ଫସିବେ କି ଚଞ୍ଚଳ ରାଣା: ସୁପ୍ରିମକୋର୍ଟରେ କହିଲେ ଯାଞ୍ଚ ହୋଇଛି, ଏଠି କମିଶନର କହୁଛନ୍ତି ପୋର୍ଟାଲ ତଥ୍ୟ

ଭୁବନେଶ୍ୱର,୭।୮(ରବିନାରାୟଣ ଜେନା):ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଖୋଲିବା ପ୍ରସଙ୍ଗ ଏବେ ରୋଚକ ମୋଡ଼ ନେଇଛି। ଏହି ପ୍ରସଙ୍ଗକୁ ନେଇ ବିଏମ୍‌ସି କାର୍ଯ୍ୟାଳୟ ସମେତ ଭୁବନେଶ୍ୱର-ଉତ୍ତର, ଦକ୍ଷିଣପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଏବେ ଭିଡ଼ ପରିଲକ୍ଷିତ ହେଉଛି। ବିଏମ୍‌ସି ପକ୍ଷରୁ କେତେକ କ୍ଷେତ୍ରରେ ଯାଞ୍ଚ କରା ନ ଯାଇ ନୋଟିସ୍‌ ଜାରି କରାଯାଇଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ସାଧାରଣ ଲୋକେ ମାନସିକସ୍ତରରେ ପୀଡ଼ା ପାଇବା ସହିତ ଆଇନଜୀବୀଙ୍କ ମାଧ୍ୟମରେ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।
ଏଭଳି ସ୍ଥିତିରେ ବିଏମ୍‌ସି କମିଶନର ଚଞ୍ଚଳ ରାଣା ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ରାଣା କହିଛନ୍ତି, ସେ ଏକ ପୋର୍ଟାଲର ତଥ୍ୟକୁ ନେଇ ନୋଟିସ ଜାରି କରିଛନ୍ତି। ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ସୁପ୍ରିମକୋର୍ଟରେ ଯେଉଁ ତଥ୍ୟ ରଖାଯାଇଛି, ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ବିଏମ୍‌ସି ପକ୍ଷରୁ ପ୍ରତ୍ୟେକ ଆବାସିକସ୍ଥଳ ଯାଞ୍ଚ କରାଯାଇଥିଲା। ନିର୍ମାଣରେ ଉଲ୍ଲଂଘନ ସହିତ ଆବାସିକ ଘରେ ବ୍ୟବସାୟ କେନ୍ଦ୍ର ଚାଲୁଥିବା ଘରକୁ ଓଡିଏ ନିୟମ ଅନୁଯାୟୀ ନୋଟିସ ଜାରି କରାଯାଇଛି। ତେବେ ବିଏମ୍‌ସି କମିଶନରଙ୍କ ମନ୍ତବ୍ୟ ଯଥା ପୋର୍ଟାଲରୁ ସଂଗୃହୀତ ତଥ୍ୟ ଠିକ୍‌ ନଁା ସୁପ୍ରିମକୋର୍ଟକୁ କ୍ଷେତ୍ରସ୍ଥଳ ଯାଞ୍ଚ କରି ବିଏମ୍‌ସି ଦେଇଥିବା ତଥ୍ୟ ଠିକ୍‌। ଏହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍‌ ଧରିଛି।
ବିଏମ୍‌ସି କମିଶନର ରାଣା ଗଣମାଧ୍ୟମକୁ କହିଛନ୍ତି, ବିଏମ୍‌ସିରେ ପ୍ରାୟ ୫ହଜାର ବେଆଇନ ବ୍ୟବସାୟୀ କେନ୍ଦ୍ର ଚଳାଉଛନ୍ତି, ଉକ୍ତ ତଥ୍ୟ ହୋଲ୍‌ଡିଂ ଟ୍ୟାକ୍ସ ପ୍ଲାର୍ଟଫର୍ମରୁ ଗ୍ରହଣ କରାଯାଇଛି। ଏହାକୁ ନେଇ ନୋଟିସ ପ୍ରଦାନ କରାଯାଇଥିବାବେଳେ ପୋର୍ଟାଲରେ ପରିବର୍ତ୍ତନ କରାଯିବାକୁ ରହିଛି। ପୂର୍ବରୁ ଏନେଇ ବାଧ୍ୟତାମୂଳକ ନ ଥିବାବେଳେ ଏବେ ତାହାକୁ ରଖାଯିବ। ଯେଉଁମାନେ ବେଆଇନ ଭାବେ ବ୍ୟବସାୟ କାର୍ଯ୍ୟ କରୁଛନ୍ତି ତାକୁ ମଧ୍ୟ ପ୍ଲାନ୍‌ ଅନୁମୋଦନ କରିବାକୁ କୁହାଯାଇଛି। ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଯେଉଁ ନିର୍ଦ୍ଦେଶନାମା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ପାଳନ କରିବାକୁ କୁହାଯାଇଥିଲା ତାହାର ଅନୁପାଳନ କେତେଦୂର ହୋଇଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଏନେଇ ଆବେଦନକାରୀ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ବିଏମ୍‌ସି କମିଶନରଙ୍କ ମନ୍ତବ୍ୟ ଏବଂ ସୁପ୍ରିମକୋର୍ଟରେ ପ୍ରଦତ୍ତ ତଥ୍ୟ ମଧ୍ୟରେ ଯଥେଷ୍ଟ ଫରକ ରହିଛି। ଏହାବାଦ୍‌ ବିଏମ୍‌ସି ପକ୍ଷରୁ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସ, ଲକ୍ଷ୍ମୀସାଗର ଥାନା, ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ବୃହତ୍‌ ଅନୁଷ୍ଠାନକୁ ଉଲ୍ଲଂଘନକାରୀ ତାଲିକାରେ ଯୋଡ଼ା ଯାଇଛି। ଯଦି ବିଏମ୍‌ସି କର୍ତ୍ତୃପକ୍ଷ କ୍ଷେତ୍ର ଯାଞ୍ଚ କରିଥାନ୍ତେ, ତେବେ ଏଭଳି ତ୍ରୁଟି ହୋଇ ନ ଥା’ନ୍ତା। ଏହାବାଦ୍‌ କେ-୫ ଅଞ୍ଚଳର ଜଣେ ସାଧାରଣ ଲୋକଙ୍କୁ ମଧ୍ୟ ନୋଟିସ ହେବା ଦ୍ୱାରା ସେ ମାନସିକସ୍ତରରେ ନିର୍ଯାତନା ପାଉଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ପରବର୍ତ୍ତୀ ଶୁଣାଣି ବେଳେ ଏସବୁ ପ୍ରସଙ୍ଗ ରଖାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?