Categories: ଜାତୀୟ

ଜେଡ୍‌ ସୁରକ୍ଷାକୁ ପୁଣି ଥରେ ମନା କଲେ ଓଓ୍ବାଇସି

ନୂଆଦିଲ୍ଲୀ,୭।୨: ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଗାଡ଼ି ଉପରେ ନିକଟରେ ଗୁଳି ମାଡ଼ କରାଯାଇଥିଲା। ଏଥିଯୋଗୁ ତାଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କିନ୍ତୁ ଏହାକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।

“ଅମିତ ଶାହା ମୋତେ ଆଜି ଜେଡ୍‌ କାଟେଗୋରୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଦେଶରେ ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ସୁରକ୍ଷିତ ହେଲେ ଓଓ୍ବାଇସ ସୁରକ୍ଷିତ ରହିବେ” ବୋଲି ଅସାଦୁଦ୍ଦିନ କହିଛନ୍ତି।

ସୋମବାର ସକାଳେ ଅମିତ୍‌ ଶାହା ପାର୍ଲାମେଣ୍ଟରେ କହିଥିଲେ,“ସଂସଦ ଜରିଆରେ ଓଓ୍ବାଇସିଙ୍କୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି। ତାଙ୍କ ସୁରକ୍ଷା ପ୍ରତି ବିପଦ ଅଛି। ଏଣୁ ସରକାର ଜେଡ୍‌ କାଟେଗୋରି(ବୁଲେଟ୍‌ ପ୍ରୁଫ୍‌ କାର) ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଓଓ୍ବାଇସି ମନା କରୁଛନ୍ତି। ମୁଁ ଲୋକସଭା ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରୁଛି”।

Share