Posted inଜାତୀୟ

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ରାଜ୍ୟ ସରକାର ଚାଷୀଙ୍କ ଦୁଖ ବୁଝୁନାହାନ୍ତି ବୋଲି ସେ ସରକାରଙ୍କ ଉପରେ  ବର୍ଷିଛନ୍ତି। ସରକାର କେବଳ ଗୋଟିଏ କି ଦୁଇଟି ଶିଳ୍ପପତିଙ୍କ ଉପରେ ଧ୍ୟାନ ଦେଉଛନ୍ତି ଏବଂ କୃଷକଙ୍କୁ ହତାଦାର କରୁଛନ୍ତି। ସେଥିଲାଗି କୃଷକଙ୍କ ଲାଭ ପାଇଁ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ବର୍ତ୍ତମାନ ଆଦାନୀ, ଅମ୍ବାନୀ ବ୍ୟାଙ୍କକୁ ଗଲେ ହଜାର ହଜାର କୋଟି ଟଙ୍କାର ଋଣ ଅତି ସହଜରେ ପାଇ ପାରୁଛନ୍ତି। ତାଙ୍କ ପାଇଁ ଋଣ ଛାଡ କରାଯାଉଛି କିନ୍ତୁ କୃଷକଙ୍କ ପାଇଁ ନୁହେଁ। ତେଣୁ ଏଠାରେ ସମାନତା ରହିବା ଆବଶ୍ୟକ ବୋଲି ମୁଁ କହୁଛି। ଯଦି ବଡ ବଡ ଶିଳ୍ପପତିମାନଙ୍କ ଋଣ ଛାଡ କରାଯାଉଛି ତେବେ କୃଷକଙ୍କର ମଧ୍ୟ ଋଣ ଛାଡ କରାଯାଉ ବୋଲି ସେ କହିଛନ୍ତି।

ସୋମବାର ବେନଲାଗବିର ରାମଦୁର୍ଗରେ ରାହୁଲ ଆଖୁଚାଷୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେ କେବଳ କୃଷକଙ୍କ ପାଇଁ କାମ କରିବ। ଏହା ସତ ଯେ କୃଷକଙ୍କୁ ଉଚିତ୍‌ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ। ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତାର ବଢିବାରେ ଲାଗିଛି। କୃଷକଙ୍କ ପକେଟ୍‌ରୁ ପଇସା ଖାଲି ହେଉଛି। ତେଣୁ କୃଷକଙ୍କୁ ଠିକ୍‌ ମୂଲ୍ୟ ଦେବା ସହ ମାର୍କେଟିଂକୁ ବଢାଇବାର ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଯେଉଁ ଜିଏସଟି ନୀତି ଆଣିଛନ୍ତିି, ଏହା କେବଳ କିଛି ଜଣଙ୍କ ପାଇଁ ହୋଇଛି। ଏହା କିଛି ପ୍ରଭାବଶାଳୀ ନେତାଙ୍କୁ ସାହାଯ୍ୟ କରିବ ବୋଲି ଅଣାଯାଇଛି। ଏହା ଏତେ ଜଟିଳ ଯେ ସାଧାରଣ ଲୋକ ଏହାକୁ ବୁଝି ପାରୁ ନାହାନ୍ତି। ଏହାଯୋଗୁ କ୍ଷୁଦ୍ର ବ୍ୟବସାୟ ବନ୍ଦ ହୋଇ ଯାଇଛି। ଯଦି ଆମେ କେନ୍ଦ୍ରରେ କ୍ଷମତାକୁ ଆସୁ ତେବେ ଏହି ଜିଏସଟି ନୀତିକୁ ପରିବର୍ତ୍ତନ କରିଦେବୁ। ସମସ୍ତଙ୍କ ପାଇଁ କେବଳ ଗୋଟିଏ ଟ୍ୟାକ୍ସ ଏବଂ ଏହା ସର୍ବନିମ୍ନ ରହିବ।

ରାହୁଲ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦେଶରେ ବ୍ୟବସାୟ କରିବାକୁ ସେ କିଛି ପ୍ରଭାବଶାଳୀ ଲୋକଙ୍କୁ ଅନୁମତି ଦେଇଛନ୍ତି। ଦେଶର ସବୁ ପଇସା ସେମାନଙ୍କ ପାଖରେ ଅଛି ତେଣୁ ସେମାନେ ତାଙ୍କୁ ସୁହାଇଲା ପରି ଦାବି କରୁଛନ୍ତି। ଯାହାକି ପୂରଣ ମଧ୍ୟ ହେଉଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର କମ୍‌ ଅଛି କିନ୍ତୁ ଦେଶରେ ଅଧିକ ଅଛି। ଏଥିପାଇଁ ଦୁଇ ଉଦ୍ୟୋଗପତିଙ୍କ ମତ୍ତ ନିଆଯାଉଛି। କିନ୍ତୁ ୟୁପିଏ ସମସ୍ତଙ୍କୁ ସମାନ ଭାବରେ ଦେଖେ। ଆମେ ଗରିବଙ୍କ ପାଇଁ ମନେରେଗା ଆଣିଥିଲୁ ଏବଂ ସେମାନଙ୍କୁ ଋଣ ଛାଡ କରିଥିଲୁ। ଗରିବ ଏବଂ କୃଷକଙ୍କୁ ସାହାଯ୍ୟ କରିବାକୁ ଆମେ ସବୁବେଳେ ପ୍ରୟାସ ଜାରି ରଖିଛୁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri