Categories: ଖେଳ

ଇତିହାସ ରଚିବ କି ଭାରତ? ୩୭ ଓଭର୍‌ରେ ଆବଶ୍ୟକ ୧୪୫ ରନ୍‌

ବ୍ରିସ୍‌ବେନ୍‌,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ବିଜୟ ପାଇଁ ୩୭ ଓଭରରେ ୧୪୫ ରନ୍‌ ଆବଶ୍ୟକ ଥିବାବେଳେ ହାତରେ ଆଉ ୭ଟି ଉଇକେଟ୍‌ ବାକି ଅଛି। ମ୍ୟାଚର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନରେ ଅଲଆଉଟ ହୋଇଥିଲା ଏବଂ ଭାରତ ଆଗରେ ୩୨୮ ରନର ଟାର୍ଗେଟ ଛିଡା କରିଛି। ବ୍ରିସବେନରେ ଏପର୍ଯ୍ୟନ୍ତ କୌଣସି ଟିମ ଏତେ ବଡ ଟାର୍ଗେଟର ପିଛା କରିପାରିନାହିଁ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ବିଜୟ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ସିରିଜରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି। ଗୋଟିଏ ମ୍ୟାଚ ଡ୍ର ହୋଇଛି। ଅର୍ଥାତ୍‌ ଚତୁର୍ଥ ମ୍ୟାଚ ଜିତିଥିବା ଦଳ ସିରିଜ ନିଜ ନାମରେ ନାମିତ କରିବ।

Share