Categories: ଜାତୀୟ

‘ରାଷ୍ଟ୍ରପତିଙ୍କୁ ଇସ୍ତଫା ମାଗିବ କି ଭାଜପା’

ମୁମ୍ବାଇ,୨୭।୧: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୦୧୭ କର୍ନାଟକ ବିଧାନସଭା ନିର୍ବାଚନରେ ଟିପୁ ସିଲତାନଙ୍କୁ ‘ଐତିହାସିକ ଯୋଦ୍ଧା’ ଏବଂ ‘ସ୍ବାଧୀନତା ସଂଗ୍ରାମୀ’ ବୋଲି କହି ପ୍ରଶଂସା କରିଥିଲେ। ଏଥିଯୋଗୁ ରାଷ୍ଟ୍ରପତିଙ୍କ ଠାରୁ ଭାଜପା ଇସ୍ତଫା ଦାବି କରିବ କି ବୋଲି ପ୍ରଶ୍ନ କରିଛନ୍ତି ଶିବ ସେନା ନେତା ସଞ୍ଜୟ ରାଉତ।

ମୁମ୍ବାଇରେ ପୁନଃ ନିର୍ମିତ ହୋଇଥିବା ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସର ନାମକୁ ୧୮ ଶତାବ୍ଦୀର ମୈଶୁର ରାଜା ଟିପୁ ସୁଲତାନାଙ୍କ ନାମରେ ନାମିତ କରିବାକୁ ନେଇ ଭାଜପା ଓ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ ପରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ଶିବସେନା ଏମ୍‌ପି।

“ରାଷ୍ଟ୍ରପତି କୋବିନ୍ଦ କର୍ନାଟକ ଯାଇ ଟିପୁ ସୁଲତାନଙ୍କୁ ପ୍ରଶଂସା କରି ଐତିହାସିକ ଯୋଦ୍ଧା, ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ। ଏଣୁ ଆପଣମାନେ ରାଷ୍ଟ୍ରପତିଙ୍କୁ ଇସ୍ତଫା ମାଗିବେ କି ? ଭାଜପାକୁ ଏହା ସ୍ପଷ୍ଟ କରିବାକୁ ପଡ଼ିବ। ଭାଜପା ଭାବୁଛି ଯେ, କେବଳ ତାଙ୍କ ପାଖରେ ହିଁ ଇତିହାସ ଜ୍ଞାନ ରହିଛି। ସମସ୍ତେ ନୂଆ ଇତିହାସ ଲେଖିବାକୁ ଚାହୁଁଛନ୍ତି। ସେହି ଐତିହାସିକମାନେ ଇତିହାସ ବଦଳଇବା ପାଇଁ ଏଠାରେ ଅଛନ୍ତି। ଆମକୁ ଟିପୁ ସୁଲତାନଙ୍କ ବିଷୟରେ ଜଣାଅଛି। ଆମକୁ ଏହା ଭାଜପାଠୁ ଶିକ୍ଷା କରିବା ଦରକାର ନାହିଁ ” ବୋଲି ରାଉତ କହିଛନ୍ତି।

Share