୧୧ଟି ୱାର୍ଡବାସୀଙ୍କ ସମସ୍ୟା କହିଲେ ନ ସରେ। ପଞ୍ଚାୟତରେ ଥିବା ୧୦ଟି ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ଆଣ୍ଠୁଏ ଖାଲଖମା ଦେଇ ଲୋକେ ଚଳପ୍ରଚଳ କରନ୍ତି। ପାହାଡ଼ିଆ ପଥୁରିଆ ରାସ୍ତାରେ ଗାଡିମୋଟର ଯିବାଆସିବା ସମ୍ଭବ ହୁଏ ନାହିଁ ା ଲୋକେ ଚାଲି ଚାଲି ନିକଟସ୍ଥ ହାଟବଜାର ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ବର୍ଷା ଦିନେ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରିଥାଏ। ଛାତ୍ରୀଛାତ୍ରମାନେ ପାଠପଢ଼ିବାକୁ ଯିବା ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖିନ ହୋଇଥାନ୍ତି ା ଦୀର୍ଘ ବର୍ଷ ଧରି ରାସ୍ତାରେ ମୁଠାଏ ମାଟି କିମ୍ବା ମୋରମ ପଡ଼ପାରୁ ନାହିଁ ା ଫଳରେ ଗମନାଗମନର ସମସ୍ୟା ଯୋଗୁ ରୋଗୀ ପାଇଁ ଆମ୍ବୁଲାନ୍ସ କିମ୍ବା ଜରୁରୀକାଳୀନ ସେବାରୁ ଅଞ୍ଚଳବାସୀ ବଂଚିତ ହୋଇ ଆସୁଥିବା ବେଲଡୁଙ୍ଗୁରୀ ଗ୍ରାମର ବାଘରାୟ ହଁାସଦା ଓ ସମରାୟ ହଁାସଦା କହିଛନ୍ତି। ଗଁା ଲୋକଙ୍କୁ ଅଦ୍ୟାବଧି ଆବାସ ଯୋଜନାରେ ସାମିଲ କରାଯାଇପାରୁ ନାହିଁି। ପକ୍କା ଛାତ ଘରେ ରହିବାର ସ୍ବପ୍ନ ମଉଳିଯାଇଥିବା ବେଳେ ଦୀର୍ଘ ୪୦ କି.ମି. ଦୂର ବ୍ଳକ ମୁଖ୍ୟାଳୟକୁ ବାରମ୍ବାର ଯିବା ସମ୍ଭବ ହେଉନାହିଁ। ୧୫ କି.ମି. ଦୂରରେ ଜିଲା ମୁଖ୍ୟାଳୟ ଥିଲେ ମଧ୍ୟ ପାହାଡ଼ତଳି ଅଞ୍ଚଳ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଖଟିଖିଆ ଦିନମଜୁରିଆ ଲୋକମାନେ ଖର୍ଚ୍ଚାନ୍ତର ଶିକାର ହୋଇ ବାରମ୍ବାର ପ୍ରଶାସନକୁ ଭେଟିବା ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ନିର୍ବାଚନ ଆସିଲେ ମାଳମାଳ ନେତା ଓ କର୍ମକର୍ତ୍ତା ଆସି ପ୍ରତିଶ୍ରୁତିରେ ପୋତି ପକାନ୍ତି। ଭୋଟ ସରିଲେ ୫ବର୍ଷ ଧରି ସେମାନେ ମୁହଁ ଦେଖାଇବାକୁ ଆସନ୍ତି ନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ା ସେହିପରି ସକାଳ ହେଲେ ପିଇବା ପାଣିର ଚିନ୍ତା ସମସ୍ତଙ୍କୁ ଘାରିଥାଏ ା ବିଶୁଦ୍ଧ ପାନୀୟ ଜଳ ପାଇଁ ଗଁାର ମହିଳାମାନେ ଖାଲଖମା ରାସ୍ତାରେ ଚାଲି ଚାଲି ପାଣି ଆଣୁଛନ୍ତି। ଘରକୁ ଘର ପାଇପ ଯୋଗେ ପାଣି ଯୋଗାଇବା ଦୂରର କଥା, ଓଭରହେଡ୍‌ ଟାଙ୍କିର ବ୍ୟବସ୍ଥା ହୋଇପାରି ନାହିଁ। ଗୋଟିଏ ନଳକୂଅ ଉପରେ ୪ସାହିର ୨୦୦ଲୋକ ନିର୍ଭର କରିଥାନ୍ତି। ନଳକୂଅ ଖରାଦିନେ ଅଚଳ ହେବା ସହ ଜଳସ୍ତର କମିବାରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବାହାରୁ ନାହିଁ ବୋଲି ବନ୍ଦିତା ବିନ୍ଧାଣୀ, ରଘୁମଣି ବେହେରା ଓ ମୀନତି ବିନ୍ଧାଣୀ କହିଛନ୍ତି ା ରାସ୍ତା କାମ ଓ ପାଣିର ସୁବିଧା ନ ହେଲେ ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଚନ୍ଦନଚତୁରୀ ଗ୍ରାମର ରଘୁନାଥ ବେହେରା କୁହନ୍ତି, ସରକାରଙ୍କ ଆମ ଗଁା ଆମ ବିକାଶ ଯୋଜନା ବାଟବଣା ହୋଇଯାଇଛି। ସମସ୍ତେ ଆଦିବାସୀ ପରିବାରର ହୋଇଥିଲେ ମଧ୍ୟ ସେମାନଙ୍କୁ ସରକାରଙ୍କ ପକ୍କା ଘର ଯୋଜନାରେ ସାମିଲ କରାଯାଉ ନାହିଁ। ୧୩ନଂ. ୱାର୍ଡ ସଭ୍ୟା ବାଙ୍ଗୀ ସୋରେନ ଓ କୁସୁମୀ ସିଂ କୁହନ୍ତି, ଗାଁକୁ ଭଲ ରାସ୍ତାଟିଏ ନ ଥିବାରୁ ଲକ୍ଷ୍ମୀ ବସ୍‌ ଯାତାୟାତ କରିପାରୁ ନାହିଁ। ଫଳରେ ସାହିର ଲୋକମାନେ ୪/୫କି.ମି. ଚାଲି ଚାଲି ଆସିବା ପରେ ଲକ୍ଷ୍ମୀ ବସ୍‌ର ସେବା ପାଉଛନ୍ତି। ଏ ନେଇ ବିଡିଓଙ୍କୁ ଜଣାଇବା ପରେ ୨ମାସ ମଧ୍ୟରେ ରାସ୍ତା କାର୍ଯ୍ୟ କରାଯିବ ବୋଲି କହି ଏଡାଇ ଯାଇଥିଲେ ା ତେବେ ସରକାରୀ ଯୋଜନାଗଡ଼ିକର ସଫଳ ରୂପାୟନ କ୍ଷେତ୍ରରେ ଅଧିକାରୀଙ୍କ ଅବହେଳା ପ୍ରତିବାଦରେ ବୁଧବାର ଯଦୁନାଥପୁର ପଞ୍ଚାୟତବାସୀ ଲକ୍ଷ୍ମୀ ବସ୍‌କୁ ଅଟକ ରଖିଥିଲେ। ଖବରପାଇ ବଡ଼ସାହି ପୋଲିସ ପହଞ୍ଚତ୍ ବିଡିଓ ଆସୁଥିବା କହି ବସ୍‌କୁ ଛାଡ଼ିଥିଲେ। ତେବେ ବିଡିଓ ନ ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ପୋଲିସକୁ ଅଟକ ରଖିଥିଲେ। ବୁଝାଶୁୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri