ବନ୍ୟଜନ୍ତୁଙ୍କ ମରଣଯନ୍ତା: ରାଞ୍ଚି-ବିଜୟୱାଡା ରାସ୍ତା

ବୈପାରିଗୁଡ଼ା,୪।୧୨ (ଡି.ଏନ୍‌.ଏ.): ବନ୍ୟଜନ୍ତୁଙ୍କ ପାଇଁ ମରଣଯନ୍ତା ପାଲଟିଛି ରାଞ୍ଚି-ବିଜୟୱାଡା ରାସ୍ତା। ୨ ବର୍ଷ ମଧ୍ୟରେ ଶହ ଶହ ବିରଳ ପଶୁପକ୍ଷୀ ଦ୍ରୁତଗାମୀ ବସ୍‌ ଚକା ତଳେ ଚାପିହୋଇ ମୃତ୍ୟୁବରଣ କଲେଣି। ଏନେଇ ବନ ବିଭାଗର ନିଦ ଭାଙ୍ଗୁନାହିଁ। ୨ ବର୍ଷ ତଳେ ବୈପାରିଗୁଡ଼ା ଦେଇ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ନିର୍ମାଣ ହୋଇଛି। ରାସ୍ତାର ଓସାର ପ୍ରାୟ ୬୦ ଫୁଟ୍‌ ରହିଛି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଜୟପୁର ବନଖଣ୍ଡ ଅଧୀନ ଜୟପୁର ତଥା ବୈପାରିଗୁଡ଼ା ବନାଞ୍ଚଳର ପ୍ରାୟ ୪୦ କି.ମି. ଜଙ୍ଗଲ ରହିଛି। ଭୋର ସମୟରେ ଅନେକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍‌ ଏହି ଜଙ୍ଗଲରାସ୍ତା ଦେଇ ଅତିକ୍ରମ କରେ। ଖାଦ୍ୟ ଅନ୍ବେଷଣରେ ବାହାରକୁ ଯାଇଥିବା ବନ୍ୟ ପ୍ରାଣୀମାନେ ପାହାନ୍ତିଆ ସମୟରେ ବସାକୁ ଫେରିବା ବେଳେ ରାସ୍ତା ପାରହେବାକୁ ପଡେ। ରାସ୍ତା ପାର ହେଉଥିବା ବେଳେ ବସ୍‌ ସେମାନଙ୍କ ଉପରେ ଚଢ଼ି ଚାଲିଯାଏ। ମଙ୍ଗଳବାର ସକାଳେ ଚନ୍ଦ୍ରପଡ଼ା ନିକଟରେ ଏକ ଠେକୁଆର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। କିଛିଦିନ ପୂର୍ବରୁ ପାଲିଗଡ଼ା ନିକଟବର୍ତ୍ତୀ ଜଙ୍ଗଲକୁ ଲାଗିଥିବା ଏହି ରାସ୍ତାରେ ଏକ ଶାଳିଆପତନିର ବସ୍‌ ଚାପାରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ଠିକ୍‌ ଏହି ସମୟରେ ମଧ୍ୟ ଅନେକ ବନ୍ୟପ୍ରାଣୀଙ୍କ ବସ୍‌ ଚାପାରେ ମୃତ୍ୟୁ ହୋଇଥିଲା। ପାର୍ଶ୍ୱବର୍ତ୍ତୀ ଜଙ୍ଗଲର ଠେକୁଆଙ୍କ ମୃତ୍ୟୁ ଘଟୁଥିବାରୁ ଏହି ପ୍ରଜାତିର ଜୀବଙ୍କ ସଂଖ୍ୟା କ୍ରମଶଃ ଲୋପ ପାଇବାକୁ ବସିଲାଣି। ଅନେକ ସମୟରେ ପେଚା, ବାଦୁଡ଼ି, ଚିଲ ଓ ବଣ ବିଲେଇ ଆଦି ମରିବାର ନଜିର ମଧ୍ୟ ରହିଛି। ସୂଚନାଯୋଗ୍ୟ, ଏ ସଂକ୍ରାନ୍ତରେ ଗତ ଜାନୁୟାରୀରେ ଏକ ବିସ୍ତୃତ ଖବର ‘ବନ୍ୟଜନ୍ତୁଙ୍କ ପାଇଁ ଡେଥ୍‌ ଜୋନ୍‌ ରାଞ୍ଚି-ବିଜୟୱାଡା ରାସ୍ତା’ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଉକ୍ତ ଖବରକୁ ନେଇ ତତ୍କାଳୀନ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ଦୁର୍ଘଟଣାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗାଡିଚାଳକଙ୍କ ପାଇଁ ସଚେତନତାଧର୍ମୀ ରେଡିୟମ ଫଳକ ସ୍ଥାନେ ସ୍ଥାନେ ଲଗାଯିବ। ଏହାକୁ ଉଲ୍ଲଂଘନ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ମାତ୍ର ତାହା ଏଯାଏ କାର୍ଯ୍ୟକାରୀ ହେଲାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri