ପାଟନା,୪।୬: ପାଟନାରୁ ଏହି ସମୟର ଏକ ବଡ଼ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଏଜୁକେଟର ଖାନ ସାର୍ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନା ଅନୁଯାୟୀ, ତାଙ୍କ ବଡିଗାର୍ଡ (ସୁରକ୍ଷାକର୍ମୀ) ଙ୍କୁ ପାଟନା ପୋଲିସ ପକ୍ଷରୁ ପଚରାଉଚରା କରାଯାଇଛି, ଯାହା ପରେ ଏହି ମାମଲା ଏବେ ଏକ ନୂଆ ମୋଡ଼ ନେଇଛି। ସୂତ୍ରରୁ ମିଳିଥିବା ଖବର ମୁତାବକ, ପାଟନା କୋଚିଂ କେସ ଏବଂ ଗୁଳିକାଣ୍ଡ ଘଟଣା ପରେ ଖାନ ସାର୍ଙ୍କୁ ମଧ୍ୟ ଗିରଫ କରାଯାଇପାରେ। ଅନ୍ୟପକ୍ଷରେ, ଏହା ପୂର୍ୱରୁ ପାଟନା ପୋଲିସ ଖାନ ସାରଙ୍କ ଦୁଇ ଜଣ ଗାର୍ଡଙ୍କୁ ଗିରଫ କରିସାରିଛି।
ମିଳିଥିବା ସୂଚନା ଅନୁଯାୟୀ, ଖାନ ସାରଙ୍କ ଗାର୍ଡଙ୍କ ଦ୍ୱାରା କଥିତ ଭାବେ ଗୁଳି ଚାଳନା କରାଯିବା ମାମଲା ଏବେ ବେଶ ତେଜିବାରେ ଲାଗିଛି। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ପରେ ପାଟନା ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଜଣ ଗାର୍ଡଙ୍କୁ ଗିରଫ କରିଛି। ଏହାସହ ଫୈଜଲ ଖାନଙ୍କୁ ମଧ୍ୟ ପଚରାଉଚରା ଆରମ୍ଭ ହୋଇଯାଇଛି। ଗିରଫ ହୋଇଥିବା ଗାର୍ଡଙ୍କ ନାମ ପ୍ରଦୀପ ଏବଂ ତାଳେଶ୍ୱର ବୋଲି ଜଣାପଡ଼ିଛି। ପୋଲିସ ସୂତ୍ର ଅନୁଯାୟୀ, ଦୁହିଁଙ୍କୁ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।
ଏହି ସମୟରେ ତଦନ୍ତର ପରିସରକୁ ଆହୁରି ବଢ଼ାଇ ଦିଆଯାଇଛି ଏବଂ ଖାନ ସାରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା ଖବର ସାମ୍ନାକୁ ଆସୁଛି। ପୋଲିସ ଟିମ ତାଙ୍କ କୋଚିଂ ସେଣ୍ଟରରେ ପହଞ୍ଚି ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି। ସୂତ୍ର ମୁତାବକ, ଦୁଇ ଗାର୍ଡ ଗୁଳିଚାଳନା ଘଟଣା ସହ ଜଡ଼ିତ ସତକୁ ସ୍ୱୀକାର କରିଥିବା କୁହାଯାଉଛି।