Posted inଜାତୀୟ

ଭାଇ ରାହୁଲଙ୍କ ସହିତ ପାଦ ମିଳାଇ ଚାଲିବେ କି ବରୁଣ: ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୩୧।୧୨ : ମୁଁ କଂଗ୍ରେସ କିମ୍ବା ପଣ୍ଡିତ ନେହେରୁଙ୍କ ବିପକ୍ଷରେ ନୁହେଁ। ଆମ ଦେଶର ରାଜନୀତି ଦେଶକୁ ଏକଜୁଟ କରିବା ଏବଂ ଗୃହଯୁଦ୍ଧ ସୃଷ୍ଟି କରିବା ଉଚିତ ନୁହେଁ। ଆଜି ଯେଉଁମାନେ କେବଳ ଧର୍ମ ଏବଂ ଜାତି ନାମରେ ଭୋଟ ନେଉଛନ୍ତି, ଆମେ ସେମାନଙ୍କୁ ରୋଜଗାର, ଶିକ୍ଷା, ଚିକିତ୍ସାର ପ୍ରଶ୍ନ ପଚାରିବା ଉଚିତ। ଆମେ ସେହି ରାଜନୀତି କରିବା ଉଚିତ ନୁହେଁ ଯାହା ଲୋକମାନଙ୍କୁ ଦମନ କରେ, ଆମକୁ ସେହି ରାଜନୀତି କରିବାକୁ ହେବ ଯାହା ଲୋକମାନଙ୍କୁ ଉନ୍ନତ କରିବ। ଆଜିକାଲି ଭାଜପା ଏମ୍‌ପି ବରୁଣ ଗାନ୍ଧୀଙ୍କ କହିଥିବା ଏହି ଶବ୍ଦ ଭାଇରାଲ ହେବାରେ ଲାଗିଛି। ବରୁଣ ଗାନ୍ଧୀଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ତାଙ୍କ ଦଳର ନେତୃତ୍ୱାଧୀନ ସରକାରଙ୍କୁ ପ୍ରଶ୍ନ କରୁଥିବା ଦେଖାଯାଉଛି। ଯଦିଓ ଏହା ପ୍ରଥମ ଥର ନୁହେଁ ଯେତେବେଳେ ସେ ନିଜ ଦଳ କିମ୍ବା ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏଥର କ’ଣ ଅଲଗା? ଏହାକୁ ବୁଝିବା ପାଇଁ ବରୁଣଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଦେଖିବା ଆବଶ୍ୟକ। ନିକଟରେ ଦିଲ୍ଲୀର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଭାଷଣରେ ମଧ୍ୟ ସମାନ ଘଟଣା ଘଟିଥିଲା। ରାଜନୈତିକ ସମୀକ୍ଷକମାନେ ବରୁଣ ଗାନ୍ଧୀଙ୍କ ମନ୍ତବ୍ୟ ଏବଂ ତାଙ୍କ ବଡ଼ ଭାଇ ରାହୁଲ ଗାନ୍ଧୀଙ୍କ ଭାଷଣ ମଧ୍ୟରେ ସମାନତା ଲକ୍ଷ୍ୟ କରିଛନ୍ତି। ବରୁଣ ମଧ୍ୟ ତାଙ୍କ ଭାଇ ରାହୁଲଙ୍କ ପରି କଥାବାର୍ତ୍ତା ଆରମ୍ଭ କରିଛନ୍ତି କି? ନିକଟରେ ବରୁଣଙ୍କ ବିବୃତ୍ତି ପରେ ତାଙ୍କ କଂଗ୍ରେସକୁ ଫେରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏ ସମ୍ପର୍କରେ ରାହୁଲଙ୍କୁ ମଧ୍ୟ ଏକ ପ୍ରଶ୍ନ ପଚରାଯାଇଥିଲା।

ଦୀର୍ଘ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଅନେକ ନୀତିଗତ ନିଷ୍ପତ୍ତିକୁ ବରୁଣ ସମାଲୋଚନା କରିଆସୁଛନ୍ତି। କୃଷକଙ୍କ ଆନ୍ଦୋଳନ ସମୟରେ ମଧ୍ୟ ତାଙ୍କର ଭିନ୍ନ ଆଭିମୁଖ୍ୟ ଥିଲା। ନିକଟରେ ସେ ପୁଣି ଥରେ ହିନ୍ଦୁ-ମୁସଲମାନ ରାଜନୀତି ବିରୋଧରେ କଥା ହେବା ପରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକ ଭିଡିଓରେ ସେ କହିଛନ୍ତି ଶକ୍ତି ହେଉଛି ଯାହା ଲୋକଙ୍କୁ ଉନ୍ନତ କରିଥାଏ ଏବଂ ସେମାନଙ୍କୁ ଦମନ କରେ ନାହିଁ। ହିନ୍ଦୁ-ମୁସଲମାନ ଭାଇଙ୍କୁ ବିଭାଜନ କର, ଭାଇ କାଟ, ଏହି ରାଜନୀତ ହେବାକୁ ଦେବା ନାହିଁ। ଆମ ଦେଶର ରାଜନୀତି ଦେଶକୁ ଏକଜୁଟ କରିବା ଉଚିତ।

ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଲାଲ କିଲ୍ଲାରୁ କହିଥିଲେ ଯେ ଦିନକୁ ୨୪ ଘଣ୍ଟା ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଘୃଣା ବ୍ୟାପୁଛି। ଯେତେବେଳେ କି ଦେଶର ବାସ୍ତବତା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆପଣଙ୍କ ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ଏହା କରାଯାଉଛି। ସେମାନେ ଏହା ୨୪ ଘଣ୍ଟା କରନ୍ତି। କୃଷକ ଓ ଶ୍ରମିକଙ୍କ ଟଙ୍କା ଅନ୍ୟମାନଙ୍କ ପକେଟରେ ରଖାଯାଉଛି। ରାହୁଲଙ୍କ ଭଳି ସମାନ ବରୁଣ ଗାନ୍ଧୀଙ୍କ ଏହି ଭିଡିଓ ପରେ ସେ କଂଗ୍ରେସରେ ଯୋଗଦେବେ କି ନାହିଁ ସେ ନେଇ ଆଲୋଚନା ଆରମ୍ଭ ହୋଇଛି। ସେ ଭାଇ ରାହୁଲଙ୍କ ସହିତ ପାଦ ମିଳାଇ ଚାଲିବେ କି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri