Posted inଖେଳ

ଟିମ୍‌ ଇଣ୍ଡିଆକୁ ବାଏ କହିବେ ହେଡ କୋଚ୍‌ ରାହୁଲ ଦ୍ରାବିଡ? ଏହି ୨ ଆଇପିଏଲ୍‌ ଟିମ୍‌ରୁ ମିଳିଲା ବମ୍ପର ଅଫର!

ନୂଆଦିଲ୍ଲୀ,୨୫।୧୧: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଶେଷ ହେବା ସହ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହୋଇଛି। ରାହୁଲ ୨୦୨୧ରେ ଟି୨୦ ବିଶ୍ୱକପ୍‌ ପରେ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରବି ଶାସ୍ତ୍ରୀଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଥିଲା। ତେବେ ଚୁକ୍ତିର ସମୟସୀମା ଶେଷ ହୋଇଥିବା ଯୋଗୁ ରାହୁଲ ଆଇପିଏଲ୍‌ରେ ମେଣ୍ଟର ଭାବେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ ପକ୍ଷରୁ ତାଙ୍କୁ ଅଫର ମିଳିଥିବା ଏକ ରିପୋର୍ଟରେ କୁହାଯାଇଛି। ଯଦି ସବୁକିଛି ଠିକ୍‌ ରୁହେ ତେବେ ସେ ଆଇପିଏଲ୍‌ ୨୦୨୪ ପୂର୍ବରୁ ଏଲ୍‌ଏସ୍‌ଜିର ମେଣ୍ଟର ହୋଇପାରନ୍ତି। ଆଗାମୀ ଦିନରେ ଦ୍ରାବିଡ୍‌ ଏବଂ ବିସିସିଆଇ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦ୍ରାବିଡ ଭାରତର କୋଚ୍‌ ଭାବେ କାର୍ଯ୍ୟକାଳକୁ ବଢ଼ାଇବା ନେଇ ଦାବି କରିବା ଆଶା କମ୍‌ ବୋଲି କୁହାଯାଉଛି।

୫୦ ବର୍ଷୀୟ ଦ୍ରାବିଡ ଟିମ୍‌ର ବ୍ୟସ୍ତ କାର୍ଯ୍ୟକ୍ରମ ଏବଂ ଲଗାତାର ଯାତ୍ରାକୁ ନେଇ ପରିବାର ସହ ସମୟ ବିତାଇ ପାରୁ ନ ଥିଲେ। ଏଣୁ ଆଇପିଏଲ ସହ ଯୋଡ଼ି ହେଲେ ପରିବାର ସହ ସେ ପର୍ଯ୍ୟାପ୍ତ ସମୟ ବିତାଇପାରିବେ। କାରଣ ଏହି ଟୁର୍ନାମେଣ୍ଟ ମାତ୍ର ୨ ମାସ ଯାଏ ଚାଲିଥାଏ।

ଚଳିତ ବର୍ଷ ଏଲ୍‌ଏସ୍‌ଜି ଦ୍ରାବିଡଙ୍କୁ ନିଜ ମେଣ୍ଟର କରିବାକୁ ଉତ୍ସାହିତ ଅଛି। କାରଣ ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସ ଚାଲିଯିବା ପରେ ଏଲ୍‌ଏସ୍‌ଜି ମେଣ୍ଟର ପଦ ଖାଲି ପଡ଼ିଛି। ସେହିଭଳି ୨୦୦୮ର ଆଇପିଏଲ୍‌ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ମଧ୍ୟ ଦ୍ରାବିଡଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି। ପୂର୍ବରୁ ମଧ୍ୟ ଆଇପିଏଲରେ ରାଜସ୍ଥାନ ରୟାଲ ସହ ଖେଳାଳି ଏବଂ କୋଚ୍‌ ଉଭୟ ଭୂମିକାରେ ସେ ନଜର ଆସିଛନ୍ତି। ଏପରିକି ଇଣ୍ଡିଆ ଏ ଏବଂ ଏନ୍‌ସିଏ ସହ ମଧ୍ୟ ସେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri