ଉତ୍ତର କୋରିଆର ଶାସକ ହେବେ କି କିମ୍‌ଙ୍କ ଝିଅ

ସିଓଲ,୧୫ା୨: ନିକଟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୧୦ ବର୍ଷର ଝିଅ କିମ୍‌ ଜୁ ଏ ସର୍ବସାଧାରଣରେ ହାଜର ହୋଇଥିଲେ। ଏହା ପରଠାରୁ ସେ ପିତାଙ୍କ ଉତ୍ତରାଧିକାରୀ ହେବା ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ବୁଧବାର କହିଛି, ଏହି ନିଷ୍ପତ୍ତି ଖୁବ୍‌ଶୀଘ୍ର ହେବ।

ପ୍ୟୋଙ୍ଗୟାଙ୍ଗ୍‌ରେ ଅନୁଷ୍ଠିତ ଏକ ପରେଡରେ ଏକଛତ୍ରବାଦୀ ଶାସକ କିମ୍‌ ଉପସ୍ଥିତ ଥିଲେ। ତାଙ୍କ ସହ ଝିଅ ମଧ୍ୟ ଥିଲେ। ସିଓଲରେ ଏକ ସଂସଦୀୟ କମିଟି ବୈଠକରେ ଉତ୍ତର କୋରିଆର ଦକ୍ଷିଣ କୋରିଆ ବରିଷ୍ଠ ଅଧିକାରୀ ଏକତା ମନ୍ତ୍ରୀ କ୍ୱୋନ ୟଙ୍ଗ୍‌ସେ ଏହା ଉପରେ ପ୍ରଶ୍ନ କରିଛନ୍ତି। କିମ୍‌ଙ୍କ ଝିଅଙ୍କୁ ଉତ୍ତର କୋରିଆର ପରବର୍ତ୍ତୀ ଶାସକ ଭାବରେ ଘୋଷଣା କରାଯିବ। କ୍ୱୋନ କିମ୍‌ ଜୋଙ୍ଗ ଉନ୍‌ଙ୍କ ଅଳ୍ପ ବୟସର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି କିମ୍‌ ଗତ ମାସରେ ୩୯ ବର୍ଷ ବୟସରେ ପାଦ ଦେଇଛନ୍ତି।

Share