Posted inଜାତୀୟ

କର୍ଫ୍ୟୁ ଚେକିଂବେଳେ ପୋଲିସ କର୍ମୀଙ୍କ ସହ ଅଭଦ୍ରାମି କଲେ ଦମ୍ପତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ସପ୍ତାହନ୍ତା ଲକ୍‌ଡାଉନ କୋଭିଡ୍‌ ନିୟମ ନ ମାନିବା ପାଇଁ ଏକ ଦମ୍ପତି ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ଭିତରେ ମାସ୍କ ପିନ୍ଧି ନ ଥିବାରୁ ଦମ୍ପତିଙ୍କୁ ଅଟକାଇଥିଲେ ପୋଲିସ କର୍ମୀ। ସେମାନଙ୍କ ପାଖରେ ବାଧ୍ୟତାମୂଳକ କର୍ଫ୍ୟୁ ପାସ ମଧ୍ୟ ନ ଥିଲା। ମହିଳା ଜଣଙ୍କ ଚିଲେଇକି କହୁଥିଲେ, ମୁଁ ମୋ ସ୍ବାମୀଙ୍କୁ କିସ କରିବି। ତୁମେ ମୋତେ ରୋକି ପାରିବ କି ।

ଏହି ଘଟଣା ଦିଲ୍ଲୀର ଦରିୟାଗଞ୍ଜରେ ରବିବାର ଅପରାହ୍ନ ୪ଟାରେ ଘଟିଛି। ଉକ୍ତ ଦମ୍ପତିକୁ ବୁଝାଇବା ପାଇଁ ପୋଲିସ କର୍ମୀ ନିକଟରେ ଦିଲ୍ଲୀ ହାଇକୋର୍ଟ ଶୁଣାଇଥିବା ରାୟ ସମ୍ପର୍କରେ ଅବଗତ କରାଇଥିଲେ। କାରରେ ଜଣେ ଥିଲାବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ଯୁକ୍ତିତର୍କ ପରେ ଘଟଣା ସ୍ଥଳରେ ମହିଳା ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଥାନାକୁ ନେଇଥିଲେ।

ଦିଲ୍ଲୀରେ ସପ୍ତାହନ୍ତା ଲକ୍‌ଡାଉନ ହେବା ପରେ କେବଳ ରବିବାର ୫୬୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବାବେଳେ ୨,୩୬୯ ଜଣଙ୍କ ନାଁରେ ଚାଲାଣ କଟାଯାଇଛି। ପୋଲିସ ୩୨୩ ଜଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri