ବିପଦରେ ବନ୍ୟଜନ୍ତୁ

ବିକାଶ ଚନ୍ଦ୍ର ବେହେରା

ସାରା ବିଶ୍ୱରେ ଏବେ ବିଭିନ୍ନ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ସବୁଠାରୁ ଚୁପକିନା ଆମ ଆଖି ଆଢ଼ୁଆଳରେ ଯାହା ଘଟୁଛି କିନ୍ତୁ ଆମର ସେଥିପ୍ରତି ନିଘା ନାହିଁ। ତାହା ହେଉଛି ନିରୀହ ବନ୍ୟଜନ୍ତୁଙ୍କ ସଂଖ୍ୟା କମିଯିବା। ଏ କଥାଟା ଆମେ କହିଲେ ବା ଲେଖିଦେଲେ ଯେତିକି ସହଜ ତାହା ପ୍ରକୃତରେ ସେତିକି ସହଜ ନୁହେଁ। କାହିଁକି ନା ପ୍ରଖ୍ୟାତ ଦାର୍ଶନିକ ସକ୍ରେଟିସ କହିଥିଲେ, ‘ଯେଉଁ ଦିନ ପୃଥିବୀ ପୃଷ୍ଠରୁ ମହୁମାଛି ସମ୍ପୂର୍ଣ୍ଣ ଲୋପ ପାଇଯିବେ ସେହି ଦିନଠାରୁ ଅଳ୍ପ କିଛିକାଳ ଭିତରେ ପୃଥିବୀରେ ପ୍ରଳୟ ଆସିଯିବ।’ ହଁ, ଆଜ୍ଞା ଏକଥା ସତ ଯେ ଆମ ପୃଥିବୀର ସମସ୍ତ ବ୍ୟବସ୍ଥା ସର୍ବଦା ପରସ୍ପର ଉପରେ ନିର୍ଭରଶୀଳ। ପରିବେଶୀୟ ପରିସଂସ୍ଥାନ ତଥା ପରିବେଶ ଅନ୍ତର୍ଗତ ଜୀବଜନ୍ତୁ ସମସ୍ତେ ପରସ୍ପର ନିର୍ଭରଶୀଳ। ପ୍ରତ୍ୟେକ ଜୀବଜନ୍ତୁଙ୍କର କିଛି ନା କିଛି ଅବଦାନ ରହିଛି ଏହି ପରିବେଶ ଉପରେ। ଆପଣ ଜାଣିଛନ୍ତି କି ମାଛି କେବଳ ରୋଗଜୀବାଣୁ ସୃଷ୍ଟି କରେ ନାହିଁ, ସେ କଫି ଗଛ ଫୁଲର ପରାଗ ସଙ୍ଗମରେ ସହାୟତା କରିଥାଏ।
ଏବେ କୀଟଠାରୁ ପତଙ୍ଗ, ପଶୁପକ୍ଷୀ ସମସ୍ତେ ବିପଦରେ। ମଣିଷ ନିଜର ଆତ୍ମଚରିତାର୍ଥ ନିମନ୍ତେ ଯେଉଁ କାର୍ଯ୍ୟ କରୁଛି ତାହା ବନ୍ୟଜନ୍ତୁଙ୍କ ଜୀବନ ଉପରେ ବିପଦ ନେଇ ଆସୁଛି। ସେଥିମଧ୍ୟରୁ ଜଙ୍ଗଲ କ୍ଷୟ ଅନ୍ୟତମ। ମାନବଙ୍କ ଆଧୁନିକ ଜୀବନଶୈଳୀ, ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ଶିଳ୍ପାୟନ ଦିନକୁ ଦିନ ବନ୍ୟଜନ୍ତୁଙ୍କ ପାଇଁ ବିପଦ ନେଇଆସୁଛି। ଯାହା ଫଳରେ ଜୀବଜନ୍ତୁଙ୍କ ବାସୋପଯୋଗୀ ଘଞ୍ଚ ଜଙ୍ଗଲ କ୍ଷୟ ହେଉଛି। ଖାଦ୍ୟ ତଥା ପାନୀୟ ଅଭାବ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟିକାରୀ କାରକ। ଏସବୁ ହିଁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିଯିବା ପଛର ବଡ଼ କାରଣ। ସବୁଠାରୁ ବଡ଼ କାରଣ ହେଲା ବନ୍ୟଜନ୍ତୁ ଶିକାର। ନିଜର ଅତ୍ୟାଧୁନିକ ଜୀବନଶୈଳୀର ଉନ୍ନତି ପାଇଁ ମଣିଷ ଯେଉଁଭଳି ଉପାୟ ଆପଣେଇ ବନ୍ୟଜନ୍ତୁଙ୍କ ଶିକାର କରୁଛି, ଦିନ ଆସିବ ଏ ପୃଥିବୀ ବନ୍ୟଜନ୍ତୁ ଶୂନ୍ୟ ହୋଇଯିବ। ୱାଲର୍‌ଡ ୱାଇଲ୍ଡ ଲାଇଫ ଫଣ୍ଡ ସଂସ୍ଥା ପକ୍ଷରୁ ସଦ୍ୟ ପ୍ରକାଶିତ ଲିଭିଙ୍ଗ ପ୍ଲାନେଟ ରିପୋର୍ଟ ନାମକ ଏକ ତଥ୍ୟ ଅନୁଯାୟୀ ଗତ ୪୮ ବର୍ଷ ଭିତରେ ବନ୍ୟଜନ୍ତୁଙ୍କ ସଂଖ୍ୟା ୬୯ ପ୍ରତିଶତ ହ୍ରାସ ପାଇଲାଣି। ପ୍ରାୟ ୫୨୩୦ ପ୍ରଜାତିର ପ୍ରାୟ ୩୨୦୦୦ ବନ୍ୟଜନ୍ତୁଙ୍କୁ ନେଇ ହୋଇଥିବା ଏହି ସର୍ଭେ, ଲିଭିଙ୍ଗ ପ୍ଲାନେଟ ଇଣ୍ଡେକ୍ସ ରିପୋର୍ଟରେ ଦର୍ଶାଇଛି ଯେ ଏହା ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବସବାସ କରୁଥିବା ମେରୁଦଣ୍ଡୀ ବନ୍ୟଜନ୍ତୁ ସଂଖ୍ୟା ବିପୁଳ ହାରରେ ହ୍ରାସ ପାଉଛି। ଆଫ୍ରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୬୬ ପ୍ରତିଶତ, ସେହି ମଧୁରଜଳ ଅଞ୍ଚଳରେ ବାସକରୁଥିବା ବନ୍ୟଜନ୍ତୁଙ୍କ ସଂଖ୍ୟା ୮୩ ପ୍ରତିଶତ କମିଛି। ତେବେ ଏହି ରିପୋର୍ଟ ଅନୁଯାୟୀ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣଗୁଡ଼ିକ ହେଉଛି ବାସସ୍ଥଳୀ ନଷ୍ଟ ହେବା, ଶିକାର, କ୍ଷତିକାରକ ପ୍ରଜାତି, ଖାଦ୍ୟାଭାବ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ରୋଗ।
ଅନ୍ତର୍ଜାତୀୟ ସଂସ୍ଥା ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ନିର୍ଦ୍ଦେଶକ ମାର୍କୋ ଲାମ୍ବର୍ଟିନିଙ୍କ ମତରେ ଆମେ ଏବେ ଦୁଇଗୁଣା ଜରୁରିକାଳୀନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଓ ଜୈବ ବିବିଧତା କ୍ଷୟ ବର୍ତ୍ତମାନ ଏବଂ ଉତ୍ତରପିଢ଼ିଙ୍କ ପାଇଁ ଏହା ବିନାଶକାରୀ ସାବ୍ୟସ୍ତ ହେବ। ହିମାଳୟ ଅଞ୍ଚଳ ଏବଂ ପାଶ୍ଚାତ୍ୟ ଘାଟଗୁଡିକ ସବୁଠାରୁ ଅସୁରକ୍ଷିତ ରେଜିଓ ମଧ୍ୟରେ ଅଛନ୍ତି ।
ଜୈବ ବିବିଧତା ହ୍ରାସ ପାଇଁ ଭାରତରେ ତାପମାତ୍ରା ବୃଦ୍ଧି ହିଁ ମୁଖ୍ୟ କାରଣ। ୧୯୭୦ରୁ ୨୦୧୮ ମଧ୍ୟରେ ମହୁମାଛି ଏବଂ ପ୍ରାୟ ୧୭ ପ୍ରଜାତିର ମଧୁର ଜଳ କଇଁଛ ଆଦିଙ୍କ ସଂଖ୍ୟା ହ୍ରାସ ପାଉଛି। ଖାଲି ସେତିକି ନୁହେଁ ହାତୀ, ବାଘ ଏବଂ ଅନ୍ୟାନ୍ୟ ବିରଳ ପ୍ରଜାତିର ବନ୍ୟପ୍ରାଣୀଙ୍କ ଶିକାର ମଧ୍ୟ ଭାରତରେ ଏବେ ଗଭୀର ଚିନ୍ତାର କାରଣ ପାଲଟିଛି। ସେହିପରି ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି। ବନ୍ୟଜନ୍ତୁ ସଂରକ୍ଷଣ ଏବେ କେବଳ କାଗଜ କଲମରେ ସୀମିତ ରହିଛି। କିନ୍ତୁ ଜଙ୍ଗଲ ଅଧିକାରୀ ଏବଂ ସୁରକ୍ଷା ବଳୟ ଭେଦକରି ଶିକାରୀ ନିଜର ଶିକାର ଅଚିରେ କରିପାରୁଛି। ଏଥିପାଇଁ ଅସାଧୁ ବ୍ୟକ୍ତି ଏବଂ ଅଧିକାରୀମାନେ ମୁଖ୍ୟତଃ ଦାୟୀ। ବର୍ତ୍ତମାନ କୃଷିଜମିର ବ୍ୟବହାର ୪୧ ପ୍ରତିଶତ ଏବଂ ବନ୍ୟଜନ୍ତୁ ୪୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛନ୍ତି। ଜୈବ ବିବିଧତା ହ୍ରାସ ଏବଂ ଜଳବାୟୁ ସଙ୍କଟକୁ ଦ୍ୱିପାକ୍ଷିକ ପ୍ରସଙ୍ଗ ଭାବେ ବିବେଚନା କରିବା ପରିବର୍ତ୍ତେ ଐକିକ ଭାବରେ ସମାଧାନ କରାଯିବା ଉଚିତ। ପ୍ରକୃତିର ସକାରାତ୍ମକ ଭବିଷ୍ୟତ ପାଇଁ ଏହା ନିତାନ୍ତ ଜରୁରୀ। ଆମେ କିପରି ଉତ୍ପାଦନ କରୁ, କିପରି ବ୍ୟବହାର କରୁ, କିପରି ଆମେ ସମ୍ପାଦନା କରୁ, କିପରି ଅର୍ଥନୈତିକ ବିକାଶ ଚାହୁଁ ସେଥିପ୍ରତି ଧ୍ୟାନ ଦେବା ମଧ୍ୟ ଆବଶ୍ୟକ।
କଟକ, ମୋ- ୮୯୧୭୪୨୬୧୩୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri