କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ମହମ୍ମଦ ମୋକିମ ଅସନ୍ତୋଷ ଝାଡିଛନ୍ତି। ମୋକିମ କହିଛନ୍ତି, ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ନେତୃତ୍ୱ ମିଳିଛି। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ।ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ।ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟରେ ହାରିଛି। ନୂଆପଡ଼ା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ। ନିଜ ସଂସଦୀୟ କ୍ଷେତ୍ର ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ। ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର।

କେବଳ ଏତିକି ନୁହେଁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶରତଙ୍କ ନେତୃତ୍ୱରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩% ଭୋଟ ପାଇଲା। ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଲେ। ଆଜିକା ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର। ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ୱ ଦରକାର ବୋଲି ମୋକିମ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ: ଶିବମ ଦୁବେଙ୍କ ଧୂଆଁଧାର ଅର୍ଦ୍ଧଶତକ ବେକାର

ବିଶାଖାପାଟଣା,୨୮ା୧: ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

ଅନ୍‌ଲାଇନରେ ବୁକ୍ କରିହେବ ପୂର୍ତ୍ତ ବିଭାଗର ଡାକବଙ୍ଗଳା; ଲଞ୍ଚ୍ ହେଲା ପୋର୍ଟାଲ

ଭୁବନେଶ୍ୱର,୨୮ା୧: ପର୍ଯ୍ୟଟକ ଏବଂ ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଡାକବଙ୍ଗଳା ନିର୍ମାଣ କରିଛନ୍ତି। ଏଣିକି ପୂର୍ତ୍ତ ବିଭାଗର ଡାକବଙ୍ଗଳା ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri