Posted inଫୁରସତ

ଆଜିଠୁ ‘ବନ୍ୟପ୍ରାଣୀ ସପ୍ତାହ’: ସଙ୍କଟରେ ବନ୍ୟପ୍ରାଣୀ

ଅକ୍ଟୋବର ୨ ରୁ ୯ ପର୍ଯ୍ୟନ୍ତ ପାଳନ ହେଉଛି ‘ବନ୍ୟପ୍ରାଣୀ ସପ୍ତାହ’। ଏହି ସପ୍ତାହରେ ପ୍ରତିବର୍ଷ ବନ୍ୟପ୍ରାଣୀଙ୍କ ପାଇଁ ଅନେକ ଚିନ୍ତା ଅନୁଚିନ୍ତା କରାଯାଇଥାଏ। ବିଭିନ୍ନ କାର୍ଯ୍ୟକ୍ରମ ସହ ସଚେତନତା ମାଧ୍ୟମରେ ନୂଆ ବାର୍ତ୍ତା ଦିଆଯାଇଥାଏ। ହେଲେ ବାସ୍ତବ ସ୍ଥିତିକୁ ତର୍ଜମା କଲେ ପ୍ରକୃତି ସହ ବଞ୍ଚୁଥିବା ବନ୍ୟାପ୍ରାଣୀମାନେ ଏକ ସଂକଟଜନକ ପରିବେଶ ଓ ପରିସ୍ଥିତି ଦେଇ ଗତି କରୁଛନ୍ତି। ଦିନକୁ ଦିନ ସେମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବାସସ୍ଥାନ ଅଭାବ, ଶିକାର, ପ୍ରତିଦ୍ୱନ୍ଦ୍ୱିତା, ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ଭିତରେ ସେମାନେ ଟଳି ପଡ଼ୁଛନ୍ତି। କେଉଁଠି ଶିକାର ହେଉଛନ୍ତି ତ ଆଉ କେଉଁଠି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ପାରୁ ନ ଥିବାରୁ ଏମାନଙ୍କ ଜୀବନ ବିପଦକୁ ଚାଲିଯିବା ସହିତ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଏହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା…

ବଜ୍ରକାପ୍ତାର ସର୍ବାଧିକ ଚୋରା ଚାଲାଣ

ସାରା ପୃଥିବୀରେ ଅଧିକ ଶିକାର ଓ ଚୋରା ଚାଲାଣ ହେଉଥିବା ବନ୍ୟପ୍ରାଣୀ ହେଉଛି ବଜ୍ରକାପ୍ତା। ଏହି ପ୍ରାଣୀକୁ ପୋଷା ମନାଇବା କଷ୍ଟକର। କାରଣ ଏମାନଙ୍କୁ ଘରେ ରଖିବାକୁ ହେଲେ ଖାଦ୍ୟ ଯୋଗାଡ଼ କରିବା ସମ୍ଭବପର ନୁହେଁ। ଶିକାରୀମାନେ ବଜ୍ରକାପ୍ତା ଧରିବା ପରେ ବଞ୍ଚତ୍ଥିବା ଅବସ୍ଥାରେ ଓଜନ ଅନୁସାରେ ବିକ୍ରି କରିଥାନ୍ତି। କିନ୍ତୁ ପରେ ଖାଦ୍ୟାଭାବରୁ ଓଜନ ହ୍ରାସ ପାଇବା ସହ ତା’ର ମୃତ୍ୟୁ ଘଟିଥାଏ। ହେଲେ ଏହା ପୂର୍ବରୁ ଶିକାରୀମାନେ ତାକୁ ମାରି ମାଂସ ଖାଇ ଦିଅନ୍ତି। ତା’ର କାତିକୁ ଅଲଗା ଦରରେ ବିକ୍ରି ପାଇଁ ରଖନ୍ତି। ବିଶ୍ୱର ବିଭିନ୍ନ ଦେଶକୁ ଏହାର କାତି ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାର ବଡ଼ ବଜାର ହେଉଛି ଚାଇନା। ଚାଇନାରେ ବର୍ତ୍ତମାନ ବଜ୍ରକାପ୍ତା ଆମଦାନୀ, ରପ୍ତାନି ଓ ଔଷଧୀୟ ବ୍ୟବହାର ନିଷେଧ କରାଯାଇଥିବାରୁ ମାଫିଆମାନେ ଚୋରାରେ ଆମଦାନୀ କରିଥାନ୍ତି। ଭାରତ ବିଶେଷକରି ଓଡ଼ିଶାର ବଜ୍ରକାପ୍ତାର ଚାହିଦା ସର୍ବାଧିକ ରହୁଥିବାରୁ ଏଠାରେ ଏହାର ଅନ୍ତର୍ଜାତୀୟ ର଼୍ୟାକେଟ ସକ୍ରିୟ ରହୁଛି। ପ୍ରତିବର୍ଷ କ୍ରାଇମବ୍ରାଞ୍ଚ, ଏସ୍‌ଟିଏଫ୍‌ ଓ ପୋଲିସ ହାତରେ ଜୀବନ୍ତ ବଜ୍ରକାପ୍ତା, କାତି ସହ ଶିକାରୀ ଓ ଚୋରା ଚାଲାଣକାରୀ ଧରାପଡୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୋକାଯାଇପାରୁନି।

ବନ୍ୟପ୍ରାଣୀ ମୃତ୍ୟୁର ପ୍ରକୃତ କାରଣ ଖୋଜାଯାଉନି

ବନ୍ୟପ୍ରାଣୀଙ୍କ ମୃତ୍ୟୁ ସ୍ବାଭାବିକ, ଶିକାର ଓ ଦୁର୍ଘଟଣାବଶତଃ ହୋଇଥାଏ। କିନ୍ତୁ ଅନେକ କ୍ଷେତ୍ରରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଯାଉଛି। ସାଧାରଣତଃ ସାମୁହିକ ମୃତ୍ୟୁ ହେଲେ ରୋଗ ବୋଲି କୁହାଯାଉଥିଲେ ମଧ୍ୟ ନିରାକରଣରେ ସେପରି ଦୃଢ଼ ପଦକ୍ଷେପ ନିଆଯାଇପାରୁନି। ବୋତସ୍ବାନାରେ ମାର୍ଚ୍ଚଠାରୁ ପ୍ରାୟ ୩୦୦ ଆଫ୍ରିକୀୟ ହାତୀଙ୍କ ମୃତ୍ୟୁ ଘଟିଲାଣି। ଏହି ଗଣ ମୃତ୍ୟୁ ଏକ ଅଜଣା ବେମାରୀ କାରଣରୁ ହୋଇଥିବା ପ୍ରମାଣ ମିଳିଛି। ଏବେ ମଧ୍ୟ ସେହି ବେମାରୀକୁ ପ୍ରତିହତ କରି ହାତୀଙ୍କ ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ହାତୀ ମୁତ୍ୟୁ ମଧ୍ୟ ଗୁରୁତ୍ୱ ବହନ କରେ। ଓଡ଼ିଶାରେ କିନ୍ତୁ ସେପରି ଉଦ୍ୟମ ହେଉନି। ବନ ବିଭାଗ ଯେଉଁସବୁ ହାତୀଙ୍କୁ ଆନ୍ଥ୍ରାକ୍ସ ରୋଗରେ ମରିଥିବା ଦର୍ଶାଇ ଫାଇଲ ଚାପି ଦେଇଥିଲା, ପରବର୍ତ୍ତୀ ସେସବୁ ଘଟଣାର ୯୦ % ରିପୋର୍ଟ ନେଗେଟିଭ ହିଁ ଆସିଲା। ତେବେ ଯଦି ଏସବୁ ହାତୀ ଆନ୍ଥ୍ରାକ୍ସରେ ମରି ନ ଥିଲେ, ତାହାହେଲେ ଶିକାର ନା ଅନ୍ୟ କୌଣସି ରୋଗରେ ମରିଥିଲେ ତାହା ଜଣାପଡ଼ିଲା ନାହିଁ।
ସେହିପରି ଗୁଜରାଟରେ ଗତ ୩ ବର୍ଷ ମଧ୍ୟରେ ୩୦୦ରୁ ଅଧିକ ସିଂହଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏସବୁ ଲୋକ ଲୋଚନକୁ ଆସିପାରି ନ ଥିବାବେଳେ ଏଥିପାଇଁ କାନାଇନ୍‌ ଡିଷ୍ଟେମ୍ପର ଭାଇରସ ସହ ଅନ୍ୟ ଏକ ଭୁତାଣୁକୁ ଦାୟୀ କରାଯାଉଛି। କିନ୍ତୁ ଓଡ଼ିଶାରେ ଏ ପରିସ୍ଥିତି ସୃଷ୍ଟି ପୂର୍ବରୁ ଏବେଠୁ ବନ ବିଭାଗ ସତର୍କ ହେବା ଜରୁରୀ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିପଦରେ ଶୁଆ, କଇଁଛ

ଶୁଆ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ, ସିଡ୍ୟୁଲ-୪ ପ୍ରାଣୀ ହୋଇଥିବାବେଳେ କଇଁଛ ସିଡ୍ୟୁଲ-୧ ଓ ୪ ପ୍ରାଣୀ। ଏମାନଙ୍କୁ ବନ୍ଦୀ କରି ରଖିବା ଜାମିନବିହୀନ ଅପରାଧ। ବହୁ ଲୋକ ସଉକ ପାଇଁ ଶୁଆକୁ ଘରେ ରଖୁଛନ୍ତି। ଶୁଆର ଚାହିଦା ରହୁଥିବାରୁ ଏହାର ବେଆଇନ କିଣାବିକା ଚାଲୁଛି। ପିପିଲି ବାଇ ପାସ୍‌ ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲାଖୋଲି ଭାବେ ଶୁଆ ବିକ୍ରି ହେଉଥିଲେ ମଧ୍ୟ ବନ ବିଭାଗ ସେପରି ପଦକ୍ଷେପ ନେଉନାହିଁ। ସେହିପରି ବାସ୍ତୁ ବିଶ୍ୱାସକୁ ନେଇ ଲୋକେ କଇଁଛକୁ ଘରେ ରଖୁଛନ୍ତି। ଉଭୟ ଶୁଆ ଏବଂ କଇଁଛ ରଖିଲେ ଜେଲ ଯିବା ସୁନିଶ୍ଚିତ। ତେବେ ବନ ବିଭାଗର ନିଷ୍କ୍ରିୟତା ବନ୍ୟପ୍ରାଣୀଙ୍କୁ ସଙ୍କଟ ମୁହଁକୁ ଠେଲି ଦେଉଛି।

ଲଜ୍ଜିତ ହେଲା ଓଡ଼ିଶା

 

ମହାବଳ ବାଘ। ଯାହାକି ଦିନେ ଓଡ଼ିଶାର ଗର୍ବ ଥିଲା, ତାହା ଏବେ ଓଡ଼ିଶାର ଜାତୀୟ ଲଜ୍ଜା ପାଲଟି ସାରିଲାଣି। ବନ ବିଭାଗର ଅପାରଗତା ଏବଂ ଅଦୂରଦର୍ଶିତା ଯୋଗୁଁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବୀର ବାଘକୁ ହତ୍ୟା କରାଗଲା। କେବଳ ସେତିକି ନୁହେଁ, ବାଘୁଣୀ ସୁନ୍ଦରୀ ମଧ୍ୟ ପ୍ରାୟ ବର୍ଷେରୁ ଅଧିକ ସମୟ ବନ୍ଦୀ ହୋଇ ରହିଛି। ବନ୍ୟପ୍ରାଣୀଙ୍କ ପାଇଁ ଅବହେଳା ସେତେବେଳେ ଚରମ ସୀମାରେ ପହଞ୍ଚତ୍ଲା ଯେତେବେଲେ ଏନ୍‌ଟିସିଏ ପକ୍ଷରୁ ବ୍ୟାଘ୍ର ସଂରକ୍ଷଣ ପାଇଁ ଆସିଥିବା ଅର୍ଥକୁ ବଡ଼ ବଡ଼ ଅଧିକାରୀମାନେ ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଗଲା। ଖାସ୍‌ ସେଥିପାଇଁ ଚଳିତ ବଜେଟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସହାୟତା ରାଶି କମାଇ ଦିଆଯାଇଛି। ସେହିପରି କଲରାପତରିଆ ବାଘ ମଧ୍ୟ ଓଡ଼ିଶାରେ ଏକ ସ୍ବତନ୍ତ୍ର ସ୍ଥାନ ରଖୁଥିଲେ। କିନ୍ତୁ ଅନେକ ଥର ଚମଡ଼ା ସହ ଚୋରା ବେପାରୀ ଧରା ପଡ଼ିବା ଫଳରେ ଓଡ଼ିଶାରେ କଲରାପତରିଆ ବାଘ ଯେ ସଙ୍କଟରେ ତାହା ବାରମ୍ବାର ପ୍ରମାଣିତ କରୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନେକ କ୍ଷେତ୍ରରେ ନା ଶିକାରୀ ଧରା ପଡୁଛନ୍ତି ନା ବନ୍ଧୁକ ଜବତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri