Posted inଜାତୀୟ

ଥରେ କି ଦୁଇଥର ନୁହେଁ, ହଜାରେ ଥର ଉପରାଷ୍ଟ୍ରପତିଙ୍କ ମଜା ଉଡ଼ାଇବି: ଟିଏମସି ଏମ୍‌ପି

ନୂଆଦିଲ୍ଲୀ,୨୪।୧୨:ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇ ବିବାଦରେ ଛନ୍ଦି ହୋଇପଡିଥିବା ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ପୁଣି ଥରେ ନିଜ ମତ ଦୋହରାଇଛନ୍ତି। ସେ କହିଛନ୍ତି, ଥରେ କି ଦୁଇଥର ନୁହେଁ ବରଂ ହଜାରେ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ମଜା ଉଡାଇବି। ଏଥିପାଇଁ ମୋତେ ଜେଲରେ ରଖିପାରିବ। ମୋତେ ମାରି ପାରିବେ, କିନ୍ତୁ ଲଢେଇ ବନ୍ଦ ହେବ ନାହିଁ । କଲ୍ୟାଣ ବାନାର୍ଜୀ ଶ୍ରୀରାମପୁରରେ ଏକ ବୈଠକରେ ଏହା କହିଛନ୍ତି।
କଲ୍ୟାଣ କହିଛନ୍ତି, ଶ୍ରୀରାମପୁରରେ ଅନେକ ଶିକ୍ଷିତ ଲୋକ ଅଛନ୍ତି। ପ୍ରକୃତରେ କଳା ଜାଣିଥିବା ଲୋକ ଥଟ୍ଟା କ’ଣ ଜାଣନ୍ତି। ଏହାକୁ ବୁଝିବାର ବିରୋଧୀ ଦଳର ନେତାଙ୍କର ସାମର୍ଥ୍ୟ ନାହିଁ।
ନିକଟରେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ ଏମ୍‌ପିମାନେ ସଂସଦର ସୁରକ୍ଷା କ୍ଷେତ୍ରରେ ଅବହେଳା ପ୍ରସଙ୍ଗରେ ଗୃହରେ ହଙ୍ଗାମା ସୃଷ୍ଟି କରିଥିଲେ। ଏଥିରେ ବିରୋଧୀ ଏମ୍‌ପିମାନେ ସଂସଦର ଉଭୟ ଗୃହରୁ ନିଲମ୍ବିତ ହୋଇଥିଲେ। ସଂସଦ ଗୃହ କମ୍ପ୍ଲେକ୍ସରେ ବିରୋଧୀ ଦଳର ନେତାମାନେ ଏହାକୁ ବିରୋଧ କରିଥିଲେ। ଏହି ପ୍ରତିବାଦ ସମୟରେ ଟିଏମସି ଏମ୍‌ପି କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ପରିହାସ କରିଥିଲେ ଏବଂ ତାଙ୍କୁ ଅନୁକରଣ କରିଥିଲେ। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ କଲ୍ୟାଣ ବାନାର୍ଜୀଙ୍କର ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଏହାକୁ ବ୍ୟକ୍ତିଗତ ଆକ୍ରମଣ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Twisha Death Case: ଗିରଫ ହେଲେ ଗିରିବାଳା

ନୂଆଦିଲ୍ଲୀ,୨୮।୫: ମଧ୍ୟପ୍ରଦେଶର ଭୋପାଳରେ ଟ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ନିରନ୍ତର ଅପଡେଟ ସାମ୍ନାକୁ ଆସୁଛି। ଏହି ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ବିଚାରପତି ଗିରିବାଳା ସିଂହଙ୍କ ସାମ୍ନାରେ…

ରାଜ୍ୟ ସଭା ଯିବାକୁ ମନା କଲେ ସିଦ୍ଧରାମାୟା! ଜାଣନ୍ତୁ ଏହା ପଛର କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ସ୍ପଷ୍ଟ କରିଛନ୍ତି ଯେ ସେ ରାଜ୍ୟ ସଭାକୁ ଯିବେ ନାହିଁ।…

Vaibhav Suryavanshi Car Collection: ଲାଇସେନ୍ସ ବିନା ମଧ୍ୟ, ବୈଭବଙ୍କ ପାଖରେ ରହିଛି ବହୁ ମୂଲ୍ୟବାନ କାର କଲେକ୍ସନ, ଦାମ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୨୮।୫: ବର୍ତ୍ତମାନ କ୍ରିକେଟ ଜଗତରେ କେବଳ ଗୋଟିଏ ନାମ ପ୍ରାଧାନ୍ୟ ବିସ୍ତାର କରୁଛି, ଏବଂ ସେହି ନାମଟି ଆଉ କାହାରି ନୁହେଁ ବରଂ ୧୫ ବର୍ଷୀୟ ବାମହାତୀ…

ଭାଜପା ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ୪ ରାଜ୍ୟର ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୮।୫: ଗୁରୁବାର (୨୮ ମଇ) , ଭାଜପା ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି ବା ପଦେଶ ଅଧ୍ୟକ୍ଷ ପରିବର୍ତ୍ତନ ଘୋଷଣା କରିଛି। ଦିଲ୍ଲୀରେ, ବୀରେନ୍ଦ୍ର ସଚଦେବଙ୍କ ସ୍ଥାନରେ…

CBSE ମୂଲ୍ୟାୟନ ପ୍ରସଙ୍ଗ: ପାଲଟା ଆକ୍ରମଣ କଲେ ଧର୍ମେନ୍ଦ୍ର ପ୍ରଧାନ, ରାହୁଲ ଗାନ୍ଧୀ ହତାଶ….

ନୂଆଦିଲ୍ଲୀ,୨୮ା୫: CBSEର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମକୁ ନେଇ ସାରା ଦେଶରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା…

କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ସିଦ୍ଧରାମାୟା? କହିଲେ ସବୁଠାରୁ ବଡ଼ କାରଣ

ବେଙ୍ଗାଲୁରୁ,୨୮।୫: କର୍ନାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରାମାୟା ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ସଚିବଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଭାବବିହ୍ବଳ ହେଲେ ସିଦ୍ଦାରାମାୟା, କହିଲେ ମୁଁ କେବେ ବି…

ବେଙ୍ଗାଲୁରୁ,୨୮ା୫: କର୍ନାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସିଦ୍ଦାରାମାୟା ଭାବବିହ୍ବଳ ହୋଇପଡ଼ିଛନ୍ତି। ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି, ଦଳର ହାଇକମାଣ୍ଡ ମୋତେ ଯାହା କହିଥିଲେ, ମୁଁ…

କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା, କାନ୍ଦବୋବାଳିରେ ଫାଟି ପଡୁଛି…

ନୂଆଦିଲ୍ଲୀ,୨୮ା୫: କାନାଡା ମାଟିରେ ଜଣେ ଭାରତୀୟ ମହିଳାଙ୍କ ହତ୍ୟା ସହିତ ଜଡିତ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଗୁଜରାଟର ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଛୁରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri