ପୁଣି ମା’ ହେବେ ଅନୁଷ୍କା! ଭିଡିଓ ଭାଇରାଲ ପରେ ବଢିଲା…

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣିଥରେ ମା’ ହେବେ ବୋଲି ଗୁଜବ ଉଠିଛି। ଭାରତୀୟ କ୍ରିକେଟର୍‌ ତଥା ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ସହ ମୁମ୍ବାଇରେ ନଜର ଆସିବା ପରେ ଏଭଳି ଚର୍ଚ୍ଚା ଜୋର୍‌ ଧରିଛି। ଦୁହିଁଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନୁଷ୍କା ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ପ୍ରଶଂସକମାନେ ଆଲୋଚନା କରୁଛନ୍ତି। ତେବେ ଏହି ଖବରରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ।
ନିକଟରେ ଅନୁଷ୍କା ଓ ବିରାଟ ମୁମ୍ବାଇର ୱର୍ଲିସ୍ଥିତ ଡୋମ, ଏସ୍‌ଭିପି ଷ୍ଟାଡିୟମରେ ଆମେରିକୀୟ ଭକ୍ତି ସଙ୍ଗୀତ ଗାୟକ କୃଷ୍ଣ ଦାସଙ୍କ ଲାଇଭ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଉଭୟଙ୍କୁ ଗେଟେୱ ଅଫ ଇଣ୍ଡିଆ ନିକଟରେ ମଧ୍ୟ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓଗୁଡ଼ିକରେ ଅନୁଷ୍କାଙ୍କୁ କୀର୍ତ୍ତନର ତାଳେ ତାଳେ ତାଳି ମାରିବା ସହ ଭଜନ ଗାଉଥିବା ଦେଖିବାକୁ ମିଳୁଥିଲା। ତାଙ୍କ ପାଖରେ ବସିଥିଲେ ବିରାଟ କୋହଲି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନୁଷ୍କାଙ୍କ ଗର୍ଭଧାରଣକୁ ନେଇ ଅନୁମାନ ଆରମ୍ଭ ହୋଇଛି।

ତେବେ ଏସବୁ କେବଳ ସୋସିଆଲ ମିଡିଆରେ ଚାଲିଥିବା ଅନୁମାନ ମାତ୍ର। ଅନୁଷ୍କା କିମ୍ବା କୋହଲିଙ୍କ ପକ୍ଷରୁ ତୃତୀୟ ସନ୍ତାନ ଆସିବା ନେଇ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ। ଉଭୟ ୨୦୧୭ ଡିସେମ୍ବରରେ ବିବାହ କରିଥିଲେ। ୨୦୨୧ ଜାନୁଆରୀରେ ସେମାନଙ୍କ ଝିଅ ଭାମିକା ଜନ୍ମ ନେଇଥିଲେ। ଏହା ପରେ ୨୦୨୪ ଫେବୃଆରୀରେ ପୁଅ ଅକାୟଙ୍କ ଜନ୍ମ ହୋଇଥିଲା।
୨୦୧୮ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଜିରୋ’ ପରଠାରୁ ଅନୁଷ୍କା ଶର୍ମା ବଡ଼ ପରଦାରେ ବିଶେଷ ସକ୍ରିୟ ନାହାନ୍ତି। ତେବେ ସେ ପୂର୍ବତନ ଭାରତୀୟ ମହିଳା କ୍ରିକେଟର୍‌ ଝୁଲଣ ଗୋସ୍ବାମୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଚକଡା ଏକ୍ସପ୍ରେସ’ରେ ଅଭିନୟ କରିଛନ୍ତି। ୨୦୨୨ରେ ଏହି ଫିଲ୍ମର ଶୁଟିଂ ଶେଷ ହୋଇଥିଲେ ମଧ୍ୟ ଏହାର ମୁକ୍ତି ତାରିଖ ଏଯାଏ ଘୋଷଣା ହୋଇନାହିଁ।

 

Dharitri – Odisha’s No.1 Odia Daily

 

Share