Posted inଖେଳ

ନୀରଜ ଚୋପ୍ରାଙ୍କୁ ମିଳିବ ସ୍ବର୍ଣ୍ଣ ପଦକ? ଆର୍ଶାଦ ନାଦିମଙ୍କ ହେଲା ଡୋପ ଟେଷ୍ଟ, ଜଣାପଡିଲା…

ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ୨୦୨୪ରେ ଜାଭେଲିନ ଥ୍ରୋ ପାଇଁ ପାକିସ୍ତାନର ଆର୍ଶାଦ ନାଦିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କିନ୍ତୁ ତାଙ୍କର ଐତିହାସିକ ବିଜୟ ପରେ ଏକ ନୂଆ ବିବାଦ ଉପୁଜିଥିବା ଜଣାଯାଇଛି। ମ୍ୟାଚ ପରେ ଆର୍ଶଦ ନାଦିମଙ୍କ ଡୋପ ପରୀକ୍ଷା କରାଯାଇଥିଲା, ଏହା ପରେ ପାକିସ୍ତାନୀ ଆଥଲେଟ କିଛି ଭୁଲ ଖାଦ୍ୟ ଖାଇଥିଲେ ଏବଂ ଜାଭେଲିନ ଥ୍ରୋରେ ୯୨.୯୭ ମିଟର ଯାଏଁ ଫିଙ୍ଗିଥିବା କୁହାଯାଉଛି ଏହି ଖବର ବ୍ୟାପିବା ମାତ୍ରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ଜିତିବା ଆ ବଢିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…

ଦୁନିଆର ପ୍ରାୟ ସମସ୍ତ କ୍ରୀଡା ଇଭେଣ୍ଟରେ ଡୋପ ପରୀକ୍ଷା କରାଯାଏ। ଏହି ପରୀକ୍ଷା ସାଧାରଣତ ପରିସ୍ରା ଏବଂ ରକ୍ତ ମାଧ୍ୟମରେ କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଆଥଲେଟ କୌଣସି ଡ୍ରଗ୍ସ ବ୍ୟବହାର କରିଛନ୍ତି, ଶକ୍ତି ବୃଦ୍ଧି କରୁଥିବା ଟାବଲେଟ କିମ୍ବା କୌଣସି ଛଳରେ ଏହା କରିବାକୁ ଚେଷ୍ଟା କରିଛନ୍ତି କି? ଅନେକ ଆଥଲେଟ ଅଲିମ୍ପିକ୍ସରେ ଡୋପିଂ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଇରାନର ସାଜଜାଦ ସେହେନ ଏବଂ ନାଇଜେରିଆର ବକ୍ସର ସିନ୍ଥିଆ ଏଥିପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୋସିଆଲ ମିଡିଆରେ ଲୋକମାନେ ପାକିସ୍ତାନର ଆର୍ଶଦ ନାଦିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। କହିରଖୁଛୁ କି, ଡୋପ ପରୀକ୍ଷା କରିବା ବହୁତ ଦିନ ଧରି ଚାଲିଆସୁଛି। ପ୍ରାୟତଃ ପଦକ ଜିତିବା ପରେ ଆଥଲେଟମାନେ ତୁରନ୍ତ ଏକ ଡୋପ ଟେଷ୍ଟର ସମ୍ମୁଖୀନ ହୁଅନ୍ତି। ଜାଭେଲିନ ଥ୍ରୋ ପ୍ରତିଯୋଗିତା ଶେଷ ହେବା ପରେ କେବଳ ପାକିସ୍ତାନର ଆର୍ଶଦ ନାଦିମ ନୁହଁନ୍ତି, ଭାରତର ନୀରଜ ଚୋପ୍ରା ଏବଂ ଗ୍ରେନାଡାର ଆଣ୍ଡରସନ ପିଟର୍ସ ମଧ୍ୟ ଡୋପ ପାଇଁ ପରୀକ୍ଷା କରିଥିଲେ।

ପଦକ ବିଜେତା ଆଥଲେଟର ଡୋପ ଟେଷ୍ଟ ଏକ ନୂଆ କଥା ନୁହେଁ । ଏହା କେବଳ ସୁନିଶ୍ଚିତ କରିବା ପାଇଁ କରାଯାଇଥାଏ ଯେ ଆଥଲେଟ ପ୍ରତିଯୋଗିତାରେ ଠକିଛନ୍ତି କି ନାହିଁ। ଏଭଳି ପରିସ୍ଥିତିରେ ଆର୍ଶଦ ନାଦିମଙ୍କୁ ନିଶା ସେବନ କିମ୍ବା ଅନ୍ୟ କୌଣସି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ କେବଳ ପ୍ରୋଟୋକଲ ଅନୁସରଣ କରିବା ପାଇଁ ଡୋପ ଟେଷ୍ଟ କରାଯାଇଥିଲା ଏବଂ କୌଣସି ସନ୍ଦେହଜନକ ସ୍ଥିତି ମିଳି ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri