Posted inଫୁରସତ

ଆଜିଠୁ ‘ବନ୍ୟପ୍ରାଣୀ ସପ୍ତାହ’: ସଙ୍କଟରେ ବନ୍ୟପ୍ରାଣୀ

ଅକ୍ଟୋବର ୨ ରୁ ୯ ପର୍ଯ୍ୟନ୍ତ ପାଳନ ହେଉଛି ‘ବନ୍ୟପ୍ରାଣୀ ସପ୍ତାହ’। ଏହି ସପ୍ତାହରେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ଚିନ୍ତା ଅନୁଚିନ୍ତା କରାଯାଇଥାଏ। ବିଭିନ୍ନ କାର୍ଯ୍ୟକ୍ରମ ସହ ସଚେତନତା ମାଧ୍ୟମରେ ନୂଆ ବାର୍ତ୍ତା ଦିଆଯାଇଥାଏ। ହେଲେ ବାସ୍ତବ ସ୍ଥିତିକୁ ତର୍ଜମା କଲେ ପ୍ରକୃତି ସହ ବଞ୍ଚୁଥିବା ବନ୍ୟାପ୍ରାଣୀମାନେ ଏକ ସଂକଟଜନକ ପରିବେଶ ଓ ପରିସ୍ଥିତି ଦେଇ ଗତି କରୁଛନ୍ତି। ଦିନକୁ ଦିନ ସେମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବାସସ୍ଥାନ ଅଭାବ, ଶିକାର, ପ୍ରତିଦ୍ୱନ୍ଦ୍ୱିତା, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଭିତରେ ସେମାନେ ଟଳି ପଡ଼ୁଛନ୍ତି। କେଉଁଠି ଶିକାର ହେଉଛନ୍ତି ତ ଆଉ କେଉଁଠି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ପାରୁ ନ ଥିବାରୁ ଏମାନଙ୍କ ଜୀବନ ବିପଦକୁ ଚାଲିଯିବା ସହିତ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା…

ବଜ୍ରକାପ୍ତାର ସର୍ବାଧିକ ଚୋରା ଚାଲାଣ

ସାରା ପୃଥିବୀରେ ଅଧିକ ଶିକାର ଓ ଚୋରା ଚାଲାଣ ହେଉଥିବା ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀକୁ ପୋଷା ମନାଇବା କଷ୍ଟକର। କାରଣ ଏମାନଙ୍କୁ ଘରେ ରଖିବାକୁ ହେଲେ ଖାଦ୍ୟ ଯୋଗାଡ଼ କରିବା ସମ୍ଭବପର ନୁହେଁ। ଶିକାରୀମାନେ ବଜ୍ରକାପ୍ତା ଧରିବା ପରେ ବଞ୍ଚତ୍ଥିବା ଅବସ୍ଥାରେ ଓଜନ ଅନୁସାରେ ବିକ୍ରି କରିଥାନ୍ତି। କିନ୍ତୁ ପରେ ଖାଦ୍ୟାଭାବରୁ ଓଜନ ହ୍ରାସ ପାଇବା ସହ ତା’ର ମୃତ୍ୟୁ ଘଟିଥାଏ। ହେଲେ ଏହା ପୂର୍ବରୁ ଶିକାରୀମାନେ ତାକୁ ମାରି ମାଂସ ଖାଇ ଦିଅନ୍ତି। ତା’ର କାତିକୁ ଅଲଗା ଦରରେ ବିକ୍ରି ପାଇଁ ରଖନ୍ତି। ବିଶ୍ୱର ବିଭିନ୍ନ ଦେଶକୁ ଏହାର କାତି ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାର ବଡ଼ ବଜାର ହେଉଛି ଚାଇନା। ଚାଇନାରେ ବର୍ତ୍ତମାନ ବଜ୍ରକାପ୍ତା ଆମଦାନୀ, ରପ୍ତାନି ଓ ଔଷଧୀୟ ବ୍ୟବହାର ନିଷେଧ କରାଯାଇଥିବାରୁ ମାଫିଆମାନେ ଚୋରାରେ ଆମଦାନୀ କରିଥାନ୍ତି। ଭାରତ ବିଶେଷକରି ଓଡ଼ିଶାର ବଜ୍ରକାପ୍ତାର ଚାହିଦା ସର୍ବାଧିକ ରହୁଥିବାରୁ ଏଠାରେ ଏହାର ଅନ୍ତର୍ଜାତୀୟ ର଼୍ୟାକେଟ ସକ୍ରିୟ ରହୁଛି। ପ୍ରତିବର୍ଷ କ୍ରାଇମବ୍ରାଞ୍ଚ, ଏସ୍‌ଟିଏଫ୍‌ ଓ ପୋଲିସ ହାତରେ ଜୀବନ୍ତ ବଜ୍ରକାପ୍ତା, କାତି ସହ ଶିକାରୀ ଓ ଚୋରା ଚାଲାଣକାରୀ ଧରାପଡୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୋକାଯାଇପାରୁନି।

ବନ୍ୟପ୍ରାଣୀ ମୃତ୍ୟୁର ପ୍ରକୃତ କାରଣ ଖୋଜାଯାଉନି

ବନ୍ୟପ୍ରାଣୀଙ୍କ ମୃତ୍ୟୁ ସ୍ବାଭାବିକ, ଶିକାର ଓ ଦୁର୍ଘଟଣାବଶତଃ ହୋଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଯାଉଛି। ସାଧାରଣତଃ ସାମୁହିକ ମୃତ୍ୟୁ ହେଲେ ରୋଗ ବୋଲି କୁହାଯାଉଥିଲେ ମଧ୍ୟ ନିରାକରଣରେ ସେପରି ଦୃଢ଼ ପଦକ୍ଷେପ ନିଆଯାଇପାରୁନି। ବୋତସ୍ବାନାରେ ମାର୍ଚ୍ଚଠାରୁ ପ୍ରାୟ ୩୦୦ ଆଫ୍ରିକୀୟ ହାତୀଙ୍କ ମୃତ୍ୟୁ ଘଟିଲାଣି। ଏହି ଗଣ ମୃତ୍ୟୁ ଏକ ଅଜଣା ବେମାରୀ କାରଣରୁ ହୋଇଥିବା ପ୍ରମାଣ ମିଳିଛି। ଏବେ ମଧ୍ୟ ସେହି ବେମାରୀକୁ ପ୍ରତିହତ କରି ହାତୀଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ହାତୀ ମୁତ୍ୟୁ ମଧ୍ୟ ଗୁରୁତ୍ୱ ବହନ କରେ। ଓଡ଼ିଶାରେ କିନ୍ତୁ ସେପରି ଉଦ୍ୟମ ହେଉନି। ବନ ବିଭାଗ ଯେଉଁସବୁ ହାତୀଙ୍କୁ ଆନ୍ଥ୍ରାକ୍ସ ରୋଗରେ ମରିଥିବା ଦର୍ଶାଇ ଫାଇଲ ଚାପି ଦେଇଥିଲା, ପରବର୍ତ୍ତୀ ସେସବୁ ଘଟଣାର ୯୦ % ରିପୋର୍ଟ ନେଗେଟିଭ ହିଁ ଆସିଲା। ତେବେ ଯଦି ଏସବୁ ହାତୀ ଆନ୍ଥ୍ରାକ୍ସରେ ମରି ନ ଥିଲେ, ତାହାହେଲେ ଶିକାର ନା ଅନ୍ୟ କୌଣସି ରୋଗରେ ମରିଥିଲେ ତାହା ଜଣାପଡ଼ିଲା ନାହିଁ।
ସେହିପରି ଗୁଜରାଟରେ ଗତ ୩ ବର୍ଷ ମଧ୍ୟରେ ୩୦୦ରୁ ଅଧିକ ସିଂହଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏସବୁ ଲୋକ ଲୋଚନକୁ ଆସିପାରି ନ ଥିବାବେଳେ ଏଥିପାଇଁ କାନାଇନ୍‌ ଡିଷ୍ଟେମ୍ପର ଭାଇରସ ସହ ଅନ୍ୟ ଏକ ଭୁତାଣୁକୁ ଦାୟୀ କରାଯାଉଛି। କିନ୍ତୁ ଓଡ଼ିଶାରେ ଏ ପରିସ୍ଥିତି ସୃଷ୍ଟି ପୂର୍ବରୁ ଏବେଠୁ ବନ ବିଭାଗ ସତର୍କ ହେବା ଜରୁରୀ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିପଦରେ ଶୁଆ, କଇଁଛ

ଶୁଆ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ, ସିଡ୍ୟୁଲ-୪ ପ୍ରାଣୀ ହୋଇଥିବାବେଳେ କଇଁଛ ସିଡ୍ୟୁଲ-୧ ଓ ୪ ପ୍ରାଣୀ। ଏମାନଙ୍କୁ ବନ୍ଦୀ କରି ରଖିବା ଜାମିନବିହୀନ ଅପରାଧ। ବହୁ ଲୋକ ସଉକ ପାଇଁ ଶୁଆକୁ ଘରେ ରଖୁଛନ୍ତି। ଶୁଆର ଚାହିଦା ରହୁଥିବାରୁ ଏହାର ବେଆଇନ କିଣାବିକା ଚାଲୁଛି। ପିପିଲି ବାଇ ପାସ୍‌ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲାଖୋଲି ଭାବେ ଶୁଆ ବିକ୍ରି ହେଉଥିଲେ ମଧ୍ୟ ବନ ବିଭାଗ ସେପରି ପଦକ୍ଷେପ ନେଉନାହିଁ। ସେହିପରି ବାସ୍ତୁ ବିଶ୍ୱାସକୁ ନେଇ ଲୋକେ କଇଁଛକୁ ଘରେ ରଖୁଛନ୍ତି। ଉଭୟ ଶୁଆ ଏବଂ କଇଁଛ ରଖିଲେ ଜେଲ ଯିବା ସୁନିଶ୍ଚିତ। ତେବେ ବନ ବିଭାଗର ନିଷ୍କ୍ରିୟତା ବନ୍ୟପ୍ରାଣୀଙ୍କୁ ସଙ୍କଟ ମୁହଁକୁ ଠେଲି ଦେଉଛି।

ଲଜ୍ଜିତ ହେଲା ଓଡ଼ିଶା

 

ମହାବଳ ବାଘ। ଯାହାକି ଦିନେ ଓଡ଼ିଶାର ଗର୍ବ ଥିଲା, ତାହା ଏବେ ଓଡ଼ିଶାର ଜାତୀୟ ଲଜ୍ଜା ପାଲଟି ସାରିଲାଣି। ବନ ବିଭାଗର ଅପାରଗତା ଏବଂ ଅଦୂରଦର୍ଶିତା ଯୋଗୁଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘକୁ ହତ୍ୟା କରାଗଲା। କେବଳ ସେତିକି ନୁହେଁ, ବାଘୁଣୀ ସୁନ୍ଦରୀ ମଧ୍ୟ ପ୍ରାୟ ବର୍ଷେରୁ ଅଧିକ ସମୟ ବନ୍ଦୀ ହୋଇ ରହିଛି। ବନ୍ୟପ୍ରାଣୀଙ୍କ ପାଇଁ ଅବହେଳା ସେତେବେଳେ ଚରମ ସୀମାରେ ପହଞ୍ଚତ୍ଲା ଯେତେବେଲେ ଏନ୍‌ଟିସିଏ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ପାଇଁ ଆସିଥିବା ଅର୍ଥକୁ ବଡ଼ ବଡ଼ ଅଧିକାରୀମାନେ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଗଲା। ଖାସ୍‌ ସେଥିପାଇଁ ଚଳିତ ବଜେଟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସହାୟତା ରାଶି କମାଇ ଦିଆଯାଇଛି। ସେହିପରି କଲରାପତରିଆ ବାଘ ମଧ୍ୟ ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ରଖୁଥିଲେ। କିନ୍ତୁ ଅନେକ ଥର ଚମଡ଼ା ସହ ଚୋରା ବେପାରୀ ଧରା ପଡ଼ିବା ଫଳରେ ଓଡ଼ିଶାରେ କଲରାପତରିଆ ବାଘ ଯେ ସଙ୍କଟରେ ତାହା ବାରମ୍ବାର ପ୍ରମାଣିତ କରୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନେକ କ୍ଷେତ୍ରରେ ନା ଶିକାରୀ ଧରା ପଡୁଛନ୍ତି ନା ବନ୍ଧୁକ ଜବତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?