ବନ୍ୟଜନ୍ତୁଙ୍କ ମରଣଯନ୍ତା: ରାଞ୍ଚି-ବିଜୟୱାଡା ରାସ୍ତା

ବୈପାରିଗୁଡ଼ା,୪।୧୨ (ଡି.ଏନ୍‌.ଏ.): ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା ରାସ୍ତା। ୨ ବର୍ଷ ମଧ୍ୟରେ ଶହ ଶହ ବିରଳ ପଶୁପକ୍ଷୀ ଦ୍ରୁତଗାମୀ ବସ୍‌ ଚକା ତଳେ ଚାପିହୋଇ ମୃତ୍ୟୁବରଣ କଲେଣି। ଏନେଇ ବନ ବିଭାଗର ନିଦ ଭାଙ୍ଗୁନାହିଁ। ୨ ବର୍ଷ ତଳେ ବୈପାରିଗୁଡ଼ା ଦେଇ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ନିର୍ମାଣ ହୋଇଛି। ରାସ୍ତାର ଓସାର ପ୍ରାୟ ୬୦ ଫୁଟ୍‌ ରହିଛି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଜୟପୁର ବନଖଣ୍ଡ ଅଧୀନ ଜୟପୁର ତଥା ବୈପାରିଗୁଡ଼ା ବନାଞ୍ଚଳର ପ୍ରାୟ ୪୦ କି.ମି. ଜଙ୍ଗଲ ରହିଛି। ଭୋର ସମୟରେ ଅନେକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍‌ ଏହି ଜଙ୍ଗଲରାସ୍ତା ଦେଇ ଅତିକ୍ରମ କରେ। ଖାଦ୍ୟ ଅନ୍ବେଷଣରେ ବାହାରକୁ ଯାଇଥିବା ବନ୍ୟ ପ୍ରାଣୀମାନେ ପାହାନ୍ତିଆ ସମୟରେ ବସାକୁ ଫେରିବା ବେଳେ ରାସ୍ତା ପାରହେବାକୁ ପଡେ। ରାସ୍ତା ପାର ହେଉଥିବା ବେଳେ ବସ୍‌ ସେମାନଙ୍କ ଉପରେ ଚଢ଼ି ଚାଲିଯାଏ। ମଙ୍ଗଳବାର ସକାଳେ ଚନ୍ଦ୍ରପଡ଼ା ନିକଟରେ ଏକ ଠେକୁଆର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ପାଲିଗଡ଼ା ନିକଟବର୍ତ୍ତୀ ଜଙ୍ଗଲକୁ ଲାଗିଥିବା ଏହି ରାସ୍ତାରେ ଏକ ଶାଳିଆପତନିର ବସ୍‌ ଚାପାରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ଠିକ୍‌ ଏହି ସମୟରେ ମଧ୍ୟ ଅନେକ ବନ୍ୟପ୍ରାଣୀଙ୍କ ବସ୍‌ ଚାପାରେ ମୃତ୍ୟୁ ହୋଇଥିଲା। ପାର୍ଶ୍ୱବର୍ତ୍ତୀ ଜଙ୍ଗଲର ଠେକୁଆଙ୍କ ମୃତ୍ୟୁ ଘଟୁଥିବାରୁ ଏହି ପ୍ରଜାତିର ଜୀବଙ୍କ ସଂଖ୍ୟା କ୍ରମଶଃ ଲୋପ ପାଇବାକୁ ବସିଲାଣି। ଅନେକ ସମୟରେ ପେଚା, ବାଦୁଡ଼ି, ଚିଲ ଓ ବଣ ବିଲେଇ ଆଦି ମରିବାର ନଜିର ମଧ୍ୟ ରହିଛି। ସୂଚନାଯୋଗ୍ୟ, ଏ ସଂକ୍ରାନ୍ତରେ ଗତ ଜାନୁୟାରୀରେ ଏକ ବିସ୍ତୃତ ଖବର ‘ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ରାଞ୍ଚି-ବିଜୟୱାଡା ରାସ୍ତା’ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ନେଇ ତତ୍କାଳୀନ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ଦୁର୍ଘଟଣାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗାଡିଚାଳକଙ୍କ ପାଇଁ ସଚେତନତାଧର୍ମୀ ରେଡିୟମ ଫଳକ ସ୍ଥାନେ ସ୍ଥାନେ ଲଗାଯିବ। ଏହାକୁ ଉଲ୍ଲଂଘନ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ମାତ୍ର ତାହା ଏଯାଏ କାର୍ଯ୍ୟକାରୀ ହେଲାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri