ଗାଁ ମୁହାଁ ବନ୍ୟଜନ୍ତୁ: ବଗିଚାକୁ ପଶି ଆସିଲା ହରିଣ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ା ସାଉଥ୍‌ ବିଟ ତାଳପଦା ଗ୍ରାମ ପ୍ରଧାନସାହିର ଜଣଙ୍କ ବଗିଚାରୁ ରବିବାର ସକାଳୁ ଏକ ମାଈ ହରିଣ ଛୁଆ ଉଦ୍ଧାର ହୋଇଛି। ଗ୍ରାମର ରାଇଚରଣ ମହାନ୍ତଙ୍କ ବଗିଚାକୁ ହରିଣଟି ପଶି ଆସିଥିଲା। ହରିଣଟିକୁ ରାଇଚରଣ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହରିଣଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ରେଞ୍ଜର ପବିତ୍ର ମୋହନ ନାଏକଙ୍କ ସୂଚନା ଅନୁଯାୟୀ, ହରିଣଟିକୁ ଶିମିଳିପାଳ ସଂଲଗ୍ନ ଡିସିପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯିବ ।