ବାହା ହେବେ ଅନିଲ!

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଥାଏ । କେବେ କେବେ ଏହା ସତ ହୋଇଥିବା ବେଳେ କେବେ କେବେ ଏହା କେବଳ ଗସିପ୍ ହୋଇଥାଏ । ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ବିବାହ କରିବା ଖବର ଶୁଣିବାକୁ ମିଳିଥିଲା । ତାହା ପୁଣି ତୃତୀୟ ବିବାହ । ଅବଶ୍ୟ ଅନେକେ ଏହାକୁ ସତ ବୋଲି ଧରି ନେଇଥିଲେ । କାରଣ ନିକଟରେ ଆମିର ଖାଁ ତାଙ୍କ ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କଠାରୁ ଅଲଗା ହୋଇଯାଇଥିଲେ । ହେଲେ ଏବେ ଯାହା ଶୁଣାଯାଉଛି ତାହା ଆଦୌ ଗ୍ରହଣ କରାଯାଇ ପାରୁନାହିଁ । ଆଲୋଚନା ହେଉଛି କି ବଲିଉଡର ଏଭରଗ୍ରୀନ୍ ନାୟକ ଅନିଲ କପୁର ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ତାହା ପୁଣି ବଲିଉଡର ଜଣେ ନାୟିକାଙ୍କୁ । ଯେକି ତାଙ୍କଠାରୁ ବୟସରେ ଖୁବ୍ ସାନ । ଏହା ଶୁଣିବା ପରେ ଅନିଲଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି । କାରଣ ହେଉଛି ଅନିଲ ଓ ତାଙ୍କ ପତ୍ନୀ ସୁନିତାଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ । ପାଖାପାଖି ୪୦ ବର୍ଷର ବୈବାହିକ ସମ୍ପର୍କ ମଧ୍ୟରେ ଉଭୟଙ୍କ ମଧ୍ୟରେ କେବେ ମନୋମାଳିନ୍ୟ ହୋଇ ନାହିଁ । ତେଣୁ ଏବେ ଯେ ଅନିଲ ସୁନିତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି କଥାଟା କିଛି ବୁଝି ହେଉନି । ଅସଲ କଥା ହେଲା ଅନିଲ କପୁର କୁଆଡେ କଙ୍ଗନା ରାନାୱତଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏମିତି ଖବର ଆସିଛି ‘କଫି ୱିଥ କରନ ସିଜନ ୩’ର ଏକ ଏପିସୋଡ ପ୍ରମୋରୁ । ଏହାର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରୁ ଜଣାପଡୁଛି କି ଅନିଲ ବୋଧହୁଏ କଙ୍ଗନାଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ ସୁପରଷ୍ଟାର ଅନିଲ କପୁରଙ୍କର ସେମିତି କିଛି ଯୋଜନା ନାହିଁ ।

Share