Categories: ଜାତୀୟ

‘ଦୁର୍ନୀତି ସାବ୍ୟସ୍ତ ହେଲେ, ସର୍ବସମ୍ମୁଖରେ ମୁଁ ଫାଶୀ ଦେବି’

କୋଲକାତା,୫।୯: ଯଦି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋ ବିରୋଧରେ ଦୁର୍ନୀତି ପ୍ରମାଣ କରି ଦିଅନ୍ତି, ତେବେ ମୁଁ ସର୍ବସମ୍ମୁଖରେ ଫାଶୀରେ ଝୁଲିବି। କୋଇଲା ଦୁର୍ନୀତି ମାମଲାରେ ନୋଟିସ କ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାଳୟରେ ହାଜର ହେବାକୁ ଯାଉଥିବା ବରିଷ୍ଠ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଅଭିଷେକ ବାନାର୍ଜୀ ଏହା କହିଛନ୍ତି।

“ଗତ ନଭେମ୍ବରରେ ଏକ ବୈଠକରେ ଯାହା ମୁଁ କହିଥିଲି, ଆଜି ମଧ୍ୟ ତାକୁ ଦୋହାରାଉଛି। ଯଦି କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ୧୦ ପଇସାର ବେଆଇନ ଅର୍ଥ କାରବାରେ ମୋ ହାତ ଥିବା ପ୍ରମାଣ କରି ଦିଅନ୍ତି, ମୁଁ ପୋଡିୟମ ଉପରେ ସର୍ବସମ୍ମୁଖରେ ଫାଶୀରେ ଝୁଲିଯିବି। ମୁଁ ଯେ କୌଣସି ପ୍ରକାର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ବିଧାନସଭା ନିର୍ବାଚନରେ ଟିଏମ୍‌ସିଠାରୁ ମିଳିଥିବା ବୃହତ୍‌ ପରାଜୟ ଭାଜପା ଭୁଲି ପାରି ନାହିଁ। ଏଥିଯୋଗୁ ଭାଜପା ପ୍ରତିଶୋଧ ପରାୟଣ ହୋଇଉଠିଛି” ବୋଲି ଅଭିଷେକ କହିଛନ୍ତି।

ପଶ୍ଚିମବଙ୍ଗର କୋଇଲା ଦୁର୍ନୀତି ସହ ଜଡ଼ିତ ବେଆଇନ ଅର୍ଥ ହେରଫେର ମାମଲାରେ ପଚରାଉଚୁରା ପାଇଁ ୬ ତାରିଖରେ ଦିଲ୍ଲୀର ତଦନ୍ତକାରୀ ଅଫିସରଙ୍କ ସମ୍ମୁଖରେ ହାଜର ହେବାକୁ ସମନ ଜାରି କରାଯାଇଛି।

Share