Categories: ଜାତୀୟ

ରାଷ୍ଟ୍ରପତି ପଦ ଗ୍ରହଣ କରିବି ନାହିଁ

ଲକ୍ଷ୍ନୌ,୨୭।୩: ଉତ୍ତରପ୍ରଦେଶରେ ଭାଜପାକୁ ଜିତାଇଦେଲେ ମାୟାବତୀଙ୍କୁ ରାଷ୍ଟ୍ରପତି କରାଯିବ ବୋଲି ଭାଜପା ପକ୍ଷରୁ ମିଥ୍ୟା ପ୍ରଚାର କରାଯାଇଛି। ଏପରି କି ବିଏସ୍‌ପି ସମର୍ଥକମାନଙ୍କୁ ବିଭ୍ରାନ୍ତ କରାଯାଇଛି ବୋଲି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ କହିଛନ୍ତି।

କୌଣସି ଦଳଠାରୁ ସେ କଦାପି ଏଭଳି ଅଫର ଗ୍ରହଣ କରିବେ ନାହିଁ ବୋଲି ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି। ସେ ଅତୀତରେ ମଧ୍ୟ ଏଭଳି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ଦଳର ସ୍ବାର୍ଥ ଦୃଷ୍ଟିରୁ ସେ କେବେ କୌଣସି ଅଫର ଗ୍ରହଣ କରିବେ ନାହିଁ। ରବିବାର ବିଏସ୍‌ପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମାୟାବତୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏହା ସ୍ପଷ୍ଟ କରିଦେଇଛନ୍ତି।

Share